ମକର ପୂର୍ବରୁ କେନ୍ଦୁଝରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି; ୧୭ଶହ ୮କୋଟି ଟଙ୍କା ପ୍ରକଳ୍ପର କଲେ ଶିଳାନ୍ୟାସ

Advertisment

ମକର ପର୍ବ ଅବସରରେ ଜିଲ୍ଲାବାସୀଙ୍କୁ ଦେଇଛନ୍ତି ବଡ଼ ଭେଟି । ୧୭ଶହ ୮ କୋଟି ଟଙ୍କାର ୩୫ଟି ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ୧୯୩ କୋଟି ୫୬ଲକ୍ଷ ଟଙ୍କାର ୩୬ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ।

ମକର ପର୍ବ ଅବସରରେ ଜିଲ୍ଲାବାସୀଙ୍କୁ ଦେଇଛନ୍ତି ବଡ଼ ଭେଟି । ୧୭ଶହ ୮ କୋଟି ଟଙ୍କାର ୩୫ଟି ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ୧୯୩ କୋଟି ୫୬ଲକ୍ଷ ଟଙ୍କାର ୩୬ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ।

CM Mohan Majhi

CM Mohan Majhi Photograph: (Kanak News)

କନକ ବ୍ୟୁରୋ : କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଧରଣୀଧର ବିଶ୍ୱ ବିଦ୍ୟାଳୟ ପଡ଼ିଆରେ ଏକ ବିଶାଳ ଜନସଭାରେ ସାମିଲ ହୋଇଛନ୍ତି । ମକର ପର୍ବ ଅବସରରେ ଜିଲ୍ଲାବାସୀଙ୍କୁ ଦେଇଛନ୍ତି ବଡ଼ ଭେଟି । ୧୭ଶହ ୮ କୋଟି ଟଙ୍କାର ୩୫ଟି ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ୧୯୩ କୋଟି ୫୬ଲକ୍ଷ ଟଙ୍କାର ୩୬ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହାସହ ଏକାଧିକ ମହିଳା, ଏସ୍‌ଏଚ୍‌ଜି ଗ୍ରୁପ୍‌ଙ୍କୁ ଲକ୍ଷ ପତି ଦିଦି ହେବାକୁ ଲକ୍ଷାଧିକ ଟଙ୍କାର ପ୍ରତ୍ସୋହନ ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୁନାର କେନ୍ଦୁଝର କରିବା ପାଇଁ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଜିଲ୍ଲାର ଖଣି ଖାଦାନରୁ କୋଟି କୋଟି ଟଙ୍କା ଯାଇଛି ସେହି ଅନୁପାତରେ ମିଳିନାହିଁ । ଡିଏମ୍‌ଏଫ୍‌, କାମ୍ପା ଫଣ୍ଡ ଆଦିରୁ ଯେତିକି ଦେଇଛୁ ସେତିକି ପାଇନାହୁଁ ।

ସେପଟେ ‘ଆମେ ପଢ଼ିବା ଆମ ଭାଷା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୨୧ଟି ଜନ ଜାତୀୟ ମାତୃଭାଷାରେ ପାଠ ପଢିବେ ଅଙ୍ଗନବାଡ଼ି ପିଲା । ଏହାସହ ବାଲ୍ୟ ବିବାହ ନିବାରଣ ପାଇଁ ରାଜ୍ୟବ୍ୟାପୀ ୧୦୦ ଦିନିଆ ଅଭିଯାନର ଆଜି ଶୁଭାରମ୍ଭ କରିଛନ୍ତି ପ୍ରଭାତୀ ପରିଡ଼ା । ସେହିପରି କିଶୋରୀ ମାନଙ୍କ ଗର୍ଭଧାରଣ ରୋକିବା ପାଇଁ ସଚେତନତା ନିଆଯାଇଛି ।

ଅଧିକ ପଢ଼ନ୍ତୁ : ଦୁର୍ଘଟଣା ବଢ଼ୁଛି, ମୁଣ୍ଡ ଗଡ଼ୁଛି; ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ ୪-ଇ ଫର୍ମୁଲା

ବରଗଡ଼ ଜିଲ୍ଲାର ବରପାଲିଠାରେ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ଏବଂ ବୌଦ୍ଧ, କନ୍ଧମାଳରେ ଷ୍ଟାଫ୍ କ୍ୱାର୍ଟର ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଜାତୀୟ ଶିକ୍ଷା ନୀତି ଆଧାରରେ ଅଙ୍ଗନବାଡି କେନ୍ଦ୍ରରେ ନିଜସ୍ୱ ଭାଷାରେ ପଢ଼ାଇବା ଆରମ୍ଭ ହୋଇଛି । ବାଲ୍ୟ ବିବାହ ନିଷେଧ ଓଡ଼ିଶା ଗଢ଼ିବା ପାଇଁ ୧୦୦ ଦିନିଆ କ୍ୟାମ୍ପେନ ଲଞ୍ଚ ହେବ । ମୟୂରଭଞ୍ଜ ଓ ମାଲକାନଗିରି ଏହି ଦୁଇ ଜିଲ୍ଲାକୁ ପାଇଲଟ ପ୍ରୋଜେକ୍ଟ ଭାବେ ନିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe