କମେଣ୍ଟ ମରା ଏବଂ ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ : ଗଣ୍ଡଗୋଳ ପରେ ମାରଣାସ୍ତ୍ରରେ ପରସ୍ପରକୁ ଆକ୍ରମଣ

Advertisment

କମେଣ୍ଟ ମରା ଏବଂ ପୂର୍ବ ଶତ୍ରୁତାକୁ ନେଇ ତୁମୁଳକାଣ୍ଡ । ଗାଁରେ ଗୋଷ୍ଠୀ ସଂଘର୍ଷ । ପରସ୍ପରକୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣରେ ୪ ଗୁରୁତର ।  

କମେଣ୍ଟ ମରା ଏବଂ ପୂର୍ବ ଶତ୍ରୁତାକୁ ନେଇ ତୁମୁଳକାଣ୍ଡ । ଗାଁରେ ଗୋଷ୍ଠୀ ସଂଘର୍ଷ । ପରସ୍ପରକୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣରେ ୪ ଗୁରୁତର ।  

KNIEF

Photograph: (KANAKNEWS)

କନକବ୍ୟୁରୋ : କମେଣ୍ଟ ମରା ଏବଂ ପୂର୍ବ ଶତ୍ରୁତାକୁ ନେଇ ତୁମୁଳକାଣ୍ଡ । ଗାଁରେ ଗୋଷ୍ଠୀ ସଂଘର୍ଷ । ପରସ୍ପରକୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣରେ ୪ ଗୁରୁତର ।  ବାଲେଶ୍ବର ବାଲିଆପାଳ ଥାନା କୁହ୍ଲାଚଢ଼ ଗାଁରେ ଅଭାବନନୀ ଘଟଣା ।  ସୂଚନା ଅନୁସାରେ ଗାଁର ଫଜଲୁ ଖାନ୍ ଏବଂ ଶେଖ୍ ଲାଲୁଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଲାଗି ରହିଥିଲା । ଗତକାଲି ସନ୍ଧ୍ୟାରେ କୌଣସି କଥାକୁ ନେଇ ଦୁଇ ପରିବାର ମଧ୍ୟରେ ପ୍ରଥମେ କଥା କଟାକଟି ଆରମ୍ଭ ହୋଇଥିଲା ।  ପରେ ତାହା ଗଣ୍ଡଗୋଳ ଓ ମାରପିଟ୍ ର ରୂପ ନେଇଥିଲା ।  

ଅଧିକ ପଢନ୍ତୁ  ... ୧୦ଦିନ ଅଛି ମାଟ୍ରିକ ପରୀକ୍ଷା : ଖବର ବାଜିବା ପରେ ତରବରିଆ ଭାବେ ପୋଷାକ ବାଣ୍ଟିବାକୁ ଯୋଜନା

ଦୁଇ ପରିବାର ସଦସ୍ୟ ପରସ୍ପରକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ।  ଫଳରେ ୪ଜଣ ଗୁରୁରତ ଆହତ ହୋଇ ପ୍ରଥମେ ବାଲିପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।  ବାଲିଆପାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe