କନକ ବ୍ୟୁରୋ : ଚାଲିଛି ଧାନର ଅମଳ ଋତୁ । ଅନେକ ସ୍ୱପ୍ନ ପୂରଣ ହେବ । ଏହି ଆଶା ନେଇ ଧାନ ଚାଷ କରିଥିଲେ ଚାଷୀ । କିନ୍ତୁ ମଣ୍ଡି ଅବ୍ୟବସ୍ଥା ଚାଷୀ ଚିନ୍ତାର କାରଣ ପାଲଟିଛି । ରାୟଗଡ଼ାର ଅନେକ ବ୍ଲକରେ ମଣ୍ଡି ଖୋଲିନି, ଯେଉଁଠି ଖୋଲିଛି ସେଠି ଚାଷୀକୁ ଟୋକନ ମିଳିନଥିବା ଅଭିଯୋଗ ଆସିଛି । ଅନ୍ୟପଟେ ନବରଙ୍ଗପୁରରେ ମଣ୍ଡି ଖୋଲିବାର ପ୍ରଥମ ଦିନରୁ ଦେଖାଦେଇଛି ଅବ୍ୟବସ୍ଥା।
ଅଧିକ ପଢ଼ନ୍ତୁ : ମଣ୍ଡି ଖୋଲିବା ପରେ ବି ଦୂର ହେଉନି ସମସ୍ୟା, ଟୋକନ ଓ କଟନୀଛଟନୀକୁ ନେଇ ପେଷି ହେଉଛନ୍ତି ଚାଷୀ
ଗଣଶିକ୍ଷା ମନ୍ତ୍ରୀ, ବିଧାୟକ ଜିଲ୍ଲାପାଳଙ୍କ ଦ୍ବାରା ନବରଙ୍ଗପୁରରେ ବହୁ ଆଡ଼ମ୍ବରରେ ହେଲା ମଣ୍ଡି ଉଦଘାଟନ । ହେଲେ ପ୍ରଥମ ଦିନରେ ମଣ୍ଡିକୁ ଆସିପାରିନି ଗୋଟିଏ ମୁଠା ଧାନ । ଜିଲ୍ଲାରେ ୫୮ ଟି ଧାନ ମଣ୍ଡି ଖୋଲାଯାଇଛି । ୫୦ ହଜାର ୯୧୯ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ୧୪ ଲକ୍ଷ ୮୮ ହଜାର କ୍ବିଣ୍ଟାଲ ଧାନ କିଣିବାକୁ ସରକାରଙ୍କ ଦ୍ବାରା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । କିନ୍ତୁ ମିଲର୍ସଙ୍କ ସହ ଧାନ କିଣିବା ପାଇଁ ଅନୁବନ୍ଧିତ ହୋଇନଥିବାରୁ ଧାନ କିଣା ଯାଇପାରିନଥିବା ଚାଷୀ ଅଭିଯୋଗ କରିଛନ୍ତି । ଅନେକ ଚାଷୀଙ୍କ ଟୋକନ୍ ମଧ୍ୟ ଆସିନଥିବା ଅଭିଯୋଗ ଆସିଛି ।
ଅଧିକ ପଢ଼ନ୍ତୁ : ଖୋଲିଲା ମଣ୍ଡି ସରିନି ଟେନସନ୍, ଟୋକନ ମିଳିନଥିବାରୁ କେମିତି ବିକିବେ ଧାନ ଚିନ୍ତାରେ ଚାଷୀ
ଅନେକ ଆଶା ଆକଂକ୍ଷା ନେଇ ଚାଷ କରିଥିଲା ଚାଷୀ । ଫସଲ ବିକି ଦୁଇ ପଇସା ରୋଜଗାର କରିବ । ହେଲେ ରାୟଗଡ଼ାର ଗୁଣପୁର ଓ ପଦ୍ମପୁରରେ ଏଯାଏଁ ମଣ୍ଡି ଖୋଲିନି । ଡିସେମ୍ବର ୨୪ରେ ଧାନ ମଣ୍ଡିର ଶୁଭାରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ରାମାନାଗୁଡ଼ା ବ୍ଲକରେ ମଣ୍ଡି ଖୋଲାଯାଇଛି, ହେଲେ ଚାଷୀଙ୍କୁ ଟୋକନ ମିଳିନଥିବା ଅଭିଯୋଗ ଆସିଛି ।
ଅଧିକ ପଢ଼ନ୍ତୁ : ଧାନମଣ୍ଡି ଜଗିବେ ମନ୍ତ୍ରୀ: ଦୁର୍ନୀତି ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା କାର୍ଯ୍ୟନୁଷ୍ଠାନ
ପ୍ରଶାସନିକ ଅବ୍ୟବସ୍ଥାର ସୁଯୋଗ ନେଇ ଦଲାଲ ସକ୍ରିୟ ହେଲେଣି । ଚାଷୀ ବି ଅନ୍ୟ କିଛି ଉପାୟ ନପାଇ କମ ଦରରେ ଦଲାଲଙ୍କ ହାତକୁ ଟେକିଦେଉଛି ନିଜ ବର୍ଷକର ପରିଶ୍ରମ । ତୁରନ୍ତ ପ୍ରଶାସନ ଚାଷୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଜରୁରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/18/nabarangpur-2025-12-18-18-07-18.jpg)