cm mohan Photograph: (kanak news)
କନକ ବ୍ୟୁରୋ: ନବନିଯୁକ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ। ରାଜ୍ୟରେ ସରକାରୀ ଅଧିକାରୀମାନେ କରୁଥିବା ଦୁର୍ନୀତିକୁ ନେଇ ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଭିଜିଲାନ୍ସ ଚଢାଉରେ ଧରାପଡିଥିବା ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଉଦାହରଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ଆଡିସିନାଲ ତହସିଲଦାର ୭୫ ଲକ୍ଷ ଟଙ୍କା ଖଟରେ ସାଇତିକି ରଖିଥିଲେ । ସରକାରୀ ଅଧିକାରୀ ମାନଙ୍କଠାରୁ ପୁଳା ପୁଳା ପ୍ଲଟ, ଟଙ୍କା ଓ ସୁନା ବାହାରୁଛି। ରାଜ୍ୟରେ ଦୁର୍ନୀତି ନିବାରଣ ସଂସ୍ଥା ଜୋରସୋରରେ କାମ କରୁଛି। ଯେଉଁମାନେ ଆଜି ନୂଆ ନିଯୁକ୍ତି ପାଉଛନ୍ତି ସେମାନେ ଦୁର୍ନୀତି କରି ଟିଭି ଆଉ ଖବରରେ ନ ଆସନ୍ତୁ। ଦୁର୍ନୀତି ବିରୋଧରେ ସରକାରଙ୍କର ଶୂନ୍ୟ ସହନଶୀଳତା ନୀତି ରହିଛି। ଏଭଳି କହି ନୂଆ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ସୂଚନାଯୋଗ୍ୟ ଯେ, ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବାବୁ, ଆୟବହିର୍ଭୁତ ସମ୍ପତି ଠୁଳ ମାମଲାରେ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ଚଢ଼ାଉ ବେଳେ ୬ଲକ୍ଷ ୨୦ହଜାର ଟଙ୍କା ନଗଦ ଏବଂ ଶହେ ଗ୍ରାମରୁ ଅଧିକ ସୁନା ଜବତ କରାଯାଇଛି। ବଡ଼ କଥା ହେଉଛି ତାଙ୍କ ଶ୍ବଶୁର ଘରୁ ନଗଦ ୭୫ଲକ୍ଷ ଟଙ୍କା ଜବତ କରାଯାଇଛି। ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସର ବିଭିନ୍ନ ଟିମ୍ ପକ୍ଷରୁ ଚାଲିଛି ଚଢ଼ାଉ। ବିଭିନ୍ନ ସ୍ଥାନରେ ଠାବ ହୋଇଛି ବାବୁଙ୍କର ବହୁତଳ ଅଟ୍ଟାଳିକା। ୬ଲକ୍ଷ ୨୦ହଜାର ଟଙ୍କା ନଗଦ ଏବଂ ଶହେ ଗ୍ରାମରୁ ଅଧିକ ସୁନା ଜବତ କରାଯାଇଛି।
ଆହୁରି ପଢ଼ନ୍ତୁ ; ‘୩ରୁ ହୋଇଛି ୭୭’....ଏଥର ବହୁମତ ପାର୍ କରିବ ତ? ଶାହଙ୍କ ଭବିଷ୍ୟବାଣୀ ପରେ ବଢ଼ିଲା ଚର୍ଚ୍ଚା
ଏହାସହ ଭୁବନେଶ୍ବର ବଡ଼ଗଡ଼ରେ ୩ମହଲା କୋଠା, ବ୍ରିଟ କଲୋନୀରେ ୪ହଜାର ବର୍ଗଫୁଟରେ ତିନି ମହଲା କୋଠା, ଉତ୍ତରାରେ ଟୁ-ବିଏଚକେ, ଖୋର୍ଦ୍ଧାରେ ବିଲଣ୍ଡିଂ ରହିଛି। ବ୍ୟାଙ୍କ ଖାତା ଓ ପୋଷ୍ଟାଲ ଡିପୋଜିଟ ରହିଛି। ଗୋଟିଏ କାର ଓ ୪ଟି ବାଇକ ରହିଛି। ଏସବୁ ସ୍ଥାନ ସମେତ ବାରଙ୍ଗସ୍ଥିତ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରୁଛି ଭିଜିଲାନ୍ସ। ବାରଙ୍ଗ ତହସିଲଦାରଙ୍କ ଉପସ୍ଥିତିରେ ଅତିରିକ୍ତ ତହସିଲଦାରଙ୍କ ଜିତେନ୍ଦ୍ର ପଣ୍ଡାଙ୍କ କାର୍ୟ୍ୟାଳୟରେ ଯାଞ୍ଚ କରିଛନ୍ତି ଭିନିଲାନ୍ସ ଅଧିକାରୀ। ଜିତେନ୍ଦ୍ର ପଣ୍ଡାଙ୍କ କାର୍ଯ୍ୟାଳୟରେ ଥିବା କମ୍ପ୍ୟୁଟର ଓ ହାର୍ଡଡିସ୍କ ତନତନ ଯାଞ୍ଚ ପରେ ସମସ୍ତ କାଗଜ ପତ୍ର ତାଲିକାଭୂକ୍ତ କରି କପି ସଂଗ୍ରହ କରି ନେଇଛନ୍ତି ଭିଜିଲାନ୍ସ ଅଧିକାରୀ।
Follow Us