କଂଗ୍ରେସ ନେତା ପୃଥ୍ବୀରାଜ ଚଭନଙ୍କ ବିବାଦୀୟ ବୟାନ, ମାଦୁରୋଙ୍କ ପରି ମୋଦୀଙ୍କୁ ଟ୍ରମ୍ପ ଅପହରଣ କରିବେ କହି ସମାଲୋଚନାର ଶିକାର

Advertisment

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆକ୍ଷେପ । ମାଦୁରୋଙ୍କ ପରି ମୋଦୀଙ୍କୁ ଟ୍ରମ୍ପ ଅପହରଣ କରିବେ କହି ସମାଲୋଚନାର ଶିକାର ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆକ୍ଷେପ । ମାଦୁରୋଙ୍କ ପରି ମୋଦୀଙ୍କୁ ଟ୍ରମ୍ପ ଅପହରଣ କରିବେ କହି ସମାଲୋଚନାର ଶିକାର ।

Prithviraj Chavan

Prithviraj Chavan Photograph: (Google)

କନକ ବ୍ୟୁରୋ;  ପୁଣି କଂଗ୍ରେସ ନେତା ପୃଥ୍ବୀରାଜ ଚଭଣଙ୍କ ବିବାଦୀୟ ବୟାନ । ପୃଥ୍ୱୀରାଜଙ୍କ ବିବାଦୀୟ ବୟାନକୁ ନେଇ ଏବେ ଦେଶର ରାଜନୀତି ସରଗରମ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ୫୦% ଶୁଳ୍କ ଲଗାଇବା ପ୍ରସଙ୍ଗରେ ଚଭାନ୍ ଚକିତ କଲା ଭଳି ପ୍ରଶ୍ନ କରିଛନ୍ତି ।

କୋର୍ଟରେ ହାଜର ହେଲେ ଭେନେଜୁଏଲା ରାଷ୍ଟ୍ରପତି: କଡ଼ା ସୁରକ୍ଷା ବଳୟରେ ନିକୋଲାସ୍ ମାଦୁରୋଙ୍କୁ କୋର୍ଟରେ ହାଜର କଲା ଆମେରିକା

ସେ କହିଛନ୍ତି, "ଭେନେଜୁଏଲାରେ ଯାହା ଘଟିଲା, ତାହା କ’ଣ ଭାରତରେ ହୋଇପାରେ? ଟ୍ରମ୍ପ କ’ଣ ଆମ ପ୍ରଧାନମନ୍ତ୍ରୀଙ୍କୁ ଅପହରଣ କରିବେ? ଚଭାନ୍ଙ୍କ ଏହି ମନ୍ତବ୍ୟ ପରେ ବିଜେପି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ଏହାକୁ କଂଗ୍ରେସର 'ଭାରତ ବିରୋଧୀ ମାନସିକତା' ବୋଲି କହିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ପ୍ରତିଦିନ ନିମ୍ନ ସ୍ତରକୁ ଖସୁଛି । ବିଜେପି ଅଭିଯୋଗ କରିଛି, କଂଗ୍ରେସ ଦେଶର ସମ୍ମାନକୁ ବିଶ୍ୱ ଦରବାରରେ କ୍ଷୁଣ୍ଣ କରୁଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe