ଆଦର୍ଶ ବିଦ୍ୟାଳୟ ପାଚେରୀ ନିର୍ମାଣରେ ଅନିୟମିତତା! ନିମ୍ନମାନର କାମ କରି ଟଙ୍କା ଖାଉଛନ୍ତି ଠିକାଦାର!

Advertisment

ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଗହୀରପାଟୁଳି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ନିର୍ମାଣ ହେଉଥିବା ପାଚେରୀ ପୂର୍ତ୍ତ ବିଭାଗ ପାଣିକୋଇଲି ଡିଭିଜନ ଅଧିନରେ ଏହାର ନିର୍ମାଣ କାର୍ଯ୍ୟ ଚାଲିଛି । ହେଲେ ଠିକାଦାରଙ୍କ ଲାଭଖୋର ମନୋଭାବ ଯୋଗୁଁ ଅତି ନିମ୍ନମାନର କାମ ହେଉଥିବା ଅଭିଯୋଗ ହୋଇଛି।

ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଗହୀରପାଟୁଳି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ନିର୍ମାଣ ହେଉଥିବା ପାଚେରୀ ପୂର୍ତ୍ତ ବିଭାଗ ପାଣିକୋଇଲି ଡିଭିଜନ ଅଧିନରେ ଏହାର ନିର୍ମାଣ କାର୍ଯ୍ୟ ଚାଲିଛି । ହେଲେ ଠିକାଦାରଙ୍କ ଲାଭଖୋର ମନୋଭାବ ଯୋଗୁଁ ଅତି ନିମ୍ନମାନର କାମ ହେଉଥିବା ଅଭିଯୋଗ ହୋଇଛି।

School

School Photograph: (kanak news)

କନକ ବ୍ୟୁରୋ : ଶିକ୍ଷାର ବିକାଶ ପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ସରକାରୀ ବାବୁ ଓ ଠିକାଦାରଙ୍କ ମିଲିଭଗତରେ ନିମ୍ନମାନର କାମ କରି ସରକାରୀ ଟଙ୍କା ଆତ୍ମସାତ୍ ହେଉଥିବା ଅଭିଯୋଗ ହେଉଛି। ଏଭଳି ଏକ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଦାନଗଦି ଅଞ୍ଚଳରୁ । ଆଦର୍ଶ ବିଦ୍ୟାଳୟ ପାଚେରୀ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । 

ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଗହୀରପାଟୁଳି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ନିର୍ମାଣ ହେଉଥିବା ପାଚେରୀ ପୂର୍ତ୍ତ ବିଭାଗ ପାଣିକୋଇଲି ଡିଭିଜନ ଅଧିନରେ ଏହାର ନିର୍ମାଣ କାର୍ଯ୍ୟ ଚାଲିଛି । ହେଲେ ଠିକାଦାରଙ୍କ ଲାଭଖୋର ମନୋଭାବ ଯୋଗୁଁ ଅତି ନିମ୍ନମାନର କାମ ହେଉଥିବା ଅଭିଯୋଗ ହୋଇଛି। ପିଲାର୍‌ ନିର୍ମାଣରେ ଉପଯୁକ୍ତ ପରିମାଣର ସିମେଣ୍ଟ ଦିଆଯାଉନି କି ଉନ୍ନତମାନର ଲୁହାଛଡ଼ ବ୍ୟବହାର କରାଯାଉନି ! କଟ୍‌ପିସ ରଡ୍‌ ଦେଇ କାମ ହେଉଛି । କାମରେ ସଠିକ ଭାବେ ପାଣି ଦିଆଯାଉନି। ସ୍ଥାନୀୟ ଲୋକ ଏହାକୁ ବିରୋଧ କଲେ ଠିକାଦାର ନାଲି ଆଖି ଦେଖାଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଅଧିକ ପଢ଼ନ୍ତୁ---ଥମୁନି ହାତୀ-ମଣିଷ ଲଢେଇ , ୨୨ ଦିନରେ ୬ ମୃତ୍ୟୁ

ଖାଲି ନିମ୍ନମାନର କାମ ନୁହେଁ,କାର୍ଯ୍ୟ ସମ୍ବନ୍ଧିତ ସୂଚନାଫଳକ ମଧ୍ୟ ନାହିଁ । କାର୍ଯ୍ୟ ତଦାରଖ କରିବାକୁ ଆସୁନାହାନ୍ତି ବିଭାଗୀୟ ଯନ୍ତ୍ରୀ ! ଛାତ୍ରଛାତ୍ରୀଙ୍କ ଜୀବନ ବିପଦରେ ପଡ଼ିବା ଆଶଙ୍କା । ଏନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ଠିକାଦାରଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ ଆଗାମୀ ଦିନରେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ଜୀବନ ବିପଦରେ ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଲୋକେ। ସେପଟେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ତଥା ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ଆଗାମୀ ଭବିଷ୍ୟତରେ ଯେପରି କିଛି ବଡ଼ ଅଘଟଣ ନ ଘଟୁ, ସେଥିପାଇଁ ସରକାରଙ୍କ ପକ୍ଷରୁ ତୁରନ୍ତ ଏହାର ତଦନ୍ତ କରିବା ଜରୁରୀ ହୋଇପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe