କନକ ବ୍ୟୁରୋ: ରାଜ୍ୟସଭାରେ ବିବୃତି ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ କହିଛନ୍ତି, "ଦେଶ ଆଜି ଦ୍ରୁତ ଗତିରେ ବିକାଶ କରୁଛି। ଆମକୁ ଅଟକିବା ଉଚିତ୍ ନୁହେଁ କିମ୍ବା ପଛକୁ ଚାହିଁବା ଉଚିତ୍ ନୁହେଁ। ଆମେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ୟ୍ୟାୟରେ ପହଞ୍ଚିଛୁ। ଯେତେବେଳେ ଆମେ ସ୍ୱାଧୀନତା ପାଇଲୁ, ଦେଶ ବିଶ୍ୱରେ ୬ ନମ୍ବର ସ୍ଥାନରେ ଥିଲା, କିନ୍ତୁ ଏହି ଲୋକମାନେ (କଂଗ୍ରେସ) ଏହାକୁ ୧୦ ନମ୍ବରରେ ପହଞ୍ଚାଇ ଦେଇଛନ୍ତି।"

Advertisment

ଅଧିକ ପଢ଼ନ୍ତୁ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ଆରମ୍ଭ ହୋଇଛି ବିଜେପିର ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ

ଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, "ବିଶ୍ୱ ଏକ ନୂତନ ବିଶ୍ୱ ବ୍ୟବସ୍ଥା ଆଡକୁ ଗତି କରୁଛି। ଭାରତ ଆଜି ବିଶ୍ୱ ବନ୍ଧୁ ଭାବରେ ଏକ ଅଂଶୀଦାର ହୋଇ ରହିଛି। ଆମେ ବିଶ୍ୱ କଲ୍ୟାଣରେ ଆମର ଭୂମିକା ନିର୍ବାହ କରୁଛୁ। ଆଜି, ଭାରତ ବିଶ୍ୱ ପ୍ଲାଟଫର୍ମରେ ଗ୍ଲୋବାଲ୍ ସାଉଥ୍ ର ସ୍ୱର ପାଲଟିଛି।" 

ଅଧିକ ପଢ଼ନ୍ତୁ :  ପୁଣି ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶଂସା : କହିଲେ, ମୁଁ ଭାରତ ଓ ମୋଦୀଙ୍କର ଅତି ନିକଟତର

ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି, "ବିଶ୍ୱ ଦରବାରରେ କଂଗ୍ରେସ ପାଇଁ ଭାରତର ଛବି ଯେଉଁଭଳି ଅଛି ତାହାକୁ ଧୋଇବା ପାଇଁ ମୋତେ ବହୁତ ସମୟ ଲାଗୁଛି। ଲାଲକିଲ୍ଲାରୁ କଂଗ୍ରେସ ପ୍ରଧାନମନ୍ତ୍ରୀମାନଙ୍କର ପୁରୁଣା ଭାଷଣ ଶୁଣନ୍ତୁ। ସେମାନଙ୍କର କୌଣସି ଚିନ୍ତାଧାରା, ଦୃଷ୍ଟିକୋଣ କିମ୍ବା ଇଚ୍ଛାଶକ୍ତି ନଥିଲା।"