କନକ ବ୍ୟୁରୋ: ରାଜ୍ୟ ପୁଲିସକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା। ସଠିକ୍ ଭାବେ ଦାୟିତ୍ବ ନିର୍ବାହ, ପ୍ରତିକୂଳ ପରିସ୍ଥିତିରେ କାମ କରିଥିବାରୁ ପୁଲିସକୁ ଧନ୍ୟବାଦ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସରକାର କୌଣସି ରାଜନୀତିକ ଚାପର ବଶବର୍ତ୍ତୀ ନହୋଇ କିମ୍ବା ରାଜନୈତିକ ସଂରକ୍ଷଣ ନନେଇ ଆଇନ ଅନୁଯାୟୀ ପଦକ୍ଷେପ ନେଇଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତି ସଠିକ୍ ଥିବାରୁ ଏହା ସମ୍ଭବ ହୋଇଛି । 

Advertisment

ଆହୁରି ପଢ଼ନ୍ତୁ : ଚିଲିକାରେ ବୁଲିଲା ବୁଲଡୋଜର : ବେଆଇନ ଘେରି ଉଚ୍ଛେଦ କରୁଛି ପ୍ରଶାସନ

ସେପଟେ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସରକାରଙ୍କ ପାଇଁ ଅପରାଧୀ କେବଳ ଗୋଟିଏ ପରିଚୟ। ଆଇନ୍ ଆଗରେ ସମସ୍ତେ ସମାନ। ଅପରାଧୀ ଯେତେ ପ୍ରଭାବଶାଳୀ ହେଲେ ବି ତା’ର ଠିକଣା ହେଉଛି ଜେଲ୍‌ରେ। ସାମଗ୍ରିକ ଭାବେ ଆଇନ୍ ଶୃଙ୍ଖଳା ନିୟନ୍ତ୍ରଣରେ ଥିବାରୁ ରାଜ୍ୟରେ ପୁଞ୍ଜିନିବେଶ ବଢ଼ୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ପୁଲିସର ଆଗୁଆ ପଦକ୍ଷେପ ପାଇଁ ଅନେକ ଘଟଣାକୁ ପ୍ରତିହତ କରାଯାଇପାରିଛି। ମହିଳା ହିଂସା ଘଟଣା କିପରି ନଘଟିବ ସେନେଇ ସରକାର ଯତ୍ନବାନ ଅଛନ୍ତି । କିଛି ଘଟଣା ଘଟୁଛି। କିଛି ଦୁବୃର୍ତ୍ତ ଏପରି ଘଟଣା ଘଟାଉଛନ୍ତି। ଅପରାଧୀଙ୍କୁ ରାଜନୀତିକ ସୁରକ୍ଷା ଦେବା ଆମ ସରକାର୍ ଶିଖିନାହାନ୍ତି। ମହିଳା ହିଂସା ଅପରାଧୀଙ୍କୁ କ୍ଷମା କରାଯିବ ନାହିଁ। ଅନ୍ୟପକ୍ଷରେ ପୁଲିସ କିଭଳି ସଶକ୍ତ ହେବ ସେନେଇ ସମସ୍ତ ଖାଲି ପଦବୀ ପୂରଣ କରିବାକୁ ସରକାର ଚେଷ୍ଟା କରୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।