କନକ ବ୍ୟୁରୋ : ମଧ୍ୟପ୍ରଦେଶର ଆଇଏଏସ୍ ସନ୍ତୋଷ ବର୍ମାଙ୍କ ଏହି ଗୋଟିଏ ବୟାନ ରାଜ୍ୟର ଶାସକ , ବିରୋଧୀ ନେତା, ମନ୍ତ୍ରୀଙ୍କୁ ଏକାଠି କରିଛି। ସମସ୍ତଙ୍କର ଗୋଟିଏ ଦାବି ପଦରୁ ବିଦା ହୋଇଛନ୍ତି ଏବେ ଆଇଏଏସଙ୍କ ଚାକିରିରୁ ପୂରା ବିଦା କର ।
ହରିୟାଣା ଆଇପିଏସ୍ ଆତ୍ମହତ୍ୟା ମାମଲାର ନୂଆମୋଡ଼, ପତ୍ନୀ ଆଇଏଏସ୍ ଅମନିତ କୁମାରଙ୍କ ନାଁରେ ମାମଲା
ମଧ୍ୟପ୍ରଦେଶର ଆଇଏଏସ୍ ଅଧିକାରୀ ସନ୍ତୋଷ କୁମାର ବର୍ମା, ବ୍ରାହ୍ମଣ ଝିଅ ଓ ସଂରକ୍ଷଣକୁ ନେଇ ଦେଇଥିବା ବୟାନକୁ ନେଇ ରାଜନୈତିକ ଝଡ଼ ଉଠିଛି। ଏ ବିବାଦ ଏବେ ଉଗ୍ର ରୂପ ନେଇଛି, ଯାହକୁ ନେଇ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଦଳୀୟ ସୀମା ଡେଇଁ ଏକାଠି ହୋଇଛନ୍ତି ଏବଂ ଆଇଏଏସ ସନନ୍ତୋଷ ବର୍ମାଙ୍କୁ ଚାକିରିରୁ ପୂରା ହଟାଇବାକୁ ଦାବି କରିଛନ୍ତି । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସନ୍ତୋଷଙ୍କୁ କୃଷକ କଲ୍ୟାଣ ଓ କୃଷି ବିଭାଗର ଉପନିର୍ଦ୍ଦେଶକ ପଦରୁ ହଟାଇ ସାଧାରଣ ପ୍ରଶାସନ ବା ଜିଡିଏରେ ରଖିଥିବାବେଳେ ତାଙ୍କୁ ଆଇଏଏସ୍ ପଦରୁ ହଟାଇବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ।
ଅଧିକ ପଢ଼ନ୍ତୁ :ହରିୟାଣା ଆଇପିଏସ୍ ଆତ୍ମହତ୍ୟା ମାମଲାର ନୂଆମୋଡ଼, ପତ୍ନୀ ଆଇଏଏସ୍ ଅମନିତ କୁମାରଙ୍କ ନାଁରେ ମାମଲା
ଆଇଏଏସଙ୍କ ପ୍ରଥମ ଦୋଷ ଦୋଷ ହେଉଛି, ସେ ବ୍ରାହ୍ମଣ, ବ୍ରାହ୍ମଣ ଝିଅ ଓ ସଂରକ୍ଷଣକୁ ନେଇ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଏକ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କର ଭାବାବେଗକୁ ଆଘାତ ଦେଇଛି । ଏହାସହ ସାମାଜିକ ସଦଭାବନାକୁ ନଷ୍ଟ କରିଛି । ଜଣେ ଆଇଏଏସଙ୍କ ପକ୍ଷେ ଏଭଳି ମନ୍ତବ୍ୟ ଅସଙ୍ଗତ, ଅନୁଶାସନ ବିରୋଧୀ ଏବଂ ଗମ୍ଭୀର ଅସଦାଚରଣ ବୋଲି କହିହେବ ।
ଦ୍ବିତୀୟ ସାଂଘାତିକ ଦୋଷ ହେଲା , ସନ୍ତୋଷ ବର୍ମା ଜାଲିଆତି କରି ଆଇଏଏସ୍ ବନିଛନ୍ତି । ସେ ଜାଲ କାଗତପତ୍ର ଯୋଗାଡ଼ କରି ସିସିଆର ରିପୋର୍ଟ ପାଇଥିଲେ । ଏହି ମାମଲରେ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାସହ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣ ପ୍ରଶାସନକୁ ନର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଯାଦବ ।
ଅଧିକ ପଢ଼ନ୍ତୁ :ଚାକିରି ନାଁରେ ଠକିନେଲେ ଶିକ୍ଷକ ; ଆଇଏଏସ୍ ପରିଚୟ ଦେଇ ଠକୁଥିଲେ
ଆଇଏଏସଙ୍କ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟକୁ ନେଇ ବ୍ରାହ୍ମଣ ସମାଜର ଅନେକ ବିଜେପି ଓ କଂଗ୍ରେସ ବିଧାୟକ, ମନ୍ତ୍ରୀ, ସାଂସଦ ଆଇଏଏସ୍ ସନ୍ତୋଷଙ୍କୁ ଚାକିରିରୁ ବିଦା କରିବାକୁ ଦାବି କରିଛନ୍ତି । ଉଭୟ ଦଳର ପ୍ରତିନିଧିଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏଭଳି ସମୟରେ ଆଇଏଏସ୍ ସନ୍ତୋଷ ନିଜ ପକ୍ଷରେ ସଫେଇ ରଖିଥିଲେ । ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ସେ କହିଛନ୍ତି , ସେ ଏପରି କିଛି କହି ନାହାଁନ୍ତି ଯାହାକୁ ନେଇ ଏତେ ବିବାଦ ହେବ । ତଥାପି, ସେ ଏଭଳି ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରୁଛନ୍ତି ଯାହା ସେ ଅଜାଣତରେ କୌଣସି ସମ୍ପ୍ରଦାୟକୁ ଆଘାତ ଦେଇଛି ।
ଆଇଏଏସ୍ ସନ୍ତୋଷ ବର୍ମାଙ୍କ ବିରୋଧରେ ପୂର୍ବରୁ ବି ଅନେକ ଅଭିଯୋଗ ହୋଇଛି । ପଦୋନ୍ନତି ପାଇବା ପାଇଁ ତାଙ୍କ ଉପରେ ବିଚାରପତିଙ୍କ ଦସ୍ତଖତ ଜାଲିଆତି କରିବାର ଅଭିଯୋଗ ଥିଲା । ତାଙ୍କ ଉପରେ ଜଣେ ମହିଳାଙ୍କୁ ଆକ୍ରମଣ କରିବା ଏବଂ ବିବାହ ପାଇଁ ପ୍ରଲୋଭନ ଦେଖାଇବାର ମଧ୍ୟ ଅଭିଯୋଗ ହୋଇଥିଲା । ନକଲି ଦସ୍ତଖତ ମାମଲାରେ ସନ୍ତୋଷ ବର୍ମାଙ୍କୁ ୨୦୨୧ ମସିହାରେ ଗିରଫ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/14/ias-suspebded-2025-12-14-18-25-44.jpg)