କନକ ବ୍ୟୁରୋ : ଜୀବନ ଜିଇଁବା ପାଇଁ ଅନେକ ବାଟ ରହିଛି । କିଏ ସଂଘର୍ଷ କରୁଛି ତ ଆଉ କିଏ ନିଜର ଜ୍ଞାନ ବଳରେ କ୍ଷୁଦ୍ର ଉଦ୍ୟୋଗ କରି ପରିବାର ପ୍ରତିପୋଷଣ କରୁଛି । କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କେକ୍ ଓ ବିସ୍କୁଟ୍ ପ୍ରସ୍ତୁତ ୟୁନିଟ୍ କରି ରୋଜଗାରକ୍ଷମ ହୋଇଛନ୍ତି ଉଦ୍ୟୋଗୀ ମହିଳା । ଏହା ଦ୍ବାରା ସେ ସ୍ବାବଲମ୍ବୀ ହେବା ସହ ୨୦ରୁ ଅଧିକ ପରିବାରକୁ ଦେଇଛନ୍ତି ରୋଜଗାର ।
ରୋଜଗାର ଦେଉଛି ଗେଣ୍ଡୁଫୁଲ ଚାଷ, ନିଜେ ସ୍ୱାବଲମ୍ବୀ ହେବା ସହ ୮ ଜଣଙ୍କୁ ଦେଉଛନ୍ତି ରୋଜଗାର
ଗୋଟିଏ କି ଦୁଇଟିଟି ନୁହେଁ, ୩୦୦ରୁ ଅଧିକ ପ୍ରକାରର କେକ୍ ଓ ବିସ୍କୁଟ୍ ତିଆରି ଚାଲିଛି । ମାଣ୍ଡିଆ, କଫି ଓ ଗହମରେ ଭଳିକି ଭଳି ଡିଜାଇନ ଓ ସ୍ୱାଦିଷ୍ଟର କେକ୍ । ଫ୍ରୁଟ୍ ବିସ୍କୁଟ୍ ଠାରୁ ଆରମ୍ଭ କରି ଫ୍ରୁଟ୍ କେକ୍, ଚାହିଦା ଅନୁସାରେ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ସବୁକିଛି ମେସିନ୍ ସାହାଯ୍ୟରେ ଚାଲିଛି । କିଏ ପ୍ୟାକିଂ କରୁଛି ତ ପୁଣି କିଏ ଷ୍ଟିକରିଂ, ଆଉ କିଏ କେକ୍ ତିଆରି କରିବାରେ ବ୍ୟସ୍ତ ଅଛନ୍ତି । ଏସବୁ କାମରେ ଏକାଧିକ ପରୁଷ ଓ ମହିଳା ଲାଗିଛନ୍ତି । କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଳକ କେନ୍ଦୁଗୁଡ଼ା ଅଞ୍ଚଳର ସୁଜାତା ପଟ୍ଟନାୟକ ଏହି କ୍ଷୁଦ୍ର ଉଦ୍ୟୋଗ ଖୋଲି ଭଲ ରୋଜଗାର କରିବା ସହ ଅନ୍ୟକୁ ରୋଜଗାର ଦେଇଛନ୍ତି ।
ମହିଳା ଚଳାଉଛନ୍ତି ମିସନ ଶକ୍ତି କାଫେ, ସ୍ୱାଦିଷ୍ଟ ଖାଦ୍ୟ ବିକ୍ରି କରି ଚଳାଉଛନ୍ତି ପରିବାର
ସୁଜାତାଙ୍କ ସ୍ବାମୀ ପ୍ରଶାନ୍ତ ପଟ୍ଟନାୟକ ପୂର୍ବରୁ ଠିକାଦାରି ଓ ବ୍ୟବସାୟ କରୁଥିଲେ । ଏଭଳି କିଛି ଉଦ୍ୟୋଗ କରିବା ପାଇଁ ଚନ୍ତାକରି କିଛି ଟଙ୍କା ସଞ୍ଚୟ କଲେ । କଟକ, ଭୁବନେଶ୍ବର ଓ ରାଜ୍ୟ ବାହାରର କିଛି କାରିଗରଙ୍କଠାରୁ ପରାମର୍ଶ ନେଇଥିଲେ ପ୍ରଶାନ୍ତ । କିଛି ବ୍ୟବସାୟୀଙ୍କଠାରୁ ପ୍ରେରଣା ପାଇ ସେ ଏହି ଉଦ୍ୟୋଗ ଆରମ୍ଭ କଲେ । ନିଜ ଅଞ୍ଚଳରେ ମିଳୁଥିବା ମାଣ୍ଡିଆ, ଗହମ ଓ କଫିରୁ ଏଭଳି କେକ୍ ବିସ୍କୁଟ୍ ପ୍ରସ୍ତୂତ କରୁଛନ୍ତି । ବିନା କେମିକାଲରେ ଦେଶୀ ଜିନିଷ ବ୍ୟବହାର କରି ସେ ସାମଗ୍ରୀ ପ୍ରସ୍ତୁତ କରୁଥିବାରୁ ଏହାର ଚାହିଦ ଅଧିକ । ଏହାକୁ ସେ ଓଡ଼ିଶା ସମେତ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରେ ବିକ୍ରି କରୁଛନ୍ତି । ଗତ ୨ ବର୍ଷରେ ବ୍ୟବସାୟ ବଢ଼ିଛି। ଆଗକୁ ଆହୁରି ଆଇଟମ ତିଆରି କରିବାର ଲକ୍ଷ୍ୟ ରଖିଛନ୍ତି ପ୍ରଶାନ୍ତ ।
ଦିଲ୍ଲୀରେ ବଡ଼ ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ, ୨୬୨ କୋଟି ମୂଲ୍ୟର ମାଦକ ଦ୍ରବ୍ୟ ଜବତ କଲା ଏନସିବି
ପ୍ରତିଦିନ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଏଠାରେ ତିଆରି ହୋଇ ବିକ୍ରି ପାଇଁ ଯାଉଛି । ସ୍ଥାନୀୟ ଅଞ୍ଚଳରେ ଏଭଳି ଏକ ୟୁନିଟ୍ ଖୋଲିଥିବାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ନଯାଇ ଯୁବକ ଯୁବତୀମାନେ ରୋଜଗାରକ୍ଷମ ହୋଇପାରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/23/cake-2025-11-23-22-39-06.jpg)