ଆନ୍ତଃଜିଲ୍ଲା ସ୍କୁଲ୍‌ କ୍ରିକେଟ୍‌: କଟକ ବିଜେତା, ଭୁବନେଶ୍ୱର ଉପବିଜେତା

Advertisment

ଓସିଏ ଆନ୍ତଃଜିଲ୍ଲା ସ୍କୁଲ କ୍ରିକେଟ୍‌ ପ୍ରତିଯୋଗିତାରେ କଟକ-ଏ’ ବିଜେତା ହେବାର ସୌଭାଗ୍ୟ ଅର୍ଜନ କରିଛି। ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ କଟକ-ଏ’ ଦଳ ୫୧ରନ୍‌ରେ ଭୁବନେଶ୍ବର-ବି’ ଦଳକୁ ପରାସ୍ତ କରିଛି। ଫାଇନାଲ ମ୍ୟାଚ୍‌ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ ସୁଯୋଗ ପାଇଥିବା କଟକ-ଏ’ ନିର୍ଦ୍ଧାରିତ ୫୦ଓଭରରେ ୮ୱିକେଟ୍‌ ହରାଇ ୧୯୦ରନ୍ ସ୍କୋର କରିଥିଲା। କଟକ-ଏ’ ପକ୍ଷରୁ ପ୍ରିୟାଂଶୁ ସାମଲ ସର୍ବାଧିକ ୬୮ରନ୍‌ (୧୦୬ବଲ) ସ୍କୋର୍‌ କରିଥିଲେ । 

inter school cricket

କନକ ବ୍ୟୁରୋ: ଓଡ଼ିଶା କ୍ରିକେଟ୍ ସଂଘ(ଓସିଏ) ପକ୍ଷରୁ ରାଜ୍ୟର ବିଭିନ୍ନ ଖେଳପଡ଼ିଆରେ ଚାଲିଥିବା ଓସିଏ ଆନ୍ତଃଜିଲ୍ଲା ସ୍କୁଲ କ୍ରିକେଟ୍‌ ପ୍ରତିଯୋଗିତାରେ କଟକ-ଏ’ ବିଜେତା ହେବାର ସୌଭାଗ୍ୟ ଅର୍ଜନ କରିଛି । ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ କଟକ-ଏ’ ଦଳ ୫୧ରନ୍‌ରେ ଭୁବନେଶ୍ବର-ବି’ ଦଳକୁ ପରାସ୍ତ କରିଛି । ଫାଇନାଲ ମ୍ୟାଚ୍‌ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ ସୁଯୋଗ ପାଇଥିବା କଟକ-ଏ’ ନିର୍ଦ୍ଧାରିତ ୫୦ଓଭରରେ ୮ୱିକେଟ୍‌ ହରାଇ ୧୯୦ରନ୍ ସ୍କୋର କରିଥିଲା । କଟକ-ଏ’ ପକ୍ଷରୁ ପ୍ରିୟାଂଶୁ ସାମଲ ସର୍ବାଧିକ ୬୮ରନ୍‌ (୧୦୬ବଲ) ସ୍କୋର୍‌ କରିଥିଲେ ।  ଭୁବନେଶ୍ବର-ବି’ ପକ୍ଷରୁ ଓମ୍‌ ପି ନାୟକ ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ । ଜବାବରେ ଭୁବନେଶ୍ବର-ବି’ ଦଳ ୩୯.୪ ଓଭର ଖେଳି ସମସ୍ତ ୱିକେଟ୍‌ ହରାଇ ୧୩୯ରନରେ ସୀମିତ ରହି ଉପବିଜେତା ହୋଇଛି । କଟକ-ଏ’ ପକ୍ଷରୁ ଘାତକ ବୋଲିଂ କରିଥିବା ଶିବାଶିଷ ସିଂହ ୪ଟି ୱିକେଟ୍ ନେଇଥିବା  ବେଳେ ସାଥୀ ଖେଳାଳି ଏମ. ଜୟସୁରିଆ ୩ଟି ୱିକେଟ୍ ନେଇଥିଲେ । ଅନୁଗୁଳ ଜିଲ୍ଲା ଏମ୍‌ଶ୍ରୀ ଏସ୍. ସାହୁ ୭ମ୍ୟାଚ୍‌ରୁ ୪୨୭ରନ୍ ସ୍କୋର କରିବା ସହ ୧୯ଟି ୱିକେଟ୍‌ ଅକ୍ତିଆରି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । 

ଏହା ବି ପଢ଼ନ୍ତୁ: ପାକିସ୍ତାନଠୁ ପ୍ରତିଶୋଧ ନେଲେ ଯୁବ ଦଳ

ଉଦ୍‌ଯାପନୀ ସମାରୋହରେ ଅତିଥି ଭାବେ ଓସିଏ ସଂପାଦକ ସଞ୍ଜୟ ବେହେରା, ବିସିସିଆଇ ମ୍ୟାଚ୍‌ ରେଫରୀ ସଞ୍ଜୟ ରାଉଳ, ଓଡ଼ିଶା ଅଲିମ୍ପିକ ସଂଘ ସଂପାଦକ ଅଭିଜିତ ପାଲ, ଓସିଏ କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଓସିଏ କାର୍ଯ୍ୟକର୍ତ୍ତା ଅଞ୍ଜନ କୁମାର ଖୁଣ୍ଟିଆ, ନୃସିଂହ ଚରଣ ଚୌଧୁରୀ, ସୁଶାନ୍ତ ମହାନ୍ତି, ସନ୍ତୋଷ ଦାଶ, ସଂପୂର୍ଣ୍ଣନନ୍ଦ ଦାସ ଯୋଗଦେଇ ଉଭୟ ବିଜେତା କଟକ-ଏ’ ଓ ଉପବିଜେତା ଭୁବନେଶ୍ବର-ବି’ ଦଳକୁ ଟ୍ରଫି ପ୍ରଦାନ କରି ଉତ୍ସାହିତ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe