କନକବ୍ୟୁରୋ : ବାରବାଟୀ ମ୍ୟାଚ୍ ପାଇଁ କ୍ରିକେଟ୍ ପ୍ରେମୀଙ୍କ ଭିତରେ ପ୍ରବଳ କ୍ରେଜ୍। ଗତକାଲି ୫ଟି କାଉଣ୍ଟରରେ ବିକ୍ରି ହୋଇଛି ଟିକେଟ୍। ଆଉ ଟିକେଟ୍ ବିକ୍ରି ପରେ ସକ୍ରିୟ ଦଲାଲ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଷ୍ଟାଡିଅମ୍ରେ ଦେଖିବା ପାଇଁ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ। ଆଉ ଏହାର ଫାଇଦା ନେବାକୁ ସକ୍ରିୟ ହୋଇଛନ୍ତି ଅନେକ ଦଲାଲ। ଚଢ଼ା ଦରରେ ଟିକେଟ୍ ବ୍ଲାକ୍ରେ ବିକ୍ରି କରୁଛନ୍ତି ।
ଅଧିକ ପଢନ୍ତୁ... ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାରେ ହେଉଛି ବଡ଼ ବିଭ୍ରାଟ : ୧୭ ମାସରେ ବାତିଲ ହେଲାଣି ୧୯ ପରୀକ୍ଷା
ସେପଟେ ମ୍ୟାଚ୍ ପାଇଁ କମିଶନେରେଟ ପୁଲିସର ପ୍ରସ୍ତୁତି । ବାରବାଟୀରେ ମ୍ୟାଚ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ପୁଲିସ କମିଶନର ଏସ.ଦେବଦତ୍ତ ସିଂ। ତେବେ ମ୍ୟାଚ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗତକାଲି ଯେତେ ଖେଳାଳୀ ଆସିବାର ଥିଲା ଆସିପାରିନାହାନ୍ତି । ଏୟାରଲାଇନ କ୍ରାଇସିସ ଭିତରେ ଗତକାଲି କିଛି ଖେଳାଳି ପହଞ୍ଚିଛନ୍ତି ।
ସମୟ ନିର୍ଘଣ୍ଟ ହିସାବରେ ଅନ୍ୟ ଖେଳାଳୀମାନେ ମଧ୍ୟ ପହଞ୍ଚିବେ। ସୁରକ୍ଷା ଦୃଷ୍ଟିରୁ ସଜାଗ ରହିଛି କମିଶନରେଟ୍ ପୁଲିସ । ଗତକାଲି ଅଫଲାଇନ ଟିକେଟ ପାଇଁ ଭିଡ଼ ହୋଇଥିଲା । କିନ୍ତୁ ଶାନ୍ତିଶୃଙ୍ଖଳା ଭିତରେ ଲୋକମାନେ ଟିକେଟ କିଣିଛନ୍ତି। ଅନେକ ଜଣ ଟିକେଟ ପାଇନାହାନ୍ତି । ଅନ୍ୟପଟେ ଟିକେଟ କଳାବଜାରୀ କଥା ତାଙ୍କ ସାମ୍ନାକୁ ଆସିନାହିଁ, ତା ଉପରେ ମଧ୍ୟ ନଜର ରଖିଛୁ ବୋଲି କହିଛନ୍ତି ପୁଲିସ କମିସନର।
ସୂଚନା ଅନୁଯାୟୀ , ବାରବାଟୀ ଲାଗି ଆଜିଠୁ ଆରମ୍ଭ ହୋଇଛି ଅଫଲାଇନରେ ଟିକେଟ୍ ବିକ୍ରି । ଟିକେଟ୍ ଖଣ୍ଡେ ପାଇବାକୁ କ୍ରିକେଟ୍ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ। ଘଣ୍ଟା ଘଣ୍ଟା ଲାଇନ୍ରେ ରହି ଟିକେଟ୍ ନେଇଛନ୍ତି ଦର୍ଶକ । ପ୍ରଥମ ଦିନରେ ଟିକେଟ୍ ବିକ୍ରି ହୋଇଥିବା ବେଳେ ଆସନ୍ତାକାଲି ଆଉ, ଟିକେଟ୍ ବିକ୍ରି ହେବ ।
କିଏ ରାତିରୁ ଆସି ଲାଇନ୍ ଲଗାଇଛି, ତ କିଏ ଭୋରରୁ ଶୀତ କାକରରେ ଛିଡ଼ା ହୋଇଛି । ଆଉ ଟିକେଟ୍ ମିଳିବା ପରର ଏ ଖୁସି ଆଗରେ ଫିକା ପଡ଼ିଛି ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ରହି ଠେଲାପେଲା ସହିବାର ଯନ୍ତ୍ରଣା । ଖଣ୍ଡିଏ ଟିକେଟ୍ ପାଇଁ ବାରବାଟୀରେ ଆଜି ଦିନ ତମାମ ଲାଗି ରହିଥିଲା ଦର୍ଶକଙ୍କ ଗହଳି। ବିଶେଷ କରି ୧ ନମ୍ବର ଏବଂ ୨ ନମ୍ବର କାଉଣ୍ଟର ପାଇଁ ହୋଇଥିବା ଜିଗଜାକ୍ ବ୍ୟାରିକେଡରେ ଲୋକଙ୍କ ଭିଡ଼ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଟିକେଟ୍ ବିକ୍ରିକୁ ଶୃଙ୍ଖଳିତ କରିବାକୁ ଓସିଏ ପକ୍ଷରୁ ଚଳିତ ଥର ପ୍ରଥମ କରି କରାଯାଇଥିଲା ବାଉନସର ବ୍ୟବସ୍ଥା ।
କମିସନରେଟ୍ ପୁଲିସ ପକ୍ଷରୁ ୫ଟି କାଉଣ୍ଟରରେ ମୁତୟନ ହୋଇଥିଲେ ୫୧ ପ୍ଲାଟୁନ୍ ଫୋର୍ସ । ଅନ୍ୟପଟେ ଅଫଲାଇନ୍ ଟିକେଟ୍ ବିକ୍ରି ପୂର୍ବରୁ ସୋସିଆଲ୍ ମିଡିଆରେ ଦଲାଲ୍ ସକ୍ରିୟ ହୋଇଥିବା ନଜରକୁ ଆସିଛି । ଯାହାର ଏକ ଅଡିଓ ମଧ୍ୟ ଭାଇରାଲ୍ ହେଉଛି । ଗ୍ୟାଲେରୀ ନମ୍ବର ୧ ଏବଂ ୩ର ଦର ୧୧ ଶହ ଟଙ୍କା ଥିବା ବେଳେ ଦଲାଲ ୬ ହଜାର ଟଙ୍କା ଦାବି କରୁଛନ୍ତି । ସ୍ପେସାଲ୍ ଏନକ୍ଲୋଜର ଟିକେଟ୍ ଦର ୬ ହଜାର ଟଙ୍କା ଥିବା ବେଳେ ୧୦ ହଜାର ଟଙ୍କା ଦାବି କରୁଛନ୍ତି ଦଲାଲ। ଏ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି ।
ଏପଟେ କ୍ରିକେଟ୍ ବିଷୟରେ ଜାଣିନଥିବା କିଛି ମହିଳା ବି ଆଜି ଲାଇନ୍ ଲଗାଇଥିବା ଦେଖିବାକୁ ମିଳିଥିଲା । ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ନଥିବାରୁ ସେମାନେ ମଧ୍ୟ ହଟହଟା ହୋଇଥିଲେ। ଏ ଘଟଣା ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାକୁ ଆସିବା ପରେ ଓସିଏ ସହ ଆଲୋଚନା କରାଯାଇ ଦିବ୍ୟାଙ୍ଗଙ୍କ ପାଇଁ ଏକ ଅସ୍ଥାୟୀ କାଉଣ୍ଟର ଖୋଲାଯାଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/06/barabati-2025-12-06-11-20-19.jpg)