କନକ ବ୍ୟୁରୋ : ବିପର୍ଯ୍ୟନ୍ତ ଅବସ୍ଥାରେ କଟକ ଜିଲ୍ଲା ବାଙ୍କୀ ଜାତମୁଣ୍ଡିଆ - ସୁବର୍ଣ୍ଣପୁର ସେତୁ । ନିର୍ମାଣ ପରଠୁ ପ୍ରତିବର୍ଷ ଏହି ସେତୁରେ ମରାମତି କାମ କରାଯାଉଛି । ହେଲେ ଅବସ୍ଥାରେ ସୁଧାର ଆସିପାରୁନି । ପୁଣି ପୂର୍ତ୍ତ ବିଭାଗ ପକ୍ଷରୁ ସେତୁ କାମ ଚାଲିଥିବା ବେଳେ କାମ ଅଧାରୁ ଛାଡ଼ି ଠିକାଦାର ଛୁ’ ମାରିଥିବା ଅଭିଯୋଗ ଆସିଛି । ଫଳରେ ମାସେ ହେଲାଣି କାମ ଅଧପନ୍ତରିଆ ହୋଇ ପଡ଼ିରହିଛି । ଫଳରେ ଯାତୟାତରେ ଅସୁବିଧା ଭୋଗୁଛନ୍ତି ଲୋକେ ।
ଅଧିକ ପଢ଼ନ୍ତୁ : କଟକରେ ଅଧପନ୍ତରିଆ ବିଭିନ୍ନ ପ୍ରକଳ୍ପ ; ମନ୍ଥର ଗତିରେ ଚାଲିଛି କାମ
ବାଙ୍କୀ ବ୍ଲକ ଅନ୍ତର୍ଗତ ମହାନଦୀ ଉପରେ ନିର୍ମିତ ଯାତମୁଣ୍ଡିଆ-ସୁବର୍ଣ୍ଣପୁର ସେତୁ । ପୂର୍ତ୍ତ ବିଭାଗ ପକ୍ଷରୁ ସେତୁ ଉପରେ ପଡ଼ିଥିବା କଂକ୍ରିଟ ଢଳେଇ ଛଡ଼ାଇ ନୂଆ ଢଳେଇ ରାସ୍ତା ନିର୍ମାଣ ଚାଲିଛି । ସେତୁର ଗୋଟିଏ ଫାଳକୁ ସମ୍ପୂର୍ଣ୍ଣ ଛଡ଼ାଇ, ଅନ୍ୟପଟେ ଗାଡ଼ି ମଟର ଯିବା ପାଇଁ ଛଡ଼ାଯାଇଛି । କିନ୍ତୁ ମାସେ ହେଲାଣି କାମ ଆଗେଇ ପାରୁନି। କାରଣ ରାସ୍ତା କାର୍ଯ୍ୟ ଅଧାରେ ବନ୍ଦ କରି ଠିକାଦାର ଛୁ’ ମାରିଥିବା ଅଭିଯୋଗ ଆସିଛି । ଯାତ୍ରୀଙ୍କୁ ସତର୍କ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ସାଇନ ବୋର୍ଡ କି ରେଡିୟମ ଫିତା ବନ୍ଧାଯାଇନି । ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି ! ତୁରନ୍ତ କାମ ସାରିବାକୁ ଦାବି ହୋଇଛି ।
ଅଧିକ ପଢ଼ନ୍ତୁ : କଟକ ରାଜନୀତି ସରଗରମ: ତିନି ଦଳରେ ନେତା ବିଦ୍ରୋହୀ
୨୦୧୬ରେ ଯାତମୁଣ୍ଡିଆ-ସୁବର୍ଣ୍ଣପୁର ସେତୁର ଶୁଭ ଉଦଘାଟନ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ନିର୍ମାଣକୁ ପ୍ରାୟ ୧୦ ହେଲାଣି, ବୋଧ ହୁଏ ପ୍ରତିବର୍ଷ ଏହାର ପୁନଃନିର୍ମାଣ କରିବାକୁ ପଡ଼ୁଛି। ଯାହା କାର୍ଯ୍ୟର ସ୍ଥାୟିତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
୨ କିମି ଲମ୍ବ ଏହି ସେତୁ ଉପରେ ହଜାର ହଜାର ଗାଡ଼ି ଯାତାୟାତ କରୁଛି। ଅଭିଯୋଗ ନେଇ କାର୍ଯ୍ୟାଳୟ ଗଲେ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ, ଏସ୍ଡିଓଙ୍କ ଦେଖା ମିଳୁନି ! ସେଥିପାଇଁ ଅଭିଯୋଗ କରିବାକୁ ଆସୁଥିବା ଲୋକେ ନିରାଶ ହୋଇ ଫେରିବାକୁ ପଡ଼ୁଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/18/ctc-2025-12-18-18-03-56.jpg)