ସରକାର ଆଣିବେ କଠୋର ନିୟମ, ବିନା ପ୍ରେସକିପସନରେ କଫ୍ ସିରପ୍ ବିକ୍ରି କରିପାରିବେନି ଔଷଧ ଦୋକାନୀ

Advertisment

ଡ୍ରଗ୍‌ସ ନିୟମ ୧୯୪୫ରେ ସଂଶୋଧନ ଆଣିବାକୁ ସରକାର ପ୍ରସ୍ତାବ ଆଗତ କରିଛନ୍ତି । ନିୟମର ସିଡ୍ୟୁଲ୍‌ ‘କେ’ରୁ କଫ୍‌ ସିରପକୁ  ପ୍ରତ୍ୟାହାର କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି । ନୂଆ ବିଲକୁ ସରକାର ଡ୍ରଗ୍‌ସ (ସଂଶୋଧନ) ନିୟମ ୨୦୨୫ ଭାବେ ଉପସ୍ଥାପନ କରିବେ। ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ତାହା କାର୍ଯ୍ୟକାରୀ  ହେବ। ଡ୍ରଗସ ନିୟମ ୧୯୪୫ର ସିଡ୍ୟୁଲଡ ‘କେ’ର କ୍ରମାଂକ ସଂଖ୍ୟା ୧୩ ଅଧୀନରେ ଥିବା ଏଣ୍ଟ୍ରି ସଂଖ୍ୟା‌ ୭ରୁ ‘ସିରପ୍’ ଶବ୍ଦକୁ ହଟାଯିବ ।

ଡ୍ରଗ୍‌ସ ନିୟମ ୧୯୪୫ରେ ସଂଶୋଧନ ଆଣିବାକୁ ସରକାର ପ୍ରସ୍ତାବ ଆଗତ କରିଛନ୍ତି । ନିୟମର ସିଡ୍ୟୁଲ୍‌ ‘କେ’ରୁ କଫ୍‌ ସିରପକୁ  ପ୍ରତ୍ୟାହାର କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି । ନୂଆ ବିଲକୁ ସରକାର ଡ୍ରଗ୍‌ସ (ସଂଶୋଧନ) ନିୟମ ୨୦୨୫ ଭାବେ ଉପସ୍ଥାପନ କରିବେ। ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ତାହା କାର୍ଯ୍ୟକାରୀ  ହେବ। ଡ୍ରଗସ ନିୟମ ୧୯୪୫ର ସିଡ୍ୟୁଲଡ ‘କେ’ର କ୍ରମାଂକ ସଂଖ୍ୟା ୧୩ ଅଧୀନରେ ଥିବା ଏଣ୍ଟ୍ରି ସଂଖ୍ୟା‌ ୭ରୁ ‘ସିରପ୍’ ଶବ୍ଦକୁ ହଟାଯିବ ।

health

କନକ ବ୍ୟୁରୋ : ଏଣିକି ପ୍ରେସକ୍ରିପସନ୍ ଦେଖାଇଲେ ମିଳିବ କଫ୍ ସିରପ । କଫ୍ ସିରପ ବିକ୍ରିକୁ ନେଇ କଠୋର ହୋଇଛନ୍ତି ସରକାର । ଡ୍ରଗ୍‌ସ ନିୟମ ୧୯୪୫ରେ ସଂଶୋଧନ ଆଣିବାକୁ ସରକାର ପ୍ରସ୍ତାବ ଆଗତ କରିଛନ୍ତି । ନିୟମର ସିଡ୍ୟୁଲ୍‌ ‘କେ’ରୁ କଫ୍‌ ସିରପକୁ  ପ୍ରତ୍ୟାହାର କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି । ନୂଆ ବିଲକୁ ସରକାର ଡ୍ରଗ୍‌ସ (ସଂଶୋଧନ) ନିୟମ ୨୦୨୫ ଭାବେ ଉପସ୍ଥାପନ କରିବେ। ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ତାହା କାର୍ଯ୍ୟକାରୀ  ହେବ। ଡ୍ରଗସ ନିୟମ ୧୯୪୫ର ସିଡ୍ୟୁଲଡ ‘କେ’ର କ୍ରମାଂକ ସଂଖ୍ୟା ୧୩ ଅଧୀନରେ ଥିବା ଏଣ୍ଟ୍ରି ସଂଖ୍ୟା‌ ୭ରୁ ‘ସିରପ୍’ ଶବ୍ଦକୁ ହଟାଯିବ । ଏହି ନିୟମ ଲାଗୁ ହେବା ପରେ ଔଷଧ ଦୋକାନ କାଉଣ୍ଟରଗୁଡ଼ିକରେ ଆଉ ଅବାଧରେ କଫ୍‌ ସିରପ୍‌ ବିକ୍ରି ହୋଇପାରିବ ନାହିଁ। ତାମିଲନାଡ଼ୁର କମ୍ପାନି ଶ୍ରୀସନ ଫାର୍ମାସ୍ୟୁଟିକାଲସ ଉତ୍ପାଦନ କରିଥିବା କଫ୍‌ ସିରପ୍ ‘କୋଲଡ୍ରିଫ୍’ ସେବନ କରିବା ପରେ ରାଜସ୍ଥାନ ଓ ମହାରାଷ୍ଟ୍ରରେ ବହୁ ଶିଶୁଙ୍କ ମୃତ୍ୟୁ ହେବା ଓ ଅନେକଙ୍କ ଠାରେ ପାର୍ଶ୍ବପ୍ରତିକ୍ରିୟା ଦେଖାଦେବା ଘଟଣାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଚିନ୍ତା ପ୍ରକଟ କରିଥିଲା । 

ଅଧିକ ପଢ଼ନ୍ତୁ :କଫ୍ ସିରପ୍ ପାଇଁ ଆକ୍ସନ ମୋଡରେ କେନ୍ଦ୍ର, ଖୁବଶୀଘ୍ର ଔଷଧ ନେଇ ମୋଦୀ ସରକାର ଆଣିବେ ନୂଆ ଆଇନ...

  • କଫ୍ ସିରପ୍ ପାଇଁ କଠୋର ହେଲେ ସରକାର
  • ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ବିକ୍ରି ନିୟମ ହେବ କଡ଼ାକଡ଼ି 
  • ଡ୍ରଗ୍‌ସ ନିୟମ-୧୯୪୫ରେ ସଂଶୋଧନ ଆଣିବାକୁ ସରକାରଙ୍କ ପ୍ରସ୍ତାବ
  • ନୂଆ ବିଲକୁ ସରକାର ଡ୍ରଗ୍‌ସ (ସଂଶୋଧନ) ନିୟମ ୨୦୨୫ ଭାବେ ଉପସ୍ଥାପନ କରିବେ
  • ଡ୍ରଗସ ନିୟମ-୧୯୪୫ର ୧୩ ଅଧୀନରେ ଥିବା ଏଣ୍ଟ୍ରି ସଂଖ୍ୟା‌ ୭ରୁ ‘ସିରପ୍’ ଶବ୍ଦକୁ ହଟାଯିବ
  • ନିୟମ ଲାଗୁ ପରେ ଔଷଧ ଦୋକାନରେ ଆଉ ଅବାଧରେ କଫ୍‌ ସିରପ୍‌ ବିକ୍ରି ହେବ ନାହିଁ
  • ଆଗାମୀ ଦିନରେ କଫ୍‌ ସିରପ୍‌ କେବଳ ପ୍ରେସକ୍ରିପ୍‌ସନ୍‌ ଆଧାରରେ ମିଳିବ
  • ତାମିଲନାଡ଼ୁରେ କଫ୍‌ ସିରପ୍ ‘କୋଲଡ୍ରିଫ୍’ ସେବନ କରିବାରୁ ବହୁ ଶିଶୁଙ୍କ ମୃତ୍ୟୁ ହୋଇଥିଲା
  • ଶିଶୁଙ୍କ ମୃତ୍ୟୁ ଓ ପାର୍ଶ୍ବପ୍ରତିକ୍ରିୟାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଥିଲା
  • ସିରପ୍‌ ଶବ୍ଦ ରହିଥିବାରୁ ଲୋକମାନେ ତାହାକୁ ଦୋକାନରୁ କିଣିଥିଲେ
  • ଶିଶୁମାନଙ୍କ ପାଇଁ ସାଧାରଣତଃ ତରଳ ଔଷଧ ପରାମର୍ଶ ଦିଆଯାଇଥାଏ
  • ସେଥିରୁ ଅଧିକ ବ୍ୟବହାର ହେଉଥିବା ସିରପ୍ ହେଉଛି କଫ୍‌ ସିରପ୍ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe