ବିଡିଓଙ୍କୁ ନେଇ ଖୋର୍ଦ୍ଧା ବୋଲଗଡ଼ରେ ବିବାଦ ; କୁହୁଳୁଛି ଅସନ୍ତୋଷର ନିଆଁ

Advertisment

ପରମ୍ପରାକୁ ଭଙ୍ଗ କରି ଜାତୀୟ ଦିବସକୁ ଅବମାନନା, ଜନପ୍ରତିନିଧିଙ୍କୁ ଅଣଦେଖା କରିବା ଅଭିଯୋଗରେ ଘନେଇବାରେ ଲାଗିଛି ବିବାଦ । ସାଧାରଣତନ୍ତ୍ର ଦିବସ ମିଳିତ ପରେଡରେ ସାମିଲ ହେବା ପାଇଁ ଅତିଥିଙ୍କୁ ଡାକି ବିଡିଓ ନିଜେ ନଆସିବା ନିଆଁରେ ଘିଅ ଢାଳିବା ଭଳି ସ୍ଥିତି ଉପୁଜିଛି ।

ପରମ୍ପରାକୁ ଭଙ୍ଗ କରି ଜାତୀୟ ଦିବସକୁ ଅବମାନନା, ଜନପ୍ରତିନିଧିଙ୍କୁ ଅଣଦେଖା କରିବା ଅଭିଯୋଗରେ ଘନେଇବାରେ ଲାଗିଛି ବିବାଦ । ସାଧାରଣତନ୍ତ୍ର ଦିବସ ମିଳିତ ପରେଡରେ ସାମିଲ ହେବା ପାଇଁ ଅତିଥିଙ୍କୁ ଡାକି ବିଡିଓ ନିଜେ ନଆସିବା ନିଆଁରେ ଘିଅ ଢାଳିବା ଭଳି ସ୍ଥିତି ଉପୁଜିଛି ।

BDO controversy

BDO controversy Photograph: (Kanak News)

କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବିଡିଓ ସୁମନ ସୁଦ୍ଧା କୁଣ୍ଡୁଙ୍କୁ ନେଇ ବଢୁଛି ଅସନ୍ତୋଷ । ପରମ୍ପରାକୁ ଭଙ୍ଗ କରି ଜାତୀୟ ଦିବସକୁ ଅବମାନନା, ଜନପ୍ରତିନିଧିଙ୍କୁ ଅଣଦେଖା କରିବା ଅଭିଯୋଗରେ ଘନେଇବାରେ ଲାଗିଛି ବିବାଦ । ସାଧାରଣତନ୍ତ୍ର ଦିବସ ମିଳିତ ପରେଡରେ ସାମିଲ ହେବା ପାଇଁ ଅତିଥିଙ୍କୁ ଡାକି ବିଡିଓ ନିଜେ ନଆସିବା ନିଆଁରେ ଘିଅ ଢାଳିବା ଭଳି ସ୍ଥିତି ଉପୁଜିଛି । ଏହାକୁ ନେଇ ବୋଲଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ । 

- ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ଆରମ୍ଭ ହୋଇଥିବା ମିଳିତ ପରେଡ୍‌କୁ ବନ୍ଦ କରିଥିବା ଅଭିଯୋଗ  ।
- ସାଧାରଣତନ୍ତ୍ର ଦିବସ ଅବସରରେ ବାମନ ହାଇସ୍କୁଲ ପରିସରରେ ଆୟୋଜିତ ପରେଡ୍‌ରେ ବ୍ଲକ ଅଧିକାରୀ ଉପସ୍ଥିତ ନରହିବା ବ୍ୟଥିତ କରିଛି ।
- ବିଡିଓ ନିଜେ ଚିଠି ମାଧ୍ୟମରେ ଜନପ୍ରତିନିଧି, ବିଧାୟକ ଓ ସାମ୍ବାଦିକଙ୍କୁ ଡାକିଥିଲେ ।
- ନିଜେ ବ୍ଲକରେ କାମ ସାରି ଚାଲିଗଲେ, ନିଜେ ଆସିଲେ ନାହିଁ କି କାହାରିକୁ ପଠାଇଲେ ନାହିଁ ।

ଅଦିକ ପଢ଼ନ୍ତୁ---ମହମ୍ମଦ ମୋକିମଙ୍କ ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’

ଗୋଟିଏ ପଟେ କେନ୍ଦ୍ର ସରକାର ଜନପ୍ରତିନିଧିଙ୍କୁ ସମ୍ମାନ ଦେବାକୁ ପତ୍ର ମାଧ୍ୟମରେ ସୁଚାଇଥିବା ବେଳେ, ବୋଲଗଡ଼ରେ ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଇଛି । ବାମନ ଉଚ୍ଚ ବିଦ୍ୟାଳୟର ପରେଡ ପାଇଁ ବେଗୁନିଆ ବିଧାୟକ ଆସି ଅପେକ୍ଷା କରି କରି ଶେଷରେ ପତାକା ଉତ୍ତୋଳନ କରିବା ସହ ଅସନ୍ତୋଷ ଝାଡିଛନ୍ତି । ବୋଲଗଡ଼ର ଗାରିମା ଖଣ୍ଡନ ହେବା ସହ ସଂଗ୍ରାମୀଙ୍କୁ ଅପମାନ ବୋଲି କହିଛନ୍ତି । ପୂର୍ବରୁ ମଧ୍ୟ ବିବାଦରେ ରହିଆସିଛନ୍ତି ବିଡିଓ ସୁମନ ସୁଧା କୁଣ୍ଡୁ । ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା କରିବା, ସରକାରୀ କାର୍ଯ୍ୟକ୍ରମରେ ନିଜ ଡ୍ରାଇଭରଙ୍କ ଜନ୍ମ ଦିନ ପାଳନ କରିବାକୁ ନେଇ ବିବାଦ ଉପୁଜିଥିଲା । ସବୁ ବିବାଦକୁ ଟପି ଯାଇଛି ସାଧାରଣତନ୍ତ୍ର ଦିବସରେ ଘଟିଥିବା ବ୍ୟତିକ୍ରମ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe