‘ସପନେ ମେ ମିଲତି ହେ ଓ କୁଡ଼ି ମେରୀ ସପନେ ମେ ମିଲତି ହେ .. ’
ଆପଣ ଯଦି ସିନେପ୍ରେମୀ ହୋଇଥିବେ ତାହେଲେ ଏ ଫେମସ୍ ଗୀତର ଲିରିକ୍ସ ପଢିବା କ୍ଷଣି ଗୀତର ପର ଲାଇନଟି ଆପେ ଆପେ ଆପଣଙ୍କ ପାଟିକୁ ଆସିଯାଇଥିବ । ଦମଦାର୍ କାହାଣୀ , ଶ୍ରୁତିମଧୁର ଗୀତ ଆଉ ଜବରଦସ୍ତ ଅଭିନୟର ସଂଯୋଗରେ ସୃଷ୍ଟି ହୋଇଥିଲା ସିନେମା ‘ସତ୍ୟା’ । 

Advertisment

sdxfserdf

ଖ୍ୟାତନାମା ଫିଲ୍ମମେକର୍ ରାମ ଗୋପାଳ ବର୍ମାଙ୍କ ଫିଲ୍ମ ‘ସତ୍ୟା’ ପୁଣିଥରେ ଥିଏଟରରେ ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମ ଅଭିନେତା ମନୋଜ୍ ବାଜପେୟୀଙ୍କ କ୍ୟାରିୟରରେ ଟର୍ଣ୍ଣିଂ ପଏଣ୍ଟ୍ ସାବ୍ୟସ୍ତ ହୋଇଥିଲା । ସିନେମାରେ ସେ ଭିକ୍କୁ ମାତ୍ରେ ଭୂମିକାରେ ନଜର ଆସିଥିଲେ । ନିକଟରେ ମନୋଜ ଏନେଇ ଏକ ସାକ୍ଷାତକାରରେ କହିଥିଲେ ଯେ କିଭଳି ଭାବେ ସେ ଏହି ରୋଲ୍ କୁ ନିଭାଇବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ କରିଥିଲେ । ସେ ସାକ୍ଷାତକାରରେ କହିଥିଲେ ଯେ , ସିନେମାର ସୁଟିଂ ବେଳେ ସେ କ୍ୟାରେକ୍ଟରରେ ଏତେ ପଶିଯାଇଥିଲେ ଯେ ଜଣେ ଯୁବତୀଙ୍କୁ ଡରାଇ ଦେଇଥିଲେ । 

1616039829_satya-1

ଅଭିନେତା କହିଥିଲେ , ‘ସୁଟିଂକୁ ଗଲାବେଳେ ଜଣେ ଯୁବତୀଙ୍କ ସହ ତାଙ୍କର ସାମ୍ନାସାମ୍ନି ହୋଇଗଲା ଯୁବତୀଜଣକ ମନୋଜଙ୍କୁ ଚିହ୍ନିନପାରି ଏକ୍ସକ୍ୟୁଜ୍ ମି ବୋଲି କହିଲେ । ମନୋଜ ନିଜ ଚରିତ୍ରରେ ଏତେ ମଜ୍ଜିଥିଲେ ଯେ ଅଜାଣତରେ ଯୁବତୀଙ୍କୁ ଏମିତି ଲୁକ୍ ଦେଲେ ଯେ ଯୁବତୀଜଣକ ଡ଼ରିଗଲେ । ମନୋଜ୍ ଏବଂ ଯୁବତୀଙ୍କ ଭିତରେ ସେହି ୧୦ ସେକେଣ୍ଡର ଆଇ କଣ୍ଟାକ୍ଟ ତାଙ୍କୁ ଡରାଇଦେଇଥିଲା । ଯୁବତୀ ଡ଼ରିଯାଇ ଦୌଡ଼ି ପଳାଇଥିଲେ । 

101455181

ଏହାପୂର୍ବରୁ ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ମନୋଜ୍ କହିଥିଲେ , ଯେ ତାଙ୍କୁ ସତ୍ୟା ରୋଲ୍ କରିବା ପାଇଁ ଅଫର୍ ଆସିଥିଲା କିନ୍ତୁ ରାମ୍ ଗୋପାଳ ବର୍ମା ମନ ବଦଳାଇ ଭିକ୍କୁ ମାତ୍ରେଙ୍କ ଭୂମିକା ମନୋଜଙ୍କୁ ଦେଇଥିଲେ । ପ୍ରଥମେ ମନୋଜଙ୍କୁ ଏଥିପାଇଁ ଖରାପ ଲାଗିଥିଲା କିନ୍ତୁ ତାଙ୍କର ଦମଦାର ଅଭିନୟ ଦର୍ଶକଙ୍କ ମନରେ ଏମିତି ଛାପ ଛାଡ଼ିଲା ଯେ ଆଜିଯାଏଁ ସତ୍ୟା ସିନେମା କହିଲେ ଭିକ୍କୁ ମାତ୍ରେଙ୍କ ନାଁ ହିଁ ଆଗରେ ଆସେ । 

fdsdrf

ଆପଣଙ୍କୁ କହିରଖୁଛୁ କି ରାମ ଗୋପାଳ ବର୍ମା ନିର୍ଦ୍ଦେଶିତ ସିନେମା ସତ୍ୟାକୁ ଭାରତୀୟ ସିନେମା ଜଗତରେ ଦମଦାର୍ ସିନେମାର ମାନ୍ୟତା ମିଳିଛି । ଏହି ଫିଲ୍ମ ଜାନୁଆରୀ ୧୭ ତାରିଖ ୨୦୨୫ର ପୁଣିଥରେ ପ୍ରେକ୍ଷାଳୟରେ ରି ରିଲିଜ୍ ହେବାର ସୂଚନା ମିଳୁଛି । ଦର୍ଶକଙ୍କୁ ପୁଣିଥରେ ଏହି ସିନେମାକୁ ଦେଖିବାର ସୁଯୋଗ ପାଇପାରିବେ । ବଲିଉଡରେ କଲ୍ଟ କ୍ଲାସିକର ସ୍ଥାନ ନେଇଥିବା ଏହି ସିନେମା ୧୯୯୮ ରେ ରିଲିଜ୍ ହୋଇଥିଲା ।