କନକ ବ୍ୟୁରୋ :କନଷ୍ଟେବଳ ଶୁଭମିତ୍ରା ହତ୍ୟାକାଣ୍ଡରେ ପୁଲିସ୍ ହାତରେ ସାଂଘାତିକ୍ ତଥ୍ୟ । ସାମ୍ନାକୁ ଆସିଲା ଅଭିଯୁକ୍ତ ଦୀପକ ରାଉତର ବ୍ୟାଙ୍କ ଟ୍ରାନ୍ଜାକ୍ସନ୍ର ସମ୍ପୂର୍ଣ୍ଣ ତଥ୍ୟ । ୭ ବର୍ଷର ଟଙ୍କା ନେଣଦେଣକୁ ନେଇ ଖୋଳତାଡ଼ କରୁଛି ପୁଲିସ୍ । ଶୁଭମିତ୍ରା ଦେଇଥିବା ୨୦ ଲକ୍ଷ ଟଙ୍କାକୁ ନେଇ ଚାଲିଛି ଖୋଳତାଡ଼ । ଟ୍ରାଫିକ କନଷ୍ଟେବଳ ଶୁଭମିତ୍ରା ହତ୍ୟାକାଣ୍ଡ ମାମଲାରେ ପୁଲିସ ହାତରେ ଲାଗିଲା ହଜାର ପୃଷ୍ଠାର ବ୍ୟାଙ୍କ ଟ୍ରାନ୍ଜାକ୍ସନ୍ । ଅଭିଯୁକ୍ତ ଦୀପକ କୁମାର ରାଉତର ଦୁଇଟି ସରକାରୀ ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ଼ ପାଇଁ ଚିଠି ଲେଖିଥିଲା ପୁଲିସ ।
ଅଧିକ ପଢ଼ନ୍ତୁ--ମୁଁ ଜ୍ୟୋତି, ମୋ କାହାଣୀ ଶୁଣିଲେ ଆପଣ ବି ବଞ୍ଚିବା ଶିଖିଯିବେ; ମାଟିରୁ ଉଠି ଆକାଶକୁ ଛୁଉଁଥିବା ଜଣେ ଝିଅର କାହାଣୀ…
୨୦୧୮ ବ୍ୟାଚ୍ରୁ କ୍ୟାରିୟର ଆରମ୍ଭ କରିଥିବାରୁ, ସେବେଠାରୁ ଏପର୍ଯ୍ୟନ୍ତ କେତେ ନେଣଦେଣ ହୋଇଛି, ସେନେଇ ଖୋଳି ବାହାର କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ୨୦୧୮ ରୁ ୨୦୨୫ ମଧ୍ୟରେ ହୋଇଥିବା ବ୍ୟାଙ୍କ ଟ୍ରାନ୍ଜାକ୍ସନର ତଥ୍ୟ ଏବେ ପୁଲିସ ହାତରେ ଲାଗିଛି । ଶୁଭମିତ୍ରା ଓ ଦୀପକ ଭିତରେ ହୋଇଥିବା ୨୦ ଲକ୍ଷ ଟଙ୍କା ନେଣଦେଣର ସୂତ୍ର ଖୋଜା ଚାଲିଛି । ସେପଟେ ହତ୍ୟାକାଣ୍ଡ ପରେ, ହ୍ବାଟ୍ସଆପ୍ ଚାଟିଂରୁ ସ୍ପଷ୍ଟ ହୋଇଥିଲା ୨୦ ଲକ୍ଷ ଟଙ୍କା ଶୁଭମିତ୍ରା ଦୀପକକୁ ଦେଇଥିଲା । ବାହାଘର ପାଇଁ ଟଙ୍କା ଫେରାଇବାକୁ କହିବାରୁ ଉଭୟଙ୍କ ଭିତରେ ଆରମ୍ଭ ହୋଇଥିଲା କଳି । ତେବେ ତଦନ୍ତ ବେଳେ ଦୀପକ କହିଥିଲା ସେ, ୧୦ ଲକ୍ଷ ଟଙ୍କା ଶୁଭମିତ୍ରାଙ୍କୁ ଫେରାଇ ଦେଇଥିଲେ । ତେଣୁ ଏହି ଘଟଣାର ଖୁବଶୀଘ୍ର ଚାର୍ଜସିଟ କରି ଟ୍ରାଏଲ ଆରମ୍ଭ ପ୍ରକିୟା ଆରମ୍ଭ ପାଇଁ ଅର୍ଥନୈତିକ ଖୋଳତାଡ଼ ଆରମ୍ଭ କରିଛି କ୍ୟାପିଟାଲ ଥାନା ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/26/subhamitra-murder-case-2025-10-26-16-27-54.jpg)