ଜିରୋନାଇଟ ସେଲିବ୍ରେସନକୁ ନେଇସୁରକ୍ଷା ବ୍ୟବସ୍ଥା କଡାକଡ଼ି, ସୁରକ୍ଷାରେ ୧୫ପ୍ଲାଟୁନ ପୁଲିସ ଫୋର୍ସ

Advertisment

ମହିଳାମାନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛି କମିସନରେଟ ପୁଲିସ । ନିର୍ଦ୍ଧାରିତ ସମୟ ସୀମା ଭିତରେ କାର୍ଯ୍ୟକ୍ରମ ସାରିବାକୁ ମଧ୍ୟ ନିର୍ଦ୍ଦେଶ

ମହିଳାମାନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛି କମିସନରେଟ ପୁଲିସ । ନିର୍ଦ୍ଧାରିତ ସମୟ ସୀମା ଭିତରେ କାର୍ଯ୍ୟକ୍ରମ ସାରିବାକୁ ମଧ୍ୟ ନିର୍ଦ୍ଦେଶ

Suresh debadatta singh

Suresh debadatta singh Photograph: (KanakNews)

କନକ ବ୍ୟୁରୋ;  ଆସୁଛି ନୂଆବର୍ଷ । ଜିରୋ ନାଇଟ ସେଲିବ୍ରେସନକୁ ନେଇ କମିସନରେଟ ପୁଲିସର ସୁରକ୍ଷା ବ୍ୟବସ୍ଥା କଡାକଡ଼ି । ଭୁବନେଶ୍ୱରରେ ସୁରକ୍ଷାରେ ନିୟୋଜିତ ହେବେ ୧୫ ପ୍ଲାଟୁନ ପୁଲିସ ଫୋର୍ସ । କେମିତି ଜନସାଧାରଣ ସୁରକ୍ଷିତ ରହି ଜିରୋ ନାଇଟ ସେଲିବ୍ରେସନ କରିବେ ତା ଉପରେ ଗୁରୁତ୍ୱ ଦିଆଯାଇଛି । ଏନେଇ ନିର୍ଦେଶାବଳି କମିସନରେଟ ପୋଲିସ ପକ୍ଷରୁ ଜାରି କରାଯାଇଛି ।

  ଅଧିକ ପଢନ୍ତୁ; ବିନା ଅନୁମତିରେ ଜିରୋ ନାଇଟ୍‌ ସେଲିବ୍ରେସନ ମନା । କଟକଣା ଲଗାଇଲା ଅବକାରୀ ବିଭାଗ ।

ମହିଳାମାନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି, ନିର୍ଦ୍ଧାରିତ ସମୟ ସୀମା ଭିତରେ କାର୍ଯ୍ୟକ୍ରମ ସାରିବାକୁ ମଧ୍ୟ ନିର୍ଦେଶ ରହିଛି । ସବୁ ବାର, ରେଷ୍ଟୁରାଣ୍ଟ ମାଲିକମାନଙ୍କୁ ମଧ୍ୟ ନିର୍ଦେଶ ଦିଆଯାଇଛି ସେମାନେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବେ । ଅନ୍ୟପଟେ ନୂଆବର୍ଷ ରାତିରେ ମଦ୍ୟପ ଗାଡିଚାଳକମାନଙ୍କ ଉପରେ ନଜର ରହିବ କମିସନରେଟ ପୁଲିସ । ସମସ୍ତ ଥାନା ଅଧିକାରୀମାନେ ନିଜି ନିଜ ଥାନା ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବାକୁ ପୁଲିସ କମିସନର ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ଯାଞ୍ଚ ପ୍ରକ୍ରିୟା ସରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe