ସ୍ମାର୍ଟ ମିଟରକୁ ନେଇ ଅସନ୍ତୋଷ ଝାଡ଼ିଲେଣି ଗ୍ରାହକ : ପ୍ରଶ୍ନବାଣରେ ଅତିଷ୍ଠ କଲେଣି ଉପଭୋକ୍ତା

Advertisment

ସ୍ମାର୍ଟ ମିଟର ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।  ହେଲେ ଏ ମିଟର ଲଗାଯିବା ଘଟଣା ଓଡ଼ିଶାରେ ନୂଆ ବିବାଦ ସୃଷ୍ଟି କଲାଣି । କେଉଁ କଂପାନିର ମିଟର ଲଗାଇବେ କର୍ତ୍ତୃପକ୍ଷ?

ସ୍ମାର୍ଟ ମିଟର ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।  ହେଲେ ଏ ମିଟର ଲଗାଯିବା ଘଟଣା ଓଡ଼ିଶାରେ ନୂଆ ବିବାଦ ସୃଷ୍ଟି କଲାଣି । କେଉଁ କଂପାନିର ମିଟର ଲଗାଇବେ କର୍ତ୍ତୃପକ୍ଷ?

7PM1

Photograph: (kanaknews)

କନକବ୍ୟୁରୋ : ସ୍ମାର୍ଟ ମିଟର ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।  ହେଲେ ଏ ମିଟର ଲଗାଯିବା ଘଟଣା ଓଡ଼ିଶାରେ ନୂଆ ବିବାଦ ସୃଷ୍ଟି କଲାଣି । କେଉଁ କଂପାନିର ମିଟର ଲଗାଇବେ କର୍ତ୍ତୃପକ୍ଷ? ଘରୋଇ କମ୍ପାନୀ ପାଇଁ ରାଜ୍ୟବାସୀ କାହିଁକି କ୍ଷତି ସହିବେ ? ଏମିତି ମାଳ ମାଳ ପ୍ରଶ୍ନରେ ଛନ୍ଦି ହୋଇଗଲାଣି ସ୍ମାର୍ଟ ମିଟର । ଉପଭୋକ୍ତା ମହାସଂଘର ଏସବୁ ପ୍ରଶ୍ନର କିନ୍ତୁ ଏଯାଏଁ ଉତ୍ତର ଦେଇନାହାନ୍ତି ସରକାର । 

ଦିଲ୍ଲୀ ମୁଣ୍ଡରେ ଏବେ ପ୍ରଦୂଷଣର କଳଙ୍କ : ଅନେକ ମୁଣ୍ଡ ନେଲାଣି ସିରିଜ୍ ଦୁର୍ଘଟଣା

ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା-ସ୍ମାର୍ଟ ମିଟର ସଂଯୋଗର ପ୍ରଥମ ପର୍ଯ୍ୟାୟ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ।   ହେଲେ ଉପଭୋକ୍ତା ମହାସଂଘ କହୁଛି ଯେ ଅନେକ ଦିନ ପୂର୍ବରୁ ଲାଗିଲାଣି  ସ୍ମାର୍ଟ ମିଟର ।  କେବଳ ସେତିକି ନୁହେଁ,  ଟାଟା ପାଓ୍ବାର ଲଗାଉଥିବା ମିଟରର ବିଶ୍ବନିୟତା ଉପରେ ବି ଉଠାଇଛନ୍ତି ପ୍ରଶ୍ନ । ମିଟର କିଏ ଦେଉଛି ? ଏଥିପାଇଁ ଖୋଲା ଟେଣ୍ଡର ହୋଇଥିଲା ତ?

ଏସବୁ କେତେ ଉପଯୁକ୍ତ, କିଏ ଯାଞ୍ଚ କରିଛି? ବୋଲି ପ୍ରଶ୍ନ କରିଛି ଉପଭୋକ୍ତା ସଂଘ ।  ଟାଟା ପୁଞ୍ଜିନିବେଶ ନକରି ରାଜ୍ୟ ବଜେଟ ଅନୁଦାନ ମାଧ୍ୟମରେ ସ୍ମାର୍ଟ ମିଟର ଲଗାଉଛି ।  ଏଥିପାଇଁ ରାଜ୍ୟ କ୍ୟାବିନେଟ ପ୍ରଥମ ପର୍ଯ୍ୟାୟ ଅର୍ଥ ପ୍ରସ୍ତାବରେ ମୋହର ମାରିଛି ।  ସ୍ମାର୍ଟ ମିଟର ପାଇଁ ଅନ୍ୟ ରାଜ୍ୟ କେନ୍ଦ୍ରୀୟ ଅନୁଦାନ ପାଉଥିଲାବେଳେ ଓଡିଶା ସରକାର କାହିଁକି  ନିଜେ ଖର୍ଚ୍ଚ କରିବେ ବୋଲି ପଚାରିଛନ୍ତି ଶକ୍ତି ସମୀକ୍ଷକ ।  କିଛି ବିଶେଷଜ୍ଞ ପରାମର୍ଶ ଦେଇ କହିଛନ୍ତି ସ୍ମାର୍ଟ ମିଟର ଲଗାଇବା ବେଳେ ଉପଭୋକ୍ତାଙ୍କ ଘରେ ଥିବା ପୁରୁଣା ମିଟରକୁ ମଧ୍ୟ ଚାଲୁ ରଖାଯାଉ, ଫଳରେ ସ୍ମାର୍ଟ ମିଟରର କାର୍ଯ୍ୟଦକ୍ଷତା ବୁଝାପଡ଼ିବ । 

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe