ଉଚ୍ଚଶିକ୍ଷା, ଗଣଶିକ୍ଷା ସଚିବଙ୍କୁ ହାଇକୋର୍ଟ ଛାଟ : ଆସନ୍ତାକାଲି ଦୁଇ ସଚିବଙ୍କୁ ହାଜର ହେବାକୁ ନିର୍ଦ୍ଦେଶ

Advertisment

ଅଦାଲତ ଅବମାନନା ।  ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ଓ ଗଣଶିକ୍ଷା ସଚିବ ତିରୁମାଲା ନାୟକଙ୍କ ବିରୋଧରେ ଗିରଫ ପରୱାନା ଜାରି କଲେ ହାଇକୋର୍ଟ। ଆସନ୍ତାକାଲି ଦୁଇ ସଚିବଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ।

ଅଦାଲତ ଅବମାନନା ।  ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ଓ ଗଣଶିକ୍ଷା ସଚିବ ତିରୁମାଲା ନାୟକଙ୍କ ବିରୋଧରେ ଗିରଫ ପରୱାନା ଜାରି କଲେ ହାଇକୋର୍ଟ। ଆସନ୍ତାକାଲି ଦୁଇ ସଚିବଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ।

ctc

Photograph: (kanaknews)

କନକବ୍ୟୁରୋ :  ଅଦାଲତ ଅବମାନନା ।  ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ଓ ଗଣଶିକ୍ଷା ସଚିବ ତିରୁମାଲା ନାୟକଙ୍କ ବିରୋଧରେ ଗିରଫ ପରୱାନା ଜାରି କଲେ ହାଇକୋର୍ଟ। ଆସନ୍ତାକାଲି ଦୁଇ ସଚିବଙ୍କୁ ହାଜର ହେବାକୁ ନିର୍ଦ୍ଦେଶ । ହାଜର ନହେଲେ କଠୋର ପଦକ୍ଷେପ ନେବାକୁ କୋର୍ଟଙ୍କ ଚେତାବନୀ ।  ହାଇକୋର୍ଟଙ୍କ ନିର୍ଦେଶ ପାଳନ ନକରି ଅଡୁଆରେ ଗଣଶିକ୍ଷା ଓ ଉଚ୍ଚଶତକ୍ଷା ସଚିବ । 

ଅଧିକ ପଢନ୍ତୁ....ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ, ନାଗପୁରରେ ସନ୍ଧ୍ୟାରେ ଖେଳାଯିବ ପ୍ରଥମ ମ୍ୟାଚ

ଗଣ ଶିକ୍ଷା ସଚିବଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରୀ କରିଛନ୍ତି ହାଇକୋର୍ଟ। ଅଦାଲତ ଅବମାନନା ମାମଲାରେ ୱାରଣ୍ଟ ଜାରୀ । ଆସନ୍ତାକାଲି ହାଜର କରାଇବାକୁ ପୋଲିସକୁ ନିର୍ଦେଶ । ୨୨ ମଧ୍ୟରେ କୋର୍ଟଙ୍କ ନିର୍ଦେଶ ପାଳନ କରିଥିଲେ ଗିରଫଦାରୀରୁ ମୁକ୍ତି ମିଳିବ। ଆବେଦନକାରୀ ବେଣୁଧର ଦାସଙ୍କ ପକ୍ଷରୁ ଦାୟର ମାମଲାରେ ହାଇକୋର୍ଟଙ୍କ ନିର୍ଦେଶ ।

ଏଠାରେ ସୂଚନାଯୋଗ୍ୟ ଯେ ଇନ୍‌କ୍ରିମେଣ୍ଟ ପ୍ରଦାନରେ ନିୟମ ଉଲ୍ଲଂଘନ ନେଇ ଆବେଦନକାରୀ ଅଧ୍ୟାପକ ଅଭିଯୋଗ କରିଥିଲେ। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଆବେଦନକାରୀ ଇନ୍‌କ୍ରିମେଣ୍ଟ ପାଇବାକୁ ହକଦାର ବୋଲି ଦାବି କରିଥିଲେ। ଏ ନେଇ ସରକାରଙ୍କ ନିକଟରେ ଦାବିପତ୍ର ଦାଖଲ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଏହାପରେ ଆବେଦନକାରୀ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ୮ ସପ୍ତାହ ଭିତରେ ନିଷ୍ପତ୍ତି ନେଇ ଆବେଦନକାରୀଙ୍କୁ ଅବଗତ କରିବାକୁ ୨୦୨୫, ଜୁଲାଇ ୩୦ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ଆବେଦନକାରୀ ହାଇକୋର୍ଟରେ ଉଚ୍ଚଶିକ୍ଷା ସଚିବ ଶ୍ରୀ ଅଗ୍ରୱାଲଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା  ରୁଜୁ କରିଥିଲେ । ଡିସେମ୍ବର ୧୨ରେ ଅଦାଲତ ଅବମାନନା ମାମଲାର ଶୁଣାଣି ସମୟରେ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ସରକାର ସମୟ ନେଇଥିଲେ। ଏହାପରେ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇ ନାହିଁ। ଏଭଳି ପ୍ରସଙ୍ଗକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହିତ ଉଚ୍ଚଶିକ୍ଷା ସଚିବଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସଂଗ୍ରାମ ଜେନା ମାମଲା ପରିଚାଳନା କରୁଛନ୍ତି।


--

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe