କନକ ବ୍ୟୁରୋ : ମହମ୍ମଦ ମୋକିମଙ୍କ ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’। ସମର୍ଥକଙ୍କ ସହ ଆଲୋଚନା ପରେ ନାଁ ଚୂଡ଼ାନ୍ତ ହୋଇଥିବା ସୂଚନା । ସୋମବାର ବସିଥିବା ବୈଠକରେ ହୋଇଛି ନିଷ୍ପତି । ଆସନ୍ତା ମାର୍ଚ୍ଚ ସୁଦ୍ଧା ଦଳ ଗଠନ ପ୍ରକ୍ରୀୟା ସମ୍ପୂର୍ଣ୍ଣ ହେବା ପରେ ବିଧିବଦ୍ଧ ନାଁ ଘୋଷଣା । ନିଜ ସମର୍ଥକଙ୍କ ସହ ଆଲୋଚନା ପରେ ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି। ଯେଉଁଥିରେ ଦଳର ନା ରେଜିଷ୍ଟ୍ରେସନ ନେଇ ମତାମତ ନିଆ ଯାଇଥିଲା ।
ଆସନ୍ତା ମାର୍ଚ୍ଚ ସୁଦ୍ଧା ଦଳ ଗଠନ ସମ୍ପୂର୍ଣ୍ଣ ପ୍ରକ୍ରିୟା ସମାପ୍ତ ପରେ ଵିଧି ବଦ୍ଧ ଘୋଷଣା ହେବ। କଂଗ୍ରେସ ଦଳ ଛାଡିବା ପରେ ଯୁବମାନଙ୍କୁ ନେଇ ଏକ ନୂଆ ଦଳ ଗଠନ କରିବା ପାଇଁ ଆଶାରଖିଛନ୍ତି । ଏହି ଦଳରେ ସାମିଲ ହେବେ ପ୍ରମୁଖଦଳର ୩ଜଣ ଯୁବନେତା ଏବଂ ହଜାର ହଜାର ଯୁବନେତା ଙ୍କୁ ନେଇ ଆସନ୍ତା ଯୁବସମାବେଶରେ କରିବେ ଘୋଷଣା । ଭିତିରି ସର୍ଭେ ପରେ ଉପକୂଳବର୍ତ୍ତୀ ଜିଲ୍ଲା ଉପରେ ଅଧିକ ଫୋକସ କରିଛନ୍ତି ମୋକିମ ।
ଆହୁରି ପଢନ୍ତୁ :ଆଜି ସାରା ଦେଶରେ ବ୍ୟାଙ୍କ ବନ୍ଦ : ହୋଇପାରିବନି ନଗଦ ଟଙ୍କା କାରବାର,
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/27/screenshot-2026-01-27-095337-2026-01-27-09-54-03.png)