କନକ ବ୍ୟୁରୋ: ଧାନ ମଣ୍ଡିକୁ ବ୍ୟବସ୍ଥିତ କରିବାକୁ, ଅଧିକାରୀମାନଙ୍କୁ ରାଜ୍ୟ ସରକାର ବାରମ୍ବାର ତାଗିଦ କରୁଛନ୍ତି। ମଣ୍ଡିରେ ବେଆଇନ କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ମନ୍ତ୍ରୀମାନେ ଚେତାବନୀ ଦେଉଛନ୍ତି। ହେଲେ, ମଣ୍ଡିରେ ଏବେ ବି ଦଲାଲମାନେ ସକ୍ରିୟ ରହୁଛନ୍ତି। ଏପେଟ ଆଜି ବି ଯୋଗାଣ ମନ୍ତ୍ରୀ କହିଛନ୍ତି, ଯେଉଁଠି ଅଭିଯୋଗ ଆସିବ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
- ଧାନ ମଣ୍ଡିରେ ଦଲାଲ ରାଜ
- ବ୍ୟବସାୟୀଙ୍କ ଇସାରାରେ ଚାଲିଛି ମଣ୍ଡି!
ମାଲକାନଗିରି ପୋଟେରୁ ମଣ୍ଡିରେ ଡିସେମ୍ୱର ମାସରେ ଟୋକନ ପାଇଥିବା ଚାଷୀ ମଣ୍ଡିରେ ଧାନ ରଖି ଜଗିଛନ୍ତି । କିନ୍ତୁ ଦଲାଲମାନେ ମଣ୍ଡି ପରିଚାଳକଙ୍କୁ ହାତ ଗୁଞ୍ଜା ଦେଇ ସୁପାରିଶ କଲେ, ସେହି ଟୋକନ ଧାନକୁ ତୁରନ୍ତ ଉଠାଇ ନିଆଯାଉଥିବା ଅଭିଯୋଗ ହୋଇଛି। କେବଳ ପୋଟୋରୁ ମଣ୍ଡି ନୁହେଁ ଜିଲ୍ଲାର ପ୍ରାୟ ମଣ୍ଡିରେ କିଛି ନା କିଛି ସମସ୍ୟା ଲାଗି ରହିଛି । ବିଶେଷ କରି SHG ପରିଚାଳିତ ମଣ୍ଡିରେ ମହିଳାଙ୍କ ସମ୍ପର୍କୀୟ ତଥା ଦଲାଲମାନଙ୍କ ପ୍ରାଦୁର୍ଭାବ ଅଧିକ ଦେଖିବାକୁ ମିଳିଛି । ଜିଲ୍ଲା ଯୋଗାଣ ଅଧିକାରୀ କିନ୍ତୁ ସବୁ ଠିକ ଚାଲିଥିବା କହୁଛନ୍ତି ।
- ଅଧିକାରୀଙ୍କୁ ତାଗିଦ୍ କଲେ ମନ୍ତ୍ରୀ
- ସରକାରଙ୍କୁ ଘେରିଲା ବିଜେଡି
ମଣ୍ଡିରୁ ସୁବ୍ୟବସ୍ଥିତ ଢଙ୍ଗରେ ଧାନ ଉଠାଇବାକୁ ପୁଣି ଯୋଗାଣ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି ମନ୍ତ୍ରୀ । କହିଛନ୍ତି, ଯେଉଁଠୁ ଅଭିଯୋଗ ଆସିବ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ ମଣ୍ଡି ସମସ୍ୟାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ଅବ୍ୟବସ୍ଥାକୁ ନେଇ ଚାଷୀ ରାସ୍ତାକୁ ଓହ୍ଲାଇଲେଣି । ସରକାର ସବସିଡି କାଟିବାକୁ ଯୋଜନା କରୁଥିବା ଅଭିଯୋଗ ଆଣିଛନ୍ତି ବିଜେଡି ବିଧାୟକ ରାଜା ସ୍ୱାଇଁ ।
ଏଥର କଟନିଛଟନି ବନ୍ଦ, ଦଲାଲ ମୁକ୍ତ ମଣ୍ଡି ଚାଲିଥିବା ରାଜ୍ୟ ସରକାର କହୁଛନ୍ତି । ମନ୍ତ୍ରୀ ଯୋଗାଣ ଅଧିକାରୀଙ୍କୁ ତାଗିଦ୍ କରୁଛନ୍ତି, କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଉଛନ୍ତି । କିନ୍ତୁ ବିଭିନ୍ନ ମଣ୍ଡିରେ ଚାଷୀ ହଇରାଣ ହେଉଥିବା ଅଭିଯୋଗ ଆସୁଛି ।