କନକବ୍ୟୁରୋ : ଶୀତଦିନେ କୁହୁଡ଼ି ଓ ସ୍ମଗ୍ ସମସ୍ୟା ଯୋଗୁ ଦିଲ୍ଲୀର ସ୍ଥିତି ଦେଶକୁ ଚିନ୍ତିତ କରିଥିବା ବେଳେ, ଓଡ଼ିଶାରେ ବି ବିଗୁଡ଼ୁଛି ପାଗର ମିଜାଜ୍ ।  ଜାଡ଼ରେ ଥରୁଛି ମାଳ ଅଞ୍ଚଳ । କନ୍ଧମାଳ ଓ କୋରାପୁଟ ପାଲଟିଛି ରାଜ୍ୟର ଶୀତ ରାଜଧାନୀ । ଏପଟେ ଆଭ୍ୟନ୍ତରଣୀ ଓ ଉପକୂଳରେ ବି କଲବଲ କରୁଛି ଘନ କୁହୁଡ଼ି ।  ତେବେ ନୂଆବର୍ଷ ପୂର୍ବରୁ ଶୀତ ଓ କୁହୁଡ଼ି ସ୍ଥିତିରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।... 

Advertisment

ପ୍ରତିଷ୍ଠା ଦିବସରେ ଭବିଷ୍ୟଦ୍ରଷ୍ଟା ସାଜିଲେ ନବୀନ : କହିଲେ, ବିଜେଡିର ଆୟୁଷ ଶହେ ବର୍ଷ

ସବୁକିଛି ଛିନଛତ୍ର, ସବୁକିଛି ନିଆଁରେ ସ୍ୱାହା ।  ମଝି ରାତିରେ ୨ଟି ଜୀବନ ନେଇଛି କୁହୁଡ଼ି ଜନିତ ଭୟଙ୍କର ଦୁର୍ଘଟଣା ।  ସୁନ୍ଦରଗଡ଼ ଜିଲ୍ଲା କେବଳାଙ୍ଗ ଚୁନାଘାଟିରେ ଟ୍ରକ୍ ଓ ହାଇୱା ମୁହାଁମୁହିଁ ଧକ୍କା ହୋଇ ସମ୍ପୂର୍ଣ୍ଣ ଜଳିଯାଇଛି ।  କୁହୁଡ଼ିରେ ମୁହଁକୁ ମୁହଁ ଦିଶୁନଥିବା ବେଳେ, ଏଭଳି ଅଘଟଣ ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି । 

ଗତ ୨୪ ଘଣ୍ଟାରେ ଢେଙ୍କାନାଳରେ ସବୁଠୁ ଘନ ଥିଲା କୁହୁଡ଼ି । ମାତ୍ର ୧୦୦ ମିଟର ଦୂରରୁ ବି କିଛି ଦିଶୁନଥିଲା । ସେପଟେ ନୂଆବର୍ଷ ଆଗରୁ ଜାଡ଼ ଓ କୁହୁଡ଼ିରୁ ତ୍ରାହି ମିଳିବନି ବୋଲି ଚେତାଇ ଦେଇଛି ପାଣିପାଗ ବିଭାଗ । ଆଗକୁ ଆହୁରି ୫ ଦିନ ରାଜ୍ୟକୁ କବଳିତ କରିବ କୁହୁଡ଼ି । ୩୧ ଡିସେମ୍ୱର ଯାଏଁ ରାଜ୍ୟକୁ ଘେରିବ ଘନ କୁହୁଡ଼ି । ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ ଓ ନୟାଗଡ଼ରେ ଆସନ୍ତାକାଲି ଘନ କୁହୁଡ଼ି ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ରହିବ ।... 

ରାଜ୍ୟରେ ନୂଆବର୍ଷ ଯାଏଁ ଜାରି ରହିବ ପ୍ରବଳ ଶୀତ ।  ଗାଁ ଗଣ୍ଡାରେ ଥରାଇବ ଜାଡ଼ ।  ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ସୁଧୁରିବା ସମ୍ଭାବନା କମ୍ । କନ୍ଧମାଳ ଓ କୋରାପୁଟ ଆଦି ଜିଲ୍ଲାରେ ୬ରୁ ୭ ଡିଗ୍ରି ସେଲସିୟସକୁ ଖସିବ ପାରଦ ।  ଉତ୍ତର ପଶ୍ଚିମ ଭାରତରେ ଥଣ୍ଡା ରହୁଥିବାରୁ, ଓଡ଼ିଶାରେ ବି ରାତି ତାପମାତ୍ରା କମୁଛି ବୋଲି କହିଛନ୍ତି ବିଶେଷଜ୍ଞ ।

୨୯ରୁ ୩୦ ତାରିଖ ଯାଏଁ ଶୀତ ଜାରି ରହିବ ଓ ୩୧ରୁ ପାଗ ସାମାନ୍ୟ ବଦଳିବ ।  ପୁଣି ୫ ତାରିଖ ପରେ ଶୀତ ବଢ଼ିବା ନେଇ ଅନୁମାନ କରାଯାଉଛି । ଏବେ ଚରମରେ ଚାଲିଛି ପିକ୍‌ନିକ୍ ଋତୁ ।  ଦିନସାରା ବଣଭୋଜିରେ ମଉଜ ମସ୍ତି ପରେ, ସନ୍ଧ୍ୟାରେ କିମ୍ୱା ରାତିରେ ଘରକୁ ଫେରୁଛନ୍ତି ଲୋକେ । ତେଣୁ କୁହୁଡ଼ି ଯେପରି କାଳ ନସାଜେ ସେଥିପ୍ରତି ସମସ୍ତେ ସତର୍କ ରହିବା ଜରୁରୀ ହୋଇପଡ଼ିଛି ।