ବିରୋଧ କଲେ, ନା ସମର୍ଥନ ? ଦିଗବିଜୟଙ୍କ ବୟାନକୁ ନେଇ କଂଗ୍ରେସ ଦି’ ଭାଗ

Advertisment

କଂଗ୍ରେସ ନେତା ଦିଗବିଜୟ ସିଂହ ଆରଏସଏସର ସଙ୍ଗଠନାତ୍ମକ ଶକ୍ତିକୁ ପ୍ରଂଶସା କରିବା ଏବଂ ତା ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଂଶସାରେ ପୋତିବା ପରେ, କଂଗ୍ରେସରେ ଏହାକୁ ନେଇ ନେତାମାନେ ଦୁଇଭାଗ ହୋଇଛନ୍ତି । କିଛି ନେତା ଏହାକୁ ସିଧା ସିଧା ବିରୋଧ କରୁଥିବାବେଳେ, ଆଉ କିଛି ନେତା ଦିଗବିଜୟଙ୍କ ସପକ୍ଷରେ ଛିଡ଼ାହୋଇଛନ୍ତି । ଆଉ ଏହାକୁ ନେଇ ସରଗରମ ହୋଇଛି କଂଗ୍ରେସ ରାଜନୀତି ।

କଂଗ୍ରେସ ନେତା ଦିଗବିଜୟ ସିଂହ ଆରଏସଏସର ସଙ୍ଗଠନାତ୍ମକ ଶକ୍ତିକୁ ପ୍ରଂଶସା କରିବା ଏବଂ ତା ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଂଶସାରେ ପୋତିବା ପରେ, କଂଗ୍ରେସରେ ଏହାକୁ ନେଇ ନେତାମାନେ ଦୁଇଭାଗ ହୋଇଛନ୍ତି । କିଛି ନେତା ଏହାକୁ ସିଧା ସିଧା ବିରୋଧ କରୁଥିବାବେଳେ, ଆଉ କିଛି ନେତା ଦିଗବିଜୟଙ୍କ ସପକ୍ଷରେ ଛିଡ଼ାହୋଇଛନ୍ତି । ଆଉ ଏହାକୁ ନେଇ ସରଗରମ ହୋଇଛି କଂଗ୍ରେସ ରାଜନୀତି ।

congress politics

congress politics Photograph: (kanak news)

କନକ ବ୍ୟୁରୋ: କଂଗ୍ରେସ ନେତା ଦିଗବିଜୟ ସିଂହ ଆରଏସଏସର ସଙ୍ଗଠନାତ୍ମକ ଶକ୍ତିକୁ ପ୍ରଂଶସା କରିବା ଏବଂ ତା ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଂଶସାରେ ପୋତିବା ପରେ, କଂଗ୍ରେସରେ ଏହାକୁ ନେଇ ନେତାମାନେ ଦୁଇଭାଗ ହୋଇଛନ୍ତି । କିଛି ନେତା ଏହାକୁ ସିଧା ସିଧା ବିରୋଧ କରୁଥିବାବେଳେ, ଆଉ କିଛି ନେତା ଦିଗବିଜୟଙ୍କ ସପକ୍ଷରେ ଛିଡ଼ାହୋଇଛନ୍ତି । ଆଉ ଏହାକୁ ନେଇ ସରଗରମ ହୋଇଛି କଂଗ୍ରେସ ରାଜନୀତି ।

ଗୋଟିଏ ପଟେ ପବନ ଖେଡ଼ା ଏବଂ ସୁପ୍ରିୟା ଶ୍ରୀନେତ୍ର ଭଳି କଂଗ୍ରେସ ନେତା ଏହି ପ୍ରସଙ୍ଗରେ ବିରୋଧ କରୁଥିବାବେଳେ, ଅନ୍ୟପଟେ ଟିଏସ୍ ସିଂହ ଏବଂ ଶଶୀ ଥରୁରଙ୍କ ଭଳି ନେତା କଂଗ୍ରେସର କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବାକୁ ଓକିଲାତି କରିଛନ୍ତି । ଯାହାକି ଏହି ପ୍ରସଙ୍ଗକୁ ଆହୁରି ଅଧିକ ରୋଚକ କରୁଛି । ଅସଲ କଥା ହେଲା, ଦିଗବିଜୟ ସିଂହ ଗତକାଲି ଆରଏସଏସର ସଙ୍ଗଠନାତ୍ମକ ଶକ୍ତିକୁ ପ୍ରଂଶସା କରିଥିଲେ । ପିଏମ୍ ମୋଦୀଙ୍କ ଏକ ପୁରୁଣା ଫଟୋ ସେୟାର କରି ସେ ଏହାର ପ୍ରଂଶସା କରିଥିଲେ । କେଉଁଭଳି ଭାବରେ ଆରଏସଏସର ଜଣେ ସ୍ୱୟଂସେବକ ନେତାଙ୍କ ପାଦ ତଳେ ବସି ମଧ୍ୟ ପରବର୍ତ୍ତୀ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ହେବାକୁ ସେ ପ୍ରଂଶସା କରିଥିଲେ । ଏହା ହିଁ ସଙ୍ଗଠନର ଶକ୍ତି ଏବଂ ନିଜ ପୋଷ୍ଟରେ ସେ ଜୟ ଶ୍ରୀ ରାମ ବୋଲି ଲେଖିଥଲେ । ତେବେ ପରେ ସେ ସଙ୍ଘର ବିଚାରଧାରାକୁ ସ୍ପଷ୍ଟ ଭାବେ ଅସ୍ୱୀକାର କରିଥିଲେ ମଧ୍ୟ, ତାଙ୍କର ଏହି ପୋଷ୍ଟ କିନ୍ତୁ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଥିଲା ।

ଆହୁରି ପଢ଼ନ୍ତୁ : ମା’ ହେଲା ବାଘୁଣୀ ଜୟଶ୍ରୀ,  ନନ୍ଦନକାନନରେ ତିନୋଟି ଛୁଆ ଜନ୍ମ ଦେଲା ୩ ବର୍ଷିୟ ବାଘୁଣୀ

ତେବେ ଏହାକୁ ନେଇ କଂଗ୍ରେସ ନେତା ପବନ ଖେଡ଼ା କହିଥିଲେ, ଆରଏସଏସରୁ କିଛି ଶିଖିବାର ନାହିଁ। ଗଡସେ ପାଇଁ ଜଣାଶୁଣା ଏକ ସଂଗଠନ ଗାନ୍ଧୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ସଂଗଠନକୁ କ'ଣ ଶିକ୍ଷା ଦେଇପାରିବ ? ସେହିପରି କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ସୁପ୍ରିୟା ଶ୍ରୀନେତ୍ର ବିଜେପିକୁ ଟାର୍ଗେଟ କରି କହିଥିଲେ, ବିଜେପି ତାଙ୍କ ବକ୍ତବ୍ୟକୁ ବିକୃତ କରୁଛି । ଆମକୁ ଆରଏସଏସରୁ କିଛି ଶିଖିବାର ଆବଶ୍ୟକତା ନାହିଁ ; ଆମେ ବ୍ରିଟିଶ ରାଜ ଏବଂ ଏହାର ଅନ୍ୟାୟ ବିରୁଦ୍ଧରେ ସ୍ୱାଧୀନତା ସଂଗ୍ରାମ ଲଢ଼ିଥିଲୁ ଏବଂ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଥିଲୁ। ତେଣୁ ଆମକୁ କାହାଠାରୁ ଶିଖିବାର ଆବଶ୍ୟକତା ନାହିଁ; ବରଂ ଲୋକମାନେ ଭାରତୀୟ ଜାତୀୟ କଂଗ୍ରେସରୁ ଶିଖିବା ଉଚିତ ବୋଲି କହିଥିଲେ ଏହି କଂଗ୍ରେସ ମୁଖପାତ୍ର । 

ସେପଟେ ବରିଷ୍ଠ କଂଗ୍ରେସ ନେତା ଟିଏସ ସିଂହ ଦେଓ ଦିଗବିଜୟ ସିଂହଙ୍କୁ ସମର୍ଥନ କରି କହିଛନ୍ତି, ଯେପର୍ଯ୍ୟନ୍ତ ମୁଁ ଆରଏସଏସ ବିଷୟରେ ଜାଣିଛି, ଦିଗବିଜୟ ସିଂହ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ ଏହାର ବିଚାରଧାରାକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରନ୍ତି। ସେ ଏଥିରେ ସହମତ ନୁହଁନ୍ତି, ତେଣୁ ଆରଏସଏସ ପରିପ୍ରେକ୍ଷୀରେ ତାଙ୍କ ବକ୍ତବ୍ୟକୁ ବ୍ୟାଖ୍ୟା କରିବାର କୌଣସି ଯଥାର୍ଥତା ନାହିଁ, ବିଚାରଧାରା ଗୋଟିଏ ଜିନିଷ, ଏବଂ କାର୍ଯ୍ୟ କରିବାର ଶୈଳୀ ଭିନ୍ନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe