ଭକ୍ତ ଦେଇଥିଲେ ଅଫର, ନୀରବ ରହିଥିଲେ ଦିଲ୍ଲୀପ, ଏବେ ସମର୍ଥନ ପାଇଁ ସଫା ସଫା ମନା କରିଦେଲେ କଂଗ୍ରେସ ମୁଖିଆ

Advertisment

ବିରୋଧୀ କ୍ୟାମ୍ପର ମିଳିତ ପ୍ରାର୍ଥୀ ଦତ୍ତେଶ୍ବର ହୋତା ଓ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ମଧ୍ୟରେ ହେବ ବଡ ଲଢେଇ। ଦିଲ୍ଲୀପଙ୍କ ପ୍ରାର୍ଥୀତ୍ବକୁ ସାହସ ଦେଇଛି ବିଜେପି। ଏହାସତ୍ତ୍ବେ ବିଜୟ ଠାରୁ ୮ଟି ଭୋଟ ପଛରେ ରହିଛନ୍ତି ଦିଲ୍ଲୀପ। ତେଣୁ ମାର୍ଚ୍ଚ ୧୬ ପୂର୍ବରୁ ବିଧାୟକଙ୍କ ସମର୍ଥନ ୩୦ରେ ପହଞ୍ଚାଇବାକୁ କମର କଷିଛନ୍ତି ଏହି ଭେଟରାନ ନେତା। ଏହି କ୍ରମରେ ପ୍ରଥମେ ବିରୋଧୀ କ୍ୟାମ୍ପକୁ ଫୋନ୍ ବୁଲାଇଛନ୍ତି ଦିଲ୍ଲୀପ।

ବିରୋଧୀ କ୍ୟାମ୍ପର ମିଳିତ ପ୍ରାର୍ଥୀ ଦତ୍ତେଶ୍ବର ହୋତା ଓ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ମଧ୍ୟରେ ହେବ ବଡ ଲଢେଇ। ଦିଲ୍ଲୀପଙ୍କ ପ୍ରାର୍ଥୀତ୍ବକୁ ସାହସ ଦେଇଛି ବିଜେପି। ଏହାସତ୍ତ୍ବେ ବିଜୟ ଠାରୁ ୮ଟି ଭୋଟ ପଛରେ ରହିଛନ୍ତି ଦିଲ୍ଲୀପ। ତେଣୁ ମାର୍ଚ୍ଚ ୧୬ ପୂର୍ବରୁ ବିଧାୟକଙ୍କ ସମର୍ଥନ ୩୦ରେ ପହଞ୍ଚାଇବାକୁ କମର କଷିଛନ୍ତି ଏହି ଭେଟରାନ ନେତା। ଏହି କ୍ରମରେ ପ୍ରଥମେ ବିରୋଧୀ କ୍ୟାମ୍ପକୁ ଫୋନ୍ ବୁଲାଇଛନ୍ତି ଦିଲ୍ଲୀପ।

7PM10

କନକ ବ୍ୟୁରୋ : ରାଜ୍ୟସଭାର ଚତୁର୍ଥ ଆସନ ହାତେଇବା ପାଇଁ ଚାଲିଛି ରଣନୀତି। ଉଭୟ ଦତ୍ତେଶ୍ବର ଓ ଦିଲ୍ଲୀପ ଦିଲ୍ଲୀ ଯିବାକୁ ପାଗ ଭିଡ଼ିଛନ୍ତି। ଏଥିପାଇଁ ନିଜ ନିଜ ସ୍ତରରେ ଆରମ୍ଭ କରିଛନ୍ତି ଉଦ୍ୟମ। ଦତ୍ତେଶ୍ବର କଂଗ୍ରେସ ବିଧାୟକଙ୍କୁ ଭେଟି ସମର୍ଥନ ଲୋଡି ଥିବା ବେଳେ ବିଜେପି ସମର୍ଥନ ପାଇଥିବା ଦିଲ୍ଲୀପ ବଳକା ୮ ବିଧାୟକଙ୍କ ସମର୍ଥନ ପାଇଁ ଆରମ୍ଭ କରିଛନ୍ତି ଗୋଟିଚାଳନା। ଏହିକ୍ରମରେ ଦିଲ୍ଲୀପଙ୍କ ନଜରରେ ରହିଛି ବିରୋଧୀ କ୍ୟାମ୍ପର ଭୋଟ। 

ବିରୋଧୀ କ୍ୟାମ୍ପର ମିଳିତ ପ୍ରାର୍ଥୀ ଦତ୍ତେଶ୍ବର ହୋତା ଓ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ମଧ୍ୟରେ ହେବ ବଡ ଲଢେଇ। ଦିଲ୍ଲୀପଙ୍କ ପ୍ରାର୍ଥୀତ୍ବକୁ ସାହସ ଦେଇଛି ବିଜେପି। ଏହାସତ୍ତ୍ବେ ବିଜୟ ଠାରୁ ୮ଟି ଭୋଟ ପଛରେ ରହିଛନ୍ତି ଦିଲ୍ଲୀପ। ତେଣୁ ମାର୍ଚ୍ଚ ୧୬ ପୂର୍ବରୁ ବିଧାୟକଙ୍କ ସମର୍ଥନ ୩୦ରେ ପହଞ୍ଚାଇବାକୁ କମର କଷିଛନ୍ତି ଏହି ଭେଟରାନ ନେତା। ଏହି କ୍ରମରେ ପ୍ରଥମେ ବିରୋଧୀ କ୍ୟାମ୍ପକୁ ଫୋନ୍ ବୁଲାଇଛନ୍ତି ଦିଲ୍ଲୀପ। ବନ୍ଧୁ ତଥା କଂଗ୍ରେସ ମୁଖିଆଙ୍କୁ ଫୋନ୍ କରି ସମର୍ଥନ ଲୋଡିଛନ୍ତି। ହେଲେ ସମର୍ଥନ ନ ଦେବାକୁ ସଫା ସଫା ମନା କରିଛନ୍ତି ଭକ୍ତ। ପୁରୁଣା ଅଫର କଥା ମନେ ପକାଇ ଦେଇ ଭକ୍ତ କହିଛନ୍ତି, ଶେଷ ମୁହୂର୍ତ୍ତରେ ସହଯୋଗ ମାଗିଲେ କିଛି କରିପାରିବିନି। ବିଚାରଗତ ଲଢେଇରେ ସମ୍ପର୍କର ସ୍ଥାନ ନାହିଁ।

ଅଧିକ ପଢ଼ନ୍ତୁ :  ମୋଦୀଙ୍କୁ ଭେଟିଲେ ଦିଲ୍ଲୀପ ରାୟ; ରଖିଲେ ୩ ବଡ ଦାବି

 ହୋଲି ଅବସରରେ ରାଜନୈତିକ ବନ୍ଧୁ ବିଜୟ ମହାପାତ୍ରଙ୍କ ଘରେ ପହଞ୍ଚିଥିଲେ ଦିଲ୍ଲୀପ। ଏକାସଙ୍ଗରେ ବିଜୟ ଓ ପୁଅ ଅରବିନ୍ଦଙ୍କ ସହ ହୋଲି ଖେଳିଛନ୍ତି ଦିଲ୍ଲୀପ। ଏହି ଭେଟଘାଟକୁ ରାଜନୀତିର ରଙ୍ଗ ନ ଦେବାକୁ ଅରବିନ୍ଦ କହିଛନ୍ତି। ହେଲେ ବିଜେଡିରୁ ନିଲମ୍ବନ ହୋଇଥିବାରୁ ଅରବିନ୍ଦଙ୍କ ଭୋଟ ବାପାଙ୍କ ବନ୍ଧୁଙ୍କ ଆଡକୁ ଢଳିପାରେ। ଅନ୍ୟପଟେ ବିରୋଧୀ କ୍ୟାମ୍ପରେ ବଳକା ଭୋଟ ୩୩ ରହିଛି। ଦତ୍ତେଶ୍ବରଙ୍କ ବିଜୟ ପାଇଁ ଏହା ଯଥେଷ୍ଟ। ହେଲେ, କ୍ରସ ଭୋଟିଂ ସମ୍ଭାବନା ଭିତରେ, ୩୩ ବିଧାୟକଙ୍କୁ ଏକାଠି ରଖିବା ବିଜେଡି ଓ କଂଗ୍ରେସ ପାଇଁ ସହଜ ହୋଇନପାରେ। କାରଣ ୨୦୦୨ର ଫର୍ମୁଲାରେ ଷ୍ଟ୍ରାଟେଜି କରାଯାଉଥିବା ଇଙ୍ଗିତ ଦେଇଛନ୍ତି ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ।  ଓଡ଼ିଶା ରାଜନୀତିରେ କ୍ରସ ଭୋଟିଂ ନୂଆ ନୁହେଁ। ୨୪ ବର୍ଷ ପୂର୍ବେ ମଧ୍ୟ କ୍ରସ ଭୋଟିଂ ବଳରେ ବାଜି ମାରିଥିଲେ ଦିଲ୍ଲୀପ। ତେଣୁ ଏଥର ଫଳାଫଳ କଣ ହେବ ତାକୁ ଅପେକ୍ଷା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe