ହୀରାକୁଦ ନଦୀବନ୍ଧ ପାଇଁ କୋଟି କୋଟିର ପ୍ୟାକେଜ, କଳାହାଣ୍ଡିର ଇନ୍ଦ୍ରାବତୀ ପ୍ରକଳ୍ପ ଆଡ଼କୁ ନଜର ନାହିଁ

Advertisment

ଇନ୍ଦ୍ରାବତୀ ପାଇଁ ସରକାର କୋଟିକୋଟି ଟଙ୍କା ରାଜସ୍ୱ ପାଉଛନ୍ତି, କିନ୍ତୁ ପଙ୍କ ବାହାର କରିବା କି ସୁରକ୍ଷା ପାଚେରୀ ପାଇଁ ପଇସା ନାହିଁ । ୨୦୧୩-୧୪ ମସିହାରେ ଇନ୍ଦ୍ରାବତୀ କ୍ୟାଚମେଣ୍ଟ ଏରିଆରେ ଗୋଦାବରୀ ବେସିନର ସୁରକ୍ଷା ପାଇଁ ପ୍ରାୟ ୩୦୦ କୋଟିର ବ୍ୟବରାଦ ହୋଇଥିଲା। ନଦୀକୂଳରେ ମେଗା ବୃକ୍ଷରୋପଣ, ନିରାପତ୍ତା ପାଚେରୀ ନିର୍ମାଣଠାରୁ ଆରମ୍ଭ କରି ମୃତ୍ତିକା ସଂରକ୍ଷଣ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ତାହା ଆଜି ବି ସରକାରୀ ନାଲି ଫାଇଲ ତଳେ ଚାପି ହୋଇରହିଛି । 

indravati

କନକ ବ୍ୟୁରୋ : ହୀରାକୁଦ ନଦୀ ବନ୍ଧ ପାଇଁ ସରକାରଙ୍କ ପାଖରେ କୋଟି କୋଟି ଟଙ୍କାର ପ୍ୟାକେଜ୍ ଅଛି, ହେଲେ ଅନ୍ଧାରରେ କଳାହାଣ୍ଡିର ଇନ୍ଦ୍ରାବତୀ ପ୍ରକଳ୍ପ'। ୨୦୦୩ରୁ ଭାଙ୍ଗିଲାଣି ପଙ୍କ ଅବରୋଧ ଫାଟକ। ପୋତି ହେଲାଣି ଜଳଧାରଣ ସ୍ଥାନ। ଖଣି ଖାଦାନ ଓ ଜଙ୍ଗଲ କ୍ଷୟ ଯୋଗୁଁ ବିପଦରେ ଏହି ବୃହତ ଜଳବିଦ୍ୟୁତ ପ୍ରକଳ୍ପ। ତଥାପି ପଡ଼ୁନି ସରକାରଙ୍କ ନଜର । ଓଡ଼ିଶାର ଜଳସମ୍ପଦ କ୍ଷେତ୍ରରେ ସମ୍ବଲପୁରର ହୀରାକୁଦ ଓ କଳାହାଣ୍ଡିର ଇନ୍ଦ୍ରାବତୀ ୨ଟି ପ୍ରମୁଖ ସ୍ତମ୍ଭ। ସମ୍ବଲପୁରର ହୀରାକୁଦ ନଦୀ ବନ୍ଧ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ହଜାରେ କୋଟିର ଅନୁଦାନ ଅନୁମୋଦନ କରିଛନ୍ତି, ଏପଟେ କଳାହାଣ୍ଡି ଜିଲ୍ଲା ମୁଖିଗୁଡ଼ା ସ୍ଥିତ ଇନ୍ଦ୍ରାବତୀ ପ୍ରକଳ୍ପର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି। ଦୀର୍ଘ ଦିନ ହେବ ପୁନରୁଦ୍ଧାର ପାଇଁ ଦୀର୍ଘକାଳୀନ ଯୋଜନା କରାଯାଉନାହିଁ। 

୨୦୦୩ ମସିହାରୁ ଫାଟକ ଭାଙ୍ଗିଯିବାରୁ ପୋତି ହୋଇଗଲାଣି ଜଳଭଣ୍ଡାରର ଇନଟେକ୍‌ ୱେଲ୍‌ । ଇନ୍ଦ୍ରାବତୀ ନଦୀ କଳାହାଣ୍ଡି ଜିଲ୍ଲା ମରଡ଼ିଗୁଡ଼ାରୁ ଆରମ୍ଭ ହୋଇ ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଦେଇ ମହାରାଷ୍ଟ୍ରର ଗୋଦାବରୀ ନଦୀରେ ପଡ଼ିଛି। ଇନ୍ଦ୍ରାବତୀର କ୍ୟାଚମେଣ୍ଟ ଏରିଆ ୩୨୬୫ ବର୍ଗ କିଲୋମିଟର । କ୍ୟାଚମେଣ୍ଟ ଏରିଆରେ ବ୍ୟାପକ ଜଙ୍ଗଲ ନଷ୍ଟ, ଖଣି ଖନନ ଯୋଗୁଁ ଇନ୍ଦ୍ରାବତୀ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଛି ମାଟି । ଇନ୍ଦ୍ରାବତୀ, ପେଟଫୁଲା, ପୋଡ଼ାଗଡ଼, କପୁର, କାନବିନ୍ଧା ନଦୀରୁ ମାଟି ମିଶା ପାଣି ପଶିବାରୁ ମହୁଲପାଟଣା ନିକଟରେ ଇନ୍ଦ୍ରାବତୀର ଇନଟେକ୍‌ ୱେଲର ପ୍ରାୟ ୧୨ ମିଟରରୁ ଅଧିକ ପଙ୍କରେ ପୋତି ହୋଇଗଲାଣି । ୨୦୦୯ରୁ ଡ୍ୟାମ୍ ସେଫ୍ଟି ରିପୋର୍ଟରେ ଏ ସଂପର୍କରେ ଜଣାଇ ଦିଆଯାଇଛି। ତଥାପି ବିଭାଗୀୟ ଅବହେଳା, ପ୍ରକଳ୍ପର ମୃତ୍ୟୁକୁ ଅପେକ୍ଷା ବୋଲି କ୍ଷୋଭର ସହ କହିଛନ୍ତି ପରିବେଶବିତ ।

ଅଧିକ ପଢ଼ନ୍ତୁ :  ପଡ଼ୋଶୀ କରୁଛି ଷଡ଼୍‌ଯନ୍ତ୍ର; ଶୁଖିଯିବ ଇନ୍ଦ୍ରାବତୀ, ମରିଯିବ ମହାନଦୀ !

ଇନ୍ଦ୍ରାବତୀ ପାଇଁ ସରକାର କୋଟିକୋଟି ଟଙ୍କା ରାଜସ୍ୱ ପାଉଛନ୍ତି, କିନ୍ତୁ ପଙ୍କ ବାହାର କରିବା କି ସୁରକ୍ଷା ପାଚେରୀ ପାଇଁ ପଇସା ନାହିଁ । ୨୦୧୩-୧୪ ମସିହାରେ ଇନ୍ଦ୍ରାବତୀ କ୍ୟାଚମେଣ୍ଟ ଏରିଆରେ ଗୋଦାବରୀ ବେସିନର ସୁରକ୍ଷା ପାଇଁ ପ୍ରାୟ ୩୦୦ କୋଟିର ବ୍ୟବରାଦ ହୋଇଥିଲା। ନଦୀକୂଳରେ ମେଗା ବୃକ୍ଷରୋପଣ, ନିରାପତ୍ତା ପାଚେରୀ ନିର୍ମାଣଠାରୁ ଆରମ୍ଭ କରି ମୃତ୍ତିକା ସଂରକ୍ଷଣ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ତାହା ଆଜି ବି ସରକାରୀ ନାଲି ଫାଇଲ ତଳେ ଚାପି ହୋଇରହିଛି । 

ଅଧିକ ପଢ଼ନ୍ତୁ :  କିଏ ବୁଝିବ ଇନ୍ଦ୍ରାବତୀ ଦୁଃଖ? ଧୀରେଧୀରେ କମୁଛି ଜଳସ୍ତର

ଆଶ୍ଚର୍ଯ୍ୟର କଥା, ଏନଟିପିସି ଏବଂ ଓଏଚପିସି ଏଠାରୁ ବିଦ୍ୟୁତ୍‌ ଉତ୍ପାଦନ କରି କୋଟିକୋଟି ଟଙ୍କା ଲାଭ କମାଉଛନ୍ତି। ଯେଉଁ ନଦୀ ଓ ଜଳଭଣ୍ଡାରରୁ ଅର୍ଥ ଆସୁଛି, ତା’ସୁରକ୍ଷା ପାଇଁ ସରକାର ଚୁପ୍! ଏଭଳି ସ୍ଥିତି ଜାରି ରହିଲେ, କଳାହାଣ୍ଡି ସମେତ ପଡ଼ୋଶୀ ରାଜ୍ୟର ଜଳସେଚନ ଓ ବିଦ୍ୟୁତ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe