କନକ ବ୍ୟୁରୋ : କେଉଁ ରାଜ୍ୟରେ କେତେ ରହିଛି  ବିଦ୍ୟୁତ ଦର । ଚା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ  କଂଗ୍ରେସ ବିଧାୟକଙ୍କ ନିଆରା ପ୍ରଚାର । ଭାରତର କେଉଁ ରାଜ୍ୟରେ ୟୁନିଟ ପିଛା କେତେ ରହିଛି ବିଦ୍ୟୁତ ଦର, ବ୍ୟାନରରେ ଉଲ୍ଲେଖ କରି ଲକ୍ଷ୍ମୀପୁରର କଂଗ୍ରେସ ବିଧାୟକ ପବିତ୍ର ସାଉଁତା କରୁଛନ୍ତି ନିଆରା ପ୍ରଚାର । ଜଣେ ଯୁବ ବିଧାୟକ ଭାବେ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ପବିତ୍ର ସିଧା ସଳଖ ଟାର୍ଗେଟ ବିଜେପିର ଡବଲ ଇଂଜିନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

Advertisment

ଅଧିକ ପଢନ୍ତୁ : ଆହାର କେନ୍ଦ୍ରରେ ୧୦ ଟଙ୍କିଆ ଥାଳି! ଅନୁଧ୍ୟାନ ପାଇଁ ପହଞ୍ଚିଲେ ବିଧାୟକ

ଓଡିଶାରେ ବିଜେପି ସରକାର ଆସିଲେ ୩୦୦ ୟୁନିଟ ବିଦ୍ୟୁତ ମାଗଣା ଦେବ ବୋଲି ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିଲା ।  କୁଆଡେ ଗଲା ମାଗଣା ବିଜୁଳି ବୋଲି ପ୍ରଶ୍ନ କରିବା ସହ  ଗଣ ମାଧ୍ୟମ ଆଗରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି । ଓଡିଶା ରେ ବିଦ୍ୟୁତ ଉତ୍ପାଦନ ହୋଇ ଅନ୍ୟ ରାଜ୍ୟକୁ ଯାଉଛି । ଓଡିଶାରୁ ବିଦ୍ୟୁତ ନେଉଥିବା ଅନ୍ୟ ରାଜ୍ୟର ଗ୍ରାହକମାନେ ୟୁନିଟ ପିଛା କମ ଦାମରେ ବିଦ୍ୟୁତ ପାଉଥିବାବେଳେ ଓଡିଶାର ଲୋକେ ପଡୋଶୀ ରାଜ୍ୟରୁ ଅଧିକ ୟୁନିଟ ପିଛା ଦର ପ୍ରଦାନ କରି ବିଦ୍ୟୁତ ବ୍ୟବହାର କରୁଥିବା କହିଛନ୍ତି ବିଧାୟକ । ସରକାର ନିଜ ନିର୍ବାଚନ ଇସ୍ତାହାର ପାଳନ କରନ୍ତୁ, ନଚେତ ଆଗାମୀ ଦିନରେ ସାଧାରଣ ଲୋକେ ଭୋଟ ମାଧ୍ୟମରେ ଜବାବ ଦେବେ ବୋଲି କହିଛନ୍ତି ।