କନକ ବ୍ୟୁରୋ: ପଞ୍ଜାବୀ ସୁପରଷ୍ଟାର ଦିଲଜିତ୍ ଦୋସାଞ୍ଜ ଏବଂ ନୀରୁ ବାଜୱାଙ୍କ ଅଭିନୀତ ହରର୍-କମେଡି 'ସରଦାରଜୀ ୩'ର ଟ୍ରେଲର ରବିବାର ରିଲିଜ୍ ହୋଇଥିଲା । ଟ୍ରେଲରରେ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିର ମଧ୍ୟ ନଜର ଆସିଛନ୍ତି । ଏହାକୁ ଦେଖିବା ପରେ ଲୋକେ ଏବେ ଦିଲଜିତ୍ ଦୋସାଞ୍ଜଙ୍କୁ ଟ୍ରୋଲ୍ କରୁଛନ୍ତି । ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ, ଭାରତରେ ପାକିସ୍ତାନୀ କଳାକାରମାନଙ୍କୁ ବ୍ୟାନ୍ କରାଯାଇଛି । ଏପରିକି ପାକିସ୍ତାନୀ ଷ୍ଟାରମାନଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟକୁ ମଧ୍ୟ ବ୍ୟାନ୍ କରାଯାଇଛି । ଏମଧ୍ୟରେ 'ସରଦାରଜୀ ୩'ର ଟ୍ରେଲରରେ ହାନିଆ ଆମିରଙ୍କୁ ଦେଖିବା ପରେ ଭାରତୀୟ ପ୍ରଶଂସକମାନେ କ୍ରୋଧିତ ହୋଇଛନ୍ତି । ଏହା ସହ ଏହି ଫିଲ୍ମକୁ ବଏକଟ୍ କରିବାକୁ ଦାବି କରିଛନ୍ତି ।
'ଦି ହ୍ବାଇଟ ହିଲ୍ ଷ୍ଟୁଡିଓ' ଫିଲ୍ମର ପୋଷ୍ଟର ସେୟାର କରି ଲେଖିଛି ଯେ "ଆମେ ଏହା ଘୋଷଣା କରି ଅତ୍ୟନ୍ତ ଖୁସି ଯେ 'ସରଦାରଜୀ ୩' ଜୁନ୍ ୨୭ ତାରିଖରେ ବିଦେଶରେ ମୁକ୍ତିଲାଭ କରିବ । ଭାରତରେ ଏହାର ମୁକ୍ତିଲାଭକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ଆମେ ଆପଣଙ୍କ ଭଲପାଇବା ଏବଂ ଧୈର୍ଯ୍ୟର ପ୍ରଶଂସା କରୁଛୁ ଏବଂ ଆମେ ଖୁବ୍ଶୀଘ୍ର ଭାରତୀୟ ମୁକ୍ତିଲାଭ ତାରିଖ ସେୟାର କରିବୁ । ଅପଡେଟ୍ ପାଇଁ ଆମ ସହିତ ରୁହନ୍ତୁ । "
ଅନ୍ୟପକ୍ଷରେ, ସୋସିଆଲ ମିଡିଆରେ ଟ୍ରେଲର ସେୟାର କରି ଫିଲ୍ମଟି କେବଳ ବିଦେଶରେ ରିଲିଜ୍ ହେବ ବୋଲି କହିଛନ୍ତି ଦିଲ୍ଜିତ୍ । ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ଏବେ ଲୋକେ ଦିଲ୍ଜିତଙ୍କୁ ଦେଶଦ୍ରୋହୀ ବୋଲି କହିବା ଆରମ୍ଭ କରିଛନ୍ତି ।