Photograph: (kanaknews)
କନକ ବ୍ୟୁରୋ : ମହାନଦୀରୁ ପାଣି ଚୋରି । ବେଆଇନ ବିସ୍ଫୋରଣ କରି କଂପାନୀ ମାଟି ଓ ପଥର ଫଟାଇ ମହାନଦୀରୁ ପାଣି ଶୋଷିବାକୁ କରୁଛି ଷଡ଼ଯନ୍ତ୍ର । ଏଭଳି ସାଂଘାତିକ ଅଭିଯୋଗ ଆସିଛି ସମ୍ୱଲପୁର ଜିଲ୍ଲା ମାନେଶ୍ୱର ବ୍ଲକ୍ ଦେଓଗାଁରେ ନିର୍ମାଣାଧୀନ ଇଥାନଲ୍ କାରଖାନା ବିରୋଧରେ । ବାରମ୍ୱାର ଅଭିଯୋଗ ପରେ ବି ପୁଲିସ କିମ୍ୱା ପ୍ରଶାସନର ନିଦ ଭାଙ୍ଗୁନଥିବା କହିଛନ୍ତି ସ୍ଥାନୀୟ ଲୋକେ ।
ଐତିହ୍ୟକୁ ମାଡ଼ି ବସିଥିଲେ ଜବରଦଖଲକାରୀ : କନକ ନ୍ୟୁଜରେ ଘନ ଘନ ଖବର ପ୍ରସାରଣ ପରେ ଚେତିଲେ ସରକାର
ଛିଟିକି ପଡ଼ିଛି ବଡ଼ ବଡ଼ ପଥର ଖଣ୍ଡ । ଦିନ ହେଉ କି ରାତି, ଥରି ଉଠୁଛି ପୂରା ଅଞ୍ଚଳ । ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକର ଦେଓଗାଁରେ ପ୍ରିମିୟର ଗ୍ରୀନ ଇନୋଭେସନ ପ୍ରାଇଭେଟ୍ ଲିମିଟେଡ୍ ଦ୍ବାରା ନିର୍ମାଣଧୀନ ଇଥାନାଲ ପ୍ଲାଣ୍ଟକୁ ନେଇ ତେଜିଛି ଅସନ୍ତୋଷ । କମ୍ପାନୀକୁ ପାଣି ନେବାକୁ ମହାନଦୀରେ ଇନଟେକ୍ ୱେଲ୍ ନିର୍ମାଣ କରୁଛି ଏହି କମ୍ପାନୀ ।
ଯେଉଁଥିପାଇଁ ମହାଦନୀରେ ଡିନାମାଇଟ୍ ଲଗାଇ ବିସ୍ଫୋରଣ କରାଯାଉଥିବା ଅଭିଯୋଗ ହୋଇଛି । ବିସ୍ଫୋରକ ଖଞ୍ଜି ପାଣି ଚୋରି ପାଇଁ କରାଯାଉଛି ବ୍ଲାଷ୍ଟିଂ। ଏନେଇ ଧମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଦେଓଗାଁବାସୀ । ବେଆଇନ ବ୍ଲାଷ୍ଟିଂ ଓ ନିର୍ମାଣ କାମ ବନ୍ଦ ନକଲେ ସ୍ଥିତି ସାଂଘାତିକ ହେବ ବୋଲି ଦେଇଛନ୍ତି ଚେତାବନୀ ।
ମହାନଦୀରେ କାହା ଅନୁମତିରେ କମ୍ପାନୀ କରୁଛି ବ୍ଲାଷ୍ଟିଂ ? ଡିନାମାଇଟ ବିସ୍ଫୋରଣ ପାଇଁ କିଏ ଦେଇଛି ଅନୁମତି? ବିନା ଅନୁମତିରେ କେଉଁଠୁ ଆସୁଛି ବିସ୍ଫୋରକ ? ଆମେ ଏହି ତମାମ ପ୍ରଶ୍ନ ପଚାରିଥିଲୁ ଇଥାନାଲ ପ୍ଲାଣ୍ଟର କର୍ତ୍ତୃପକ୍ଷଙ୍କୁ। କ୍ୟାମେରା ଓ ବୁମ ଦେଖି ଗାଡ଼ି ଛାଡ଼ି ଚାଲିଚାଲି ପଳାଇଥିଲେ ବାବୁ । କହିଥିଲେ ଏଠାରେ ବ୍ଲାଷ୍ଟି ହେଉନି ।
Follow Us