କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହେଲାଣି କପା ଅମଳ, ହେଲେ ଏଯାଏଁ ଖୋଲୁନି ମଣ୍ଡି

Advertisment

କପାର ଅମଳ ଋତୁ ଆରମ୍ଭ ହେଲାଣି। କିଏ ଧଳା ସୁନା ତୋଳିବାରେ ବ୍ୟସ୍ତ ତ’ ଆଉ କିଏ କପା ତୋଳି ଆଣି ଘରେ ରଖୁଛନ୍ତି। ଏହି ସମୟରେ ଚାଷୀ ପାଇଁ ବଡ଼ ସମସ୍ୟା ହୋଇ ଠିଆ ହୋଇଛି ମଣ୍ଡି। କଳାହାଣ୍ଡିରେ ଏଯାଏଁ କପା ମଣ୍ଡି ଖୋଲିନି। ଉତ୍ପାଦିତ କପାକୁ କେଉଁଠି ରଖିବେ କେମିତି ବିକିବେ ସେ ଚିନ୍ତାରେ ଚାଷୀ। 

kalahandi

କନକ ବ୍ୟୁରୋ : ଚଳିତ ବର୍ଷ ସଠିକ ପରିମାଣରେ ବର୍ଷା ହୋଇଥିବାରୁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରଚୁର ପରିମାଣରେ କପା ଫସଲ ହୋଇଛି । ବର୍ତ୍ତମାନ ପ୍ରାୟତଃ କପା ଅମଳ ବି ହୋଇସାରିଲାଣି । ହେଲେ ମଣ୍ଡି ଆରମ୍ଭ ନହେବା ଚାଷୀର ଚିନ୍ତା ପାଲଟିଛି। ସ୍ଥାନୀୟ ଦଲାଲ ଓ ଛତିଶଗଡ଼ ରାଜ୍ୟର ବେପାରୀଙ୍କୁ କମ ଦରରେ କପା ବିକ୍ରି କରିଦେଉଛି ଚାଷୀ।

ଅଧିକ ପଢ଼ନ୍ତୁ :  ଚିନ୍ତାରେ କପା ଚାଷୀ ; ବିକ୍ରି କରିବାକୁ ସୁବିଧା ନଥିବାରୁ କ୍ଷତି ସହୁଛନ୍ତି ଚାଷୀ

କପାର ଅମଳ ଋତୁ ଆରମ୍ଭ ହେଲାଣି। କିଏ ଧଳା ସୁନା ତୋଳିବାରେ ବ୍ୟସ୍ତ ତ’ ଆଉ କିଏ କପା ତୋଳି ଆଣି ଘରେ ରଖୁଛନ୍ତି। ଏହି ସମୟରେ ଚାଷୀ ପାଇଁ ବଡ଼ ସମସ୍ୟା ହୋଇ ଠିଆ ହୋଇଛି ମଣ୍ଡି। କଳାହାଣ୍ଡିରେ ଏଯାଏଁ କପା ମଣ୍ଡି ଖୋଲିନି। ଉତ୍ପାଦିତ କପାକୁ କେଉଁଠି ରଖିବେ କେମିତି ବିକିବେ ସେ ଚିନ୍ତାରେ ଚାଷୀ। 

ଅଧିକ ପଢ଼ନ୍ତୁ :  ସଙ୍କଟରେ ଧଳା ସୁନା ଚାଷ । ଚିନ୍ତାରେ କଳାହାଣ୍ଡିର କପା ଚାଷୀ

ମଣ୍ଡି ବିଳମ୍ବତାର ଫାଇଦା ଉଠାଉଛନ୍ତି ଦଲାଲ। ସ୍ଥାନୀୟ ଦଲାଲଙ୍କ ସହ ଛତିଶଗଡ଼ରୁ ବେପାରୀ ଆସି ଚାଷୀ ଠୁ କମ୍‌ ମୂଲ୍ୟରେ କପା କିଣି ନେଉଛନ୍ତି ।  କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରଚୁର ପରିମାଣରେ କପା ଚାଷ ହୋଇଛି। ଏହି ଜିଲ୍ଲାର କପା ବେଶ ଉତ୍କୃଷ୍ଟ ମାନର। ସେଥିପାଇଁ ଦେଶ ବିଦେଶରେ ଏହାର ବେଶ ଚାହିଦା ରହିଛି । ହେଲେ ଜିଲ୍ଲାରେ ମାତ୍ର ୨ଟି କପା ମଣ୍ଡି ରହିଛି। ଅନ୍ୟପଟେ ବିଳମ୍ବିତ ମଣ୍ଡି ପ୍ରକ୍ରିୟା ଲାଗି ଚାଷୀ ଦଲାଲଙ୍କୁ କମ ମୂଲ୍ୟ ରେ ବିକି କ୍ଷତି ସହୁଛନ୍ତି । 

ଅଧିକ ପଢ଼ନ୍ତୁ :  ଚିନ୍ତାରେ ପଡିଛନ୍ତି ଗଜପତିର କପା ଚାଷୀ । ପାରଳାଖେମୁଣ୍ଡିରେ ମଣ୍ଡି ଯୋଗୁ ମିଳୁନି ସଠିକ୍ ମୂଲ୍ୟ । କମ୍ ଦରରେ କିଣି ଦଲାଲ ହେଉଛି ମାଲାମାଲ

 ହାତ ଉଧାରି, ଋଣ କରି ଚାଷୀ କ୍ଷେତରେ ଧଳା ସୁନା ଫଳାଇଲା। ଭାବିଥିଲା ଭଲ ଦୁଇ ପଇସା ରୋଜଗାର ହେବ। ହେଲେ ସରକାରୀ ଅବ୍ୟବସ୍ଥା ପାଇଁ ଦଲାଲଙ୍କ ଶୋଷଣର ଶିକାର ହେଉଛନ୍ତି। ତୁରନ୍ତ ଜିଲ୍ଲାରେ ମଣ୍ଡି ଖୋଲିବା ପାଇଁ ଦାବି ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe