ଭୁବନେଶ୍ୱରରେ କମିଶନରେଟ ପୁଲିସ୍ ର ଫ୍ଲାଗମାର୍ଚ୍ଚ , ମଦ ପିଇ ଗାଡ଼ି ଚଳାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ

Advertisment

ହୋଲି ପୂର୍ବରୁ କମିଶନରେଟ ପୁଲିସର ଫ୍ଲାଗମାର୍ଚ୍ଚ । ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ଫ୍ଲାଗମାର୍ଚ୍ଚ କରିଛି ପୁଲିସ । ଫ୍ଲାଗମାର୍ଚ୍ଚରେ ପୁଲିସ କମିଶନର, ଅତିରିକ୍ତ କମିଶନର, ଭୁବନେଶ୍ୱର ଡିସିପି ସାମିଲ ହୋଇଥିଲେ । ହାତରେ ମିଠା ଧରି ହୋଲି ପାଇଁ କଡା ଚେତାବନୀ ଦେଇଛି କମିଶନରେଟ ପୁଲିସ । ହୋଲି ସେଲିବ୍ରେଶନ ସମୟରେ ବିଶୃଙ୍ଖଳା ବା ଅପରାଧ କଲେ ଥାନାରେ କାଟିବେ ହୋଲି । ଏଭଳି ଚେତାବନୀ ଦେଇଛନ୍ତି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ ।

ହୋଲି ପୂର୍ବରୁ କମିଶନରେଟ ପୁଲିସର ଫ୍ଲାଗମାର୍ଚ୍ଚ । ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ଫ୍ଲାଗମାର୍ଚ୍ଚ କରିଛି ପୁଲିସ । ଫ୍ଲାଗମାର୍ଚ୍ଚରେ ପୁଲିସ କମିଶନର, ଅତିରିକ୍ତ କମିଶନର, ଭୁବନେଶ୍ୱର ଡିସିପି ସାମିଲ ହୋଇଥିଲେ । ହାତରେ ମିଠା ଧରି ହୋଲି ପାଇଁ କଡା ଚେତାବନୀ ଦେଇଛି କମିଶନରେଟ ପୁଲିସ । ହୋଲି ସେଲିବ୍ରେଶନ ସମୟରେ ବିଶୃଙ୍ଖଳା ବା ଅପରାଧ କଲେ ଥାନାରେ କାଟିବେ ହୋଲି । ଏଭଳି ଚେତାବନୀ ଦେଇଛନ୍ତି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ ।

police

Photograph: (kanaknews)

କନକ ବ୍ୟୁରୋ : ହୋଲି ପୂର୍ବରୁ କମିଶନରେଟ ପୁଲିସର ଫ୍ଲାଗମାର୍ଚ୍ଚ । ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ଫ୍ଲାଗମାର୍ଚ୍ଚ କରିଛି ପୁଲିସ । ଫ୍ଲାଗମାର୍ଚ୍ଚରେ ପୁଲିସ କମିଶନର, ଅତିରିକ୍ତ କମିଶନର, ଭୁବନେଶ୍ୱର ଡିସିପି ସାମିଲ ହୋଇଥିଲେ । ହାତରେ ମିଠା ଧରି ହୋଲି ପାଇଁ କଡା ଚେତାବନୀ ଦେଇଛି କମିଶନରେଟ ପୁଲିସ । ହୋଲି ସେଲିବ୍ରେଶନ ସମୟରେ ବିଶୃଙ୍ଖଳା ବା ଅପରାଧ କଲେ ଥାନାରେ କାଟିବେ ହୋଲି । ଏଭଳି ଚେତାବନୀ ଦେଇଛନ୍ତି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ । ହୋଲି ପୂର୍ବରୁ ଭୁବନେଶ୍ବର କେଦାର ପଲ୍ଲୀ ବସ୍ତିରେ କମିଶନରେଟ ପୁଲିସର ପେଟ୍ରୋଲିଂ କରାଯାଇଛି । ହାତରେ ମିଠା ଧରି କେଦାର ପଲ୍ଲୀ ବସ୍ତି ବାସିନ୍ଦାଙ୍କ ସହ ହୋଲି ପାଳନ କରିଛି ପୁଲିସ ।  ହୋଲି ସମୟରେ ଶାନ୍ତି ଶୃଙ୍ଖଳା ସହ କେମିତି ହୋଲି ପାଳନ କରିବେ ଲୋକଙ୍କୁ ସଚେତନ କରିଛନ୍ତି ।

ହୋଲିରେ ମଦ ପିଇ ଗାଡି ଚଳାଇଲେ  ଗାଡି ହେବ ଜବତ, ଚାଳକ ଯିବ ହାଜତ । ହୋଲି ପାଇଁ କଡ଼ା ସୁରକ୍ଷା ବଳୟରେ ରହିବ ଭୁବନେଶ୍ୱର ନାଇଟ ଚେକିଙ୍ଗ ବ୍ଲକିଂ ହେବ । ସୁରକ୍ଷା ପାର୍ଇଁ ୩୧ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହେବେ । ୧୭ ଟି ମୋବାଇଲ ପାର୍ଟି ପାଇଁତରା ମାରିବେ । ୮୫ଟି ସ୍ଥାନରେ ଡ୍ରଙ୍କ ଆଣ୍ଡ୍ ଡ୍ରାଇଭ ଚେକିଂ ହେବ । ୧୦ଟି ଗାଧୁଆ ତୁଠ ଓ ନଦୀ ପଠାରେ ବ୍ୟାପକ ଅଗ୍ନିଶମ ଟିମ ଓ ଓଡ୍ରାଫ ଟିମ ମୁତୟନ ରହିବେ । ହୋଲି ସମୟରେ ଅପରାଧ କଲେ ଜିରୋ ଟଲରେନ୍ସ ନୀତି ଆପଣେଇବ ପୁଲିସ । ହୋଲିରେ ପୁରୀ ପୁଲିସ ଆପଣାଇବ ଜିରୋ ଟଲରାନ୍ସ । ମଦ ପିଇ ଗାଡ଼ି ଚଳାଇଲେ ସାବଧାନ । ବଡଦାଣ୍ଡ ଠାରୁ ଆରମ୍ଭ କରି ସମୁଦ୍ରକୂଳ ସବୁଠି ଚେକିଂ ହେବ ଜୋରଦାର। ଧରାପଡ଼ିଲେ ନିସ୍ତାର ନାହିଁ । ପ୍ରତି ଛକରେ ହେବ ନାକା ଚେକିଂ । ଡ୍ରିଙ୍କ ଆଣ୍ଡ ଡ୍ରାଇଭ୍ ରୋକିବା ଉପରେ ରହିବ ଫୋକସ୍ ।

ଅଧିକ ପଢନ୍ତୁ : ଗାଢ଼ ରଙ୍ଗ ଲାଗିଲେ ଛଡ଼ାଇବେ କେମିତି ? ଘରୋଇ ଉପଚାର ଆପଣାଇ ଖେଳନ୍ତୁ ହୋଲି

ସମୁଦ୍ର କୂଳରେ ମୁତୟନ ହେବେ ଅତିରିକ୍ତ ଲାଇଫ ଗାର୍ଡ଼ । ଅତିରିକ୍ତ ଫୋର୍ସ ମୁତୟନ ସହ ସବୁ ଗୁରୁତ୍ୱପୂର୍ଣ୍ଣ ଛକରେ ହେବ ଚେକିଙ୍ଗ । କଣ୍ଟ୍ରୋଲ ରୁମ୍‌କୁ ଖବର ଆସିଲେ ତୁରନ୍ତ ସ୍ପଟ୍‌ରେ ପହଞ୍ଚିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସପି।ମଦୁଆ ସାବଧାନ । ବିଶୃଙ୍ଖଳା ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ । ହୋଲି ପର୍ବକୁ ଆଖି ଆଗରେ ରଖି କେନ୍ଦୁଝର ଜିଲ୍ଲା ଘସିପୁରା ପୁଲିସ ପକ୍ଷରୁ ଥାନା ଠାରୁ ଶୈଲଙ୍ଗ ଛକ ଯାଏଁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଏହି ଫ୍ଲାଗ ମାର୍ଚ୍ଚ ରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମେତ ଆନନ୍ଦପୁର ଏସ୍ଡ଼ିପିଓ, ଥାନା ଅଧିକାରୀ ତଥା ଥାନାର ସମସ୍ତ କର୍ମଚାରୀଙ୍କ ସମେତ ପୁଲିସ ଫୋର୍ସ ସାମିଲ ହୋଇଥିଲେ । ହୋଲି ଥିବାରୁ ସମସ୍ତ ପୁଲିସ କର୍ମଚାରୀ ସତର୍କ ରହିବାକୁ ଏସ୍ଡ଼ିପିଓ ପରାମର୍ଶ ଦେଇଛନ୍ତି । ଘସିପୁରାର ବିଭିନ୍ନ ଛକରେ ଆଜିଠାରୁ ନାକାବନ୍ଦି ଆରମ୍ଭ ହୋଇଥିବା ବେଳେ ପୁଲିସ ପକ୍ଷରୁ ମଦୁଆଙ୍କୁ ସାବଧାନ ରହିବାକୁ ଚେତାବନୀ ଦିଆଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe