ମନୋଜ ବାଜପେୟୀଙ୍କ ଫିଲ୍ମକୁ ନେଇ ବିବାଦ, ଚଳଚିତ୍ର "ଘୁଷଖୋର' ପଣ୍ଡିତର ଟାଇଟଲ୍ ଓ ଟିଜରକୁ ନେଇ ଉତ୍ତରପ୍ରଦେଶରେ ଜନ ଅସନ୍ତୋଷ

Advertisment

କିଛି ଦିନ ପୂର୍ବରୁ ମୁକ୍ତିଲାଭ କରିଥିବା ‘ଘୁଷଖୋର୍ ପଣ୍ଡିତ’ର ଟିଜରକୁ ନେଇ ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ଏହି ଚଳଚ୍ଚିତ୍ରର ଶୀର୍ଷକକୁ ଅପମାନଜନକ ବୋଲି ଦର୍ଶାଇଛନ୍ତି । ସୂଚନା ମୁତାବକ, ଉତ୍ତର ପ୍ରଦେଶ ସରକାର ଏହି ମାମଲାକୁ ଗୁରୁତର ସହ ଗ୍ରହଣ କରିଛନ୍ତି ।

କିଛି ଦିନ ପୂର୍ବରୁ ମୁକ୍ତିଲାଭ କରିଥିବା ‘ଘୁଷଖୋର୍ ପଣ୍ଡିତ’ର ଟିଜରକୁ ନେଇ ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ଏହି ଚଳଚ୍ଚିତ୍ରର ଶୀର୍ଷକକୁ ଅପମାନଜନକ ବୋଲି ଦର୍ଶାଇଛନ୍ତି । ସୂଚନା ମୁତାବକ, ଉତ୍ତର ପ୍ରଦେଶ ସରକାର ଏହି ମାମଲାକୁ ଗୁରୁତର ସହ ଗ୍ରହଣ କରିଛନ୍ତି ।

a3

କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ ଦେଖାଯାଛି ଅଭିନେତା ମନୋଜ ବାଜପେୟୀଙ୍କ ଫିଲ୍ମକୁ ନେଇ ମହାବିତର୍କ । ବିବାଦୀୟ ହୋଇପଡିଛି ଚଳଚ୍ଚିତ୍ର ‘ଘୁଷଖୋର୍ ପଣ୍ଡିତ’ । ଫିଲ୍ମର ଟାଇଟଲ୍ ଏବଂ ଟିଜରକୁ ନେଇ ସାରା ରାଜ୍ୟରେ ଜନ ଅସନ୍ତୋଷ ଦେଖାଦେଇଥିବା ବେଳେ ଏବେ ସିଧାସଳଖ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି। ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଏହି ଫିଲ୍ମ ବିରୋଧରେ ଏତଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କିଛି ଦିନ ପୂର୍ବରୁ ମୁକ୍ତିଲାଭ କରିଥିବା ‘ଘୁଷଖୋର୍ ପଣ୍ଡିତ’ର ଟିଜରକୁ ନେଇ ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ଏହି ଚଳଚ୍ଚିତ୍ରର ଶୀର୍ଷକକୁ ଅପମାନଜନକ ବୋଲି ଦର୍ଶାଇଛନ୍ତି । ସୂଚନା ମୁତାବକ, ଉତ୍ତର ପ୍ରଦେଶ ସରକାର ଏହି ମାମଲାକୁ ଗୁରୁତର ସହ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ପଷ୍ଟ କରିଛନ୍ତି ଯେ, କୌଣସି ବି ଜାତି କିମ୍ବା ଧର୍ମକୁ ନେଇ ଅଶ୍ଳୀଳ ଟିପ୍ପଣୀ ବା ଭ୍ରାନ୍ତ ଧାରଣା ସୃଷ୍ଟି କରୁଥିବା ବିଷୟବସ୍ତୁକୁ ବରଦାସ୍ତ କରାଯିବ ନାହିଁ । ଏହି ବିବାଦକୁ ନେଇ ବ୍ରାହ୍ମଣ ସମାଜ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ବ୍ରାହ୍ମଣ ସଂଗଠନ ପକ୍ଷରୁ କୁହାଯାଇଛି , ଚଳଚ୍ଚିତ୍ର ମାଧ୍ୟମରେ ବାରମ୍ବାର ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ୍ କରିବା ଏକ ଶସ୍ତା ମାନସିକତା। ସମାଜ ଅଭିଯୋଗ କରିଛି, 'ପଣ୍ଡିତ' ଶବ୍ଦ ସହିତ 'ଘୁଷଖୋର୍' ବା 'ଦୁର୍ନୀତିଗ୍ରସ୍ତ'  ଭଳି ଶବ୍ଦ ଯୋଡ଼ି ସମଗ୍ର ବ୍ରାହ୍ମଣ ସମାଜର ସମ୍ମାନକୁ ଧୂଳିସାତ୍ କରିବାକୁ ଚେଷ୍ଟା କରାଯାଇଛି। ବ୍ରାହ୍ମଣ ସମାଜ କହିଛି, ଯଦି ଫିଲ୍ମର ପ୍ରଦର୍ଶନ ଉପରେ ସମ୍ପୂର୍ଣ୍ଣ ରୋକ ନଲଗାଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଜୋରଦାର ହେବ।

ଅଧିକ ପଢ଼ନ୍ତୁ :  ‘ମତେ ଦେଖି ଡ଼ରିଯାଇଥିଲେ ଯୁବତୀ’ .. ଯେତେବେଳେ ମନୋଜ ବାଜପେୟୀଙ୍କୁ ଦେଖି ଡ଼ରି ଦୌଡିଥିଲେ ଯୁବତୀ । ମନୋଜଙ୍କୁ ଭୟଙ୍କର କରିଥିଲା ଭିକ୍କୁ ମାତ୍ରେ ଚରିତ୍ର

  • ଫିଲ୍ମର ଶୀର୍ଷକ ଏବଂ ବିଷୟବସ୍ତୁ ଜରିଆରେ ନିର୍ଦ୍ଦିଷ୍ଟ ସମୁଦାୟକୁ ଅପମାନିତ କରାଯାଇଥିବା ଅଭିଯୋଗ 
  • ‘ଘୁଷଖୋର ପଣ୍ଡିତ’ ଭଳି ଶବ୍ଦ ବ୍ୟବହାର କରି ବ୍ରାହ୍ମଣ ସମାଜ ଏବଂ ଧାର୍ମିକ ପରମ୍ପରାକୁ କଟାକ୍ଷ କରାଯାଇଛି
  • ଚଳଚ୍ଚିତ୍ରର ଟିଜର୍‌ରେ ପ୍ରଦର୍ଶିତ କିଛି ଦୃଶ୍ୟ ସନାତନ ଧର୍ମର ରୀତିନୀତିକୁ ଭୁଲ ଭାବେ ଚିତ୍ରଣ କରିଛି
  • ଚଳଚ୍ଚିତ୍ର ସମାଜରେ ଜାତିଗତ ବିଦ୍ୱେଷ ଏବଂ ଅଶାନ୍ତି ସୃଷ୍ଟି କରିବାର ଆଶଙ୍କା ରହିଛି


 ସରକାରଙ୍କ ଏହି କଡ଼ା ପଦକ୍ଷେପ ପରେ ଫିଲ୍ମର ନିର୍ମାତା ଏବଂ ନିର୍ଦ୍ଦେଶକଙ୍କ ଅଡୁଆ ବଢିବାରେ ଲାଗିଛି। ପୁଲିସ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe