କନକ ବ୍ୟୁରୋ;  ଥାଇଲାଣ୍ଡରେ ଚାଲୁଥିବା ମିସ୍ ୟୁନିଭର୍ସ -୨୦୨୫ ପ୍ରତିଯୋଗିତାର ଫାଇନାଲକୁ ଆଉ ମାତ୍ର ୩ ଦିନ ରହିଲା । ହେଲେ ଗ୍ରାଣ୍ଡ ଫିନାଲେ ଯେତିକି ପାଖେଇ ଆସୁଛି ଏଥିରେ ବିବାଦ ସେତିକି ଘନଉଛି । ମିସ୍ ୟୁନିଭର୍ସ ପ୍ରତିଯୋଗିତାକୁ ନେଇ ଏହାର ବିଚାରପତି ଆଣିଛନ୍ତି ସାଂଘାତିକ ଅଭିଯୋଗ ।ଏଥିରେ ଥିବା ଜ୍ୟୁରି ମେମ୍ବର୍ସଙ୍କର ପ୍ରତିଯୋଗୀଙ୍କ ସହ ଭିତିରିଆ ସମ୍ପର୍କ ଅଛି ଏବଂ କାହାକୁ ନଜଣାଇ ୩ଜଣ କଣ୍ଟେଷ୍ଟାଣ୍ଟଙ୍କୁ ବଛାଯାଇସାରିଲାଣି । 

Advertisment

ଏହାର ବିଚାରକ ମଣ୍ଡଳୀରେ ଥିବା ଜଜ୍ ଓମାର ହାରଫୁଶ୍ ଇସ୍ଥଫା ଦେଇଛନ୍ତି । ଏବଂ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାର ସଙ୍ଗଠନ ବିରୋଧରେ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ବିଚାରକ କମିଟି ଗଠନ ପୂର୍ବରୁ ସଙ୍ଗଠନ ଦ୍ବାରା ଶୀର୍ଷ ୩୦ ଜଣ ପ୍ରତିଯୋଗୀଙ୍କୁ ଅନୌପଚାରିକ ଭାବେ ଚୟନ କରାଯାଇସାରିଛି । ଶୀର୍ଷ ୩୦ ସ୍ଥାନରେ ସେହି ପ୍ରତିଯୋଗୀଙ୍କୁ ସ୍ଥାନ ଦିଆଯାଇଛି ଯେଉଁମାନଙ୍କର ସଙ୍ଗଠନ ସଦସ୍ୟଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ଅଛି  । ଅନ୍ୟପଟେ ବିବାଦ ବଢ଼ିବାରୁ ଏନେଇ ସଫେଇ ଦେଇଛନ୍ତି ସଙ୍ଗଠନ ସଦସ୍ୟ । କିନ୍ତୁ ଓମାର ହାରଫୁଶ୍ ଚେତାବନୀ ଦେଇଛନ୍ତି, ସେ ଏହି ଅନ୍ୟାୟ ବିରୋଧରେ ଖୁବ୍ ଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ । 

Entertainment : ଅଡୁଆରେ ଦିଲ୍‌ଜିତ୍‌... ପାକ୍‌ ଅଭିନେତ୍ରୀଙ୍କ ସହ ଅଭିନୟ କରିବା ପରେ...

ଓମାର ହାରଫୁଶ୍ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ମିସ୍ ୟୁନିଭର୍ସ -୨୦୨୫ର ଆୟୋଜକଙ୍କ ବିରୋଧରେ ଅଭିଯୋଗ କରି ଲେଖିଛନ୍ତି, ଜଣାପଡ଼ିଛି ଯେ ଔପଚାରିକ ଜ୍ୟୁରି ସଦସ୍ୟ ପହଞ୍ଚିବା ଆଗରୁ ଟପ୍- ୩୦ ପ୍ରଅତିଯୋଗୀଙ୍କ ନାଁ ଚୂଡ଼ାନ୍ତ ହୋଇସାରିଛି । ଏଥିପାଇଁ ଗୁପ୍ତ ବୈଠକ ବି ହୋଇସାରିଛି। ଏମାନଙ୍କ ମଧ୍ୟରୁ ଅତିକମରେ ଜଣେ ବ୍ୟକ୍ତିର ଜଣେ ପ୍ରତିଯୋଗୀଙ୍କ ସହ ରୋମାଣ୍ଟିକ୍‌ ସମ୍ପର୍କ ଅଛି । 

ଜଜ୍ ଓମାର ହରଫୁରଙ୍କ ଏଭଳି ଅଭିତଯୋଗ ଚାଞ୍ଜଲ୍ୟ ସୃଷ୍ଟି କରିଛି ।  ଏହାସହ ଅପେକ ଷ୍ଟୋରି ପୋଷ୍ଟ କରି ଆୟୋଜକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଓମାର  ।  ଓମାରଙ୍କ ପରେ ଆଉ ଜଣେ ବିଚାରକ ବି ଇସ୍ତଫା ଦେଇଥିବା ଜଣାପଡ଼ିଛି  । ଫ୍ରାନ୍ସ ଫୁଟବଲ ଖେଳାଳି କ୍ଲାଉଡ ମୈକେଲ ଇନଷ୍ଟାରେ ଏକ ଛୋଟ ପୋ୍ଷ୍ଟ କରି ନିଜ ଇସ୍ତଫା କଥା ସ୍ପଷ୍ଟ କରିଛନ୍ତି । ଲେଖିଛନ୍ତି, ସେ ନିଜ ବ୍ୟକ୍ତିଗତ କାରଣରୁ ମିସ୍ ୟୁନିଭର୍ସ ପ୍ରତିଯୋଗିତାର ଫିନାଲରେ ସାମିଲ ହୋଇପାରିବେ ନାହିଁ । ଅବଶ୍ୟ ତାଙ୍କର ଏଭଳି ନିଷ୍ପତ୍ତି ନେବା ଭାରି କଷ୍ଟକର ଥିଲା । କାରଣ ମିସ୍ ୟୁନିଭର୍ସ ପ୍ରତିଯୋଗିତା ନାରୀ ସଶକ୍ତିକରଣ ଓ ଏକତାର ଏକ ପ୍ରତୀକ । ସେ ଏହାର ପ୍ରତିଯୋଗୀଙ୍କୁ ସମ୍ମାନ କରନ୍ତି । ବିଚାରକମଣ୍ଡଳୀରୁ ଇସ୍ତଫା ଦେଇଥିବାରୁ ସମସ୍ତଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି କ୍ଲାଉଡ୍ ।

୨୦୨୫ ମିସ୍ ୟୁନିଭର୍ସରେ ଭାରତକୁ ପ୍ରତିନିଧିତ୍ବ କରୁଛନ୍ତି ମନିକା ବିଶ୍ବକର୍ମା । ମନିକା ଲଗାତାର ନିଜ୍ ଲୁକ୍ ଓ ୱାକିଙ୍ଗରେ ବିଚାରକଙ୍କ ମନ ଜିତିଆସିଛନ୍ତି । ତେଣୁ ଭାରତୀୟଙ୍କ ପୂରା ବିଶ୍ବାସ ଅଛି ଯେ ଏଥର ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ମନିକାଙ୍କ ମଥାରେ ହିଁ ସାଜିବ ।