ଉପକୂଳ ଓଡ଼ିଶାକୁ ଘନକୁହୁଡ଼ି ଭୟ, ୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ କୁହୁଡ଼ି ନେଇ ପାଣିପାଗ ବିଭାଗର ଆକଳନ

Advertisment

ଯାଜପୁର ଓ ନୟାଗଡ଼ ଜିଲ୍ଲାରେ ସର୍ବାଧିକ । ଆସନ୍ତା ୩ ଦିନ ରାତି ତାପମାତ୍ରା ୨ରୁ ୪ ଡିଗ୍ରି ଖସିବା ସମ୍ଭାବନା ।

ଯାଜପୁର ଓ ନୟାଗଡ଼ ଜିଲ୍ଲାରେ ସର୍ବାଧିକ । ଆସନ୍ତା ୩ ଦିନ ରାତି ତାପମାତ୍ରା ୨ରୁ ୪ ଡିଗ୍ରି ଖସିବା ସମ୍ଭାବନା ।

Fog odisha

Fog odisha Photograph: (KanakNews)

କନକ ବ୍ୟୁରୋ:  ରାଜ୍ୟରେ ଏବେ ଶୀତ ଲହରି ତା ସାଙ୍ଗକୁ କଲବଲ କରୁଛି କୁହୁଡ଼ି । ଏତେ ଘନ କୁହୁଡ଼ି ହେଉଛି ଯେ, ସକାଳ ୧୦ଟା ପର୍ଯ୍ୟନ୍ତ ଏହି କୁହୁଡ଼ି ରହୁଛି। ଫଳରେ ଦୃଶ୍ୟମାନ କମ୍‌ ହେଉଥିବାରୁ ଦୁର୍ଘଟଣା ଘଟୁଛି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ଏଭଳି ଘନ କୁହୁଡ଼ି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଯାଜପୁର ଓ ନୟାଗଡ଼ ଜିଲ୍ଲାରେ ସର୍ବାଧିକ କୁହୁଡ଼ି ରହିବା ନେଇ ବିଭାଗ ଆକଳନ କରିଛି। ସେହିପରି ଆସନ୍ତା ୩ ଦିନ ରାତି ତାପମାତ୍ରା ୨ରୁ ୪ ଡିଗ୍ରି ଖସିବା ସମ୍ଭାବନା ରହିଛି ।

 ଅଧିକ ପଢନ୍ତୁ: କଲବଲ କରୁଛି ଘନ କୁହୁଡ଼ି: ଦିଲ୍ଲୀକୁ ଅରେଞ୍ଜ ଆଲର୍ଟ, ଉତ୍ତରପ୍ରଦେଶରେ ସ୍କୁଲ ବନ୍ଦ

ସେପଟେ ଦିଲ୍ଲୀରେ ସାଂଘାତିକ ସ୍ଥିତି । ଗୋଟେ ପଟେ ଭୟଙ୍କର ପ୍ରଦୂଷଣ ଅନ୍ୟପଟେ ଘନ କୁହୁଡ଼ି ପାଇଁ ଦିଲ୍ଲୀକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଦିଲ୍ଲୀରେ ବାୟୁର ଗୁଣବତ୍ତା ମାନ ସାଂଘାତିକ ସ୍ତରରେ ପହଞ୍ଚିଛି । ଅଧିକାଂଶ ସ୍ଥାନରେ ୩୦୦ ଉପରେ ରହିଛି ବାୟୁ ପ୍ରଦୂଷଣ । ଗୋଟିଏ ଦୁଇଟି ସ୍ଥାନରେ AQI ବା ଗୁଣବତ୍ତା ମାନ ୫୦୦ ପାର୍ କରିଛି । ତା ସାଙ୍ଗକୁ ଘନ କୁହୁଡ଼ି । ଯେମିତି ଧଳା ଚାଦରରେ ଆଚ୍ଛାଦିତ ହୋଇଯାଇଛି ନୂଆଦିଲ୍ଲୀ । ଆଇଏମ୍‌ଡି ଆଜି ପାଇଁ ନୂଆଦିଲ୍ଲୀକୁ ଅରେଞ୍ଜ ଆଲର୍ଟ ଜାରି କରଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe