କନକ ବ୍ୟୁରୋ : ବର୍ଷର ଶେଷ ଦିନରେ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ତାଙ୍କ ସରକାରରେ ମନ୍ତ୍ରୀମାନେ ନିଜ ନିଜର ସମ୍ପତ୍ତି ତାଲିକା ଘୋଷଣା କରିଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ତାଙ୍କ ଚଳ ଓ ଅଚଳ ସମ୍ପତ୍ତି ତାଲିକା ଦେଇଛନ୍ତି ।
ନୀତିଶ କୁମାର ଦେଇଥିବା ସମ୍ପତ୍ତି ବିବରଣୀରେ ତାଙ୍କ ନିକଟରେ ନଗତ ରହିଛି ମାତ୍ର ୨୦ ହଜାର ଟଙ୍କା, ତାଙ୍କ ନାମରେ ମୋଟ ତିନୋଟି ବ୍ୟାଙ୍କ ଆକାଉଣ୍ଟ ରହିଛି । ସେହିଭଳି ସଚିବାଳୟ ନିକଟରେ ଥିବା ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟରେ ୨୭ ହଜାର ଟଙ୍କା ଥିବା ବେଳେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆକାଉଣ୍ଟରେ ମାତ୍ର ୩ ହଜାର ଟଙ୍କା ରହିଛି । ସେହିଭଳି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଖାତାରେ ୨୭ ହଜାର ଟଙ୍କା ରହିଛି ।
ବିଜେପି ପାଇଁ ନୀତିଶ କୁମାର ଏକ ମୋହରା? ବିହାରରେ ଦେଖିବାକୁ ମିଳିବ କି ମଧ୍ୟପ୍ରଦେଶ ଷ୍ଟ୍ରାଟେଜି?
ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏକ ଇକୋ ଫୋର୍ଡ ଇକୋସ୍ପୋଟ କାର ରହିଛି । ଏହି ଗାଡ଼ି ୨୦୧୫ ମସିହାର । ଏହାର ଦାମ ରହିଛି ୧୧ ଲକ୍ଷ ୩୨ ହଜାର ଟଙ୍କା । ଏହାସହ ତାଙ୍କ ପାଖରେ ୨ ଲକ୍ଷ ଟଙ୍କାର ଗହଣା ରହିଛି । ଏସବୁକୁ ମିଶାଇ ତାଙ୍କ ପାଖରେ ମୋଟ ୧୭ ଲକ୍ଷ ୬୬ ହଜାର ଟଙ୍କାର ସମ୍ପତ୍ତି ରହିଛି ।
ସେହିଭଳି ଅଚଳ ସମ୍ପତ୍ତି କଥା କହିବାକୁଗଲେ ତାଙ୍କ ନାମରେ କୌଣସି ଚାଷ ଜମି ନାହିଁ । ତାଙ୍କ ପାଖରେ ଦିଲ୍ଲୀ ଦ୍ୱାରକା ସ୍ଥିତ ବିହାର କୋ-ଅପରେଟିଭ ଗ୍ରୁପ ହାଉସିଂ ସୋସାଇଟରେ ଏକ ଫ୍ଲାଟ୍ ରହିଛି । ଏହାର ଦାମ ୧୩ ଲକ୍ଷ ୭୮ ହଜାର ଟଙ୍କା ରହିଛି । ବର୍ତ୍ତମାନ ଏହି ଫ୍ଲାଟର ବଜାର ମୂଲ୍ୟ ୧ କୋଟି ୪୮ ଲକ୍ଷ ଟଙ୍କା । ସବୁଠାରୁ ବଡ଼ କଥା ହେଉଛି ନୀତିଶ କୁମାରଙ୍କ ନାମରେ କୌଣସି ଋଣ କି ସରକାରୀ ବକେୟା ନାହିଁ । ତାଙ୍କ ଉପରେ କୌଣସି ପ୍ରକାର ଆୟକର, ସମ୍ପତ୍ତି କର, ବିଜୁଳି, ପାଣି କିମ୍ବା ଅନ୍ୟ ସରକାରୀ ବକେୟା ନାହିଁ ।
Follow Us