କନକବ୍ୟୁରୋ : ରାଜ୍ୟରେ ଉପରମୁହାଁ ଅପରାଧ। ପ୍ରତିଦିନ କେଉଁଠି ନା କେଉଁଠି ଘଟୁଛି ଅପରାଧ। କେତେବେଳେ ଅପରାଧୀ ଗୁଳିମାଡ଼ କରୁଛନ୍ତି ତ କେତେବେଳେ ମାରଣାସ୍ତ୍ରରେ ହାଣି ପକାଉଛନ୍ତି ।  ଗତ ୨ ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଅନେକ ଘଟଣା ଘଟିଛି, ଯାହା ପୁଲିସର ପାରିବା ପଣିଆ ଉପରେ ଲଗାଇଛି ପ୍ରଶ୍ନ ଚିହ୍ନ ।  କେନ୍ଦ୍ରାପଡ଼ାରେ ଗତ ୨୪ ଘଣ୍ଟାରେ ଏଭଳି ୨ଟି ଘଟଣା ଘଟିଛି । କାଲି ଅପରାହ୍ନରେ ରାଜନଗରର ଥାନପତି ଠାକୁରାଣୀଙ୍କ ପୀଠ ପରିସରରେ ବୃଦ୍ଧଙ୍କୁ ହତ୍ୟା କରିଥିଲେ କିଛି ଯୁବକ।  ଗାଡ଼ି ପାର୍କିଂକୁ ନେଇ ଗଣ୍ଡଗୋଳ ପରେ ହତ୍ୟା କରିଥିଲେ ।  

Advertisment

ଅଧିକ ପଢନ୍ତୁ ... ମୁଖ୍ୟ ବିଚାରପତିଙ୍କ ଶପଥରେ ରହିଲେନି ରାହୁଲ; ବିଜେପି ନେତା କହିଲେ...

ରାତିରେ କେନ୍ଦ୍ରାପଡ଼ା ଗରାପୁରରେ ଗୋଟିଏ ପରିବାରର ୩ ଜଣଙ୍କୁ ଗୁଳିମାଡ଼ କରିଥିଲା ଜଣେ ଯୁବକ ।  ବାଲେଶ୍ବରରେ ମଦ ଦୋକାନ ମ୍ୟାନେଜରଙ୍କୁ ପ୍ରଥମେ ହାଣିଲେ , ତାପରେ ଲୁଟିଲେ ଦୁର୍ବୃତ୍ତ ।  ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳରେ ଏହି ଘଟଣା ଘଟିଛି ।  ଗତ ରାତିରେ ୩ ଜଣ ଦୁର୍ବୃତ୍ତ କଳା ପଲସରରେ ଆସି ୧୬ ନମ୍ବର ଜାତୀୟ ରାଜପଥରେ ଥିବା ମଦ ଦୋକାନର ମ୍ୟାନେଜରଙ୍କୁ ଖଣ୍ଡାରେ ହାଣି ଲୁଟିଛନ୍ତି ଲକ୍ଷାଧିକ ଟଙ୍କା ।  

ଅଧିକ ପଢନ୍ତୁ... ଆସନ୍ତା କାଲି ଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା : ପ୍ରଦୀପ ବଳ ସାମନ୍ତ, ସମବାୟ ମନ୍ତ୍ରୀ

କନ୍ଧମାଳ ଜିଲ୍ଲା ନୂଆଗାଁ ଥାନା ଅଞ୍ଚଳରେ ନିଶାସକ୍ତ ଯୁବକ କାଠ ଫାଳିଆରେ ପିଟିପିଟି ବୃଦ୍ଧଙ୍କୁ ହତ୍ୟା କରିଛି ।  କୋରାପୁଟ ଜିଲ୍ଲା ସୁନାବେଡ଼ାରେ ମାଆକୁ ହତ୍ୟା କରିଛି ପୁଅ । ତଣ୍ଟି କାଟି ଅତି ବିଭତ୍ସ ଭାବେ ହତ୍ୟା କରିଛି । ଆଜି ପୁରୀ ସଦର ଥାନା ଇତିଭୁଆଁ ବଡ଼ ଗାଁ ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।  ତାଙ୍କ ବେକ ଓ ମୁଣ୍ଡରେ କ୍ଷତଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । 
---
ରାଜ୍ୟରେ ଉପରମୁହାଁ ଅପରାଧ
ପ୍ରତିଦିନ କେଉଁଠି ନା କେଉଁଠି ଘଟୁଛି ଅପରାଧ
କେତେବେଳେ ଗୁଳିକାଣ୍ଡ ତ କେତେବେଳେ ହାଣି ପକାଉଛନ୍ତି ଦୁର୍ବୃତ୍ତ
କେନ୍ଦ୍ରାପଡ଼ାରେ ୨୪ ଘଣ୍ଟାରେ ୨ଟି ଘଟଣା
ରାଜନଗର ଥାନପତି ମନ୍ଦିର ପରିସରରେ ବୃଦ୍ଧଙ୍କୁ ହତ୍ୟା
କେନ୍ଦ୍ରାପଡ଼ା ଗରାପୁରରେ ଗୋଟିଏ ପରିବାରର ୩ ଜଣଙ୍କୁ ଗୁଳିମାଡ଼
ବାଲେଶ୍ବର ଖନ୍ତାପଡ଼ାରେ ମଦ ଦୋକାନ ମ୍ୟାନେଜରଙ୍କୁ ହାଣିଲେ ଦୁର୍ବୃତ୍ତ
କନ୍ଧମାଳରେ ନିଶାସକ୍ତ ଯୁବକ ଘଟାଇଛି ଜଘନ୍ୟ କାଣ୍ଡ 
କାଠ ଫାଳିଆରେ ପିଟିପିଟି ବୃଦ୍ଧଙ୍କୁ ହତ୍ୟା କରିଛି ଯୁବକ
କୋରାପୁଟ ସୁନାବେଡ଼ାରେ ମାଆକୁ ହତ୍ୟା କରିଛି ପୁଅ
ପୁରୀ ସଦର ଥାନା ଇତିଭୁଆଁ ବଡ଼ଗାଁ ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର
କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନଚିହ୍ନ
ପୁଲିସକୁ ପ୍ରତି କମିଗଲାଣି କି ଡର?