ଆଇଜିଏଚ୍‌କୁ ନେଇ ସାଂଘାତିକ ଷଡ଼୍‌ଯନ୍ତ୍ର! ଦିଲ୍ଲୀରେ ଚାଲିଛି ବ୍ଳ୍ୟୁ ପ୍ରିଣ୍ଟ!

କଟକ ବଡ଼ ମେଡିକାଲ ପରେ ଆଇଜିଏଚ୍ ହେଉଛି ରାଜ୍ୟର ଦ୍ଵିତୀୟ ବଡ଼ ହସ୍ପିଟାଲ୍ ।  ପ୍ରାୟ ୬୦୦ ଶଯ୍ୟା ବିଶିଷ୍ଟ ଏ ହସ୍ପିଟାଲକୁ ପ୍ରତିଦିନ ଆସିଥାନ୍ତି ହଜାର ହଜାର ରୋଗୀ ।

33

Rourkela Photograph: (KanakNews)

କନକ ବ୍ୟୁରୋ: ପ୍ରଥମେ ସ୍କୁଲ୍, ପରେ ଟାଉନ ପ୍ଲାନିଂ ବିଭାଗ, ଆଉ ଏବେ ହସ୍ପିଟାଲ୍ । ରାଉରକେଲା ଇସ୍ପାତ୍ ଜେନେରାଲ ହସ୍ପିଟାଲ୍ ବା ଆଇଜିଏଚ୍‌ ଉପରେ ସେଲ୍ କର୍ତ୍ତୃପକ୍ଷଙ୍କ ଲୋଲୁପ ଦୃଷ୍ଟି! ଆଇଜିଏଚ୍‌କୁ ଘରୋଇ କମ୍ପାନି ହାତରେ ଟେକି ଦେବାକୁ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ ବା ସେଲ୍ କର୍ତ୍ତୃପକ୍ଷ ଦିଲ୍ଲୀରେ ଯୋଜନା କରୁଥିବା କୁହାଯାଉଛି । ଯାହାକୁ ନେଇ ତେଜିଲାଣି ବିରୋଧର ସ୍ବର । ବିଭିନ୍ନ ଶ୍ରମିକ ସଂଗଠନ ଏହାକୁ ବିରୋଧ କରିବା ସହ ଆଗକୁ ତୀବ୍ର ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି । 

ବୁଲିଲା ବୁଲ୍‌ଡୋଜର, ଭାଙ୍ଗିଲା ବେଆଇନ ଘର : ଜାଗା ଛାଡ଼ିଲେ ୩୦ରୁ ଅଧିକ ପରିବାର

କଟକ ବଡ଼ ମେଡିକାଲ ପରେ ଆଇଜିଏଚ୍ ହେଉଛି ରାଜ୍ୟର ଦ୍ଵିତୀୟ ବଡ଼ ହସ୍ପିଟାଲ୍ ।  ପ୍ରାୟ ୬୦୦ ଶଯ୍ୟା ବିଶିଷ୍ଟ ଏ ହସ୍ପିଟାଲକୁ ପ୍ରତିଦିନ ଆସିଥାନ୍ତି ହଜାର ହଜାର ରୋଗୀ । ଆଇଜିଏଚ୍ ଉପରେ କେବଳ ଯେ ରାଉରକେଲା ଇସ୍ପାତ୍ କାରଖାନାର ଶ୍ରମିକ, କର୍ମଚାରୀ ଓ ଅଧିକାରୀ ନିର୍ଭରଶୀଳ ତା ନୁହେଁ, ବରଂ ସମଗ୍ର ପଶ୍ଚିମ ଓଡ଼ିଶା ସହ ଝାଡ଼ଖଣ୍ଡ, ଛତିଶଗଡ଼ ଓ ବିହାର ଭଳି ପଡ଼ୋଶୀ ରାଜ୍ୟର ହଜାର ହଜାର ରୋଗୀ ମଧ୍ୟ ଏଠାକୁ ଆସିଥାନ୍ତି । ଏବେ ଏହାର ଘରୋଇକରଣ ପାଇଁ ମସୁଧା ଚାଲିଥିବା କଥା ଜାଣି ଅସନ୍ତୋଷ ପ୍ରକାଶ କରିଛନ୍ତି ସେଲ୍ କର୍ତ୍ତୃପକ୍ଷଙ୍କୁ ଭିଟାମାଟି ଦେଇ ସହର ଛାଡ଼ିଥିବା ଲୋକେ । ଆଇଜିଏଚ୍‌ର ଘରୋଇକରଣ ଅନେକ ଗରିବ ରୋଗୀ ଅଧିକ ଖର୍ଚ୍ଚାନ୍ତ ହେବା ଜଳଜଳ ଦିଶୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe