କନକ ବ୍ୟୁରୋ : ସହରର ଉନ୍ନୟନ ଲାଗି ହେଉଛି ଅନେକ ଯୋଜନା । ଅନେକ ବଡ଼ ବଡ଼ ପ୍ରକଳ୍ପର ପରିକଳ୍ପନା ବି କରାଯାଉଛି । ମାତ୍ର ନିର୍ଦ୍ଧାରିତ ସମୟରେ କାମ ସରୁନି, ଫଳରେ ହନ୍ତସନ୍ତ ହେଉଛନ୍ତି ସହରବାସୀ । ରିଂ ରୋଡ୍‌ଠୁ ନେଇ ଚଣ୍ଡୀ ମନ୍ଦିର, ମେଡିକାଲଠୁ ନେଇ ରେଲୱେ ଷ୍ଟେସନ , ସବୁଠି ଅଧପନ୍ତରିଆ ସବୁ କାମ । ଏ ହେଉଛି କଟକ ସହରର ଖବର । ବଡ଼ ମେଡିକାଲର ସମ୍ପ୍ରସାରଣ ପାଇଁ ୨୦୧୯ରେ ଶୁଭ ଦେଇଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେବେଠୁ କାମ ଚାଲିଛି ଯେ ଏଯାଏଁ ସରୁନି । ସେହିପରି କଟକ ଚଣ୍ଡୀ ମନ୍ଦିର କାମ ବି ଅଧପନ୍ତରିଆ ରହିଛି । ରେଳ ଷ୍ଟେସନର ନବୀକରଣ ଚାଲିଛି ଯେ ଚାଲିଛି । ବର୍ଷ ପରେ ବର୍ଷ ବିତୁଛି, କାମ କିନ୍ତୁ ସରିପାରୁନି । 

Advertisment

ଅଧିକ ପଢ଼ନ୍ତୁ--ମିଳିଲାନି ସରକାରୀ ବିହନ ! ବନ୍ଦ ହେଲା ଚିନାବାଦାମ ଚାଷ

ନିର୍ମାଣ କାମ ବିଳମ୍ବ ହେବାରୁ ସହରର ଉନ୍ନୟନରେ ଉପୁଜୁଛି ବାଧା । ଅନେକ ସମୟରେ ସମସ୍ୟାରେ ପଡୁଛନ୍ତି ସହରବାସୀ । ଏ ନେଇ ମେୟର କହିଛନ୍ତି ବର୍ତ୍ତମାନ କାମ ଚାଲିଛି ସତ କିନ୍ତୁ ତଦାରଖ କରିବାକୁ କେହି ନାହାନ୍ତି । ସହରର ଉନ୍ନତିକରଣ ପାଇଁ ଆରମ୍ଭ ହୋଇଥିବା ଏସବୁ ବଡ଼ବଡ଼ ପ୍ରକଳ୍ପ କାର୍ଯ୍ୟ କେବେ ଶେଷ ହେଉଛି ତାହା ଦେଖିବାର କଥା ।