କଟକ ପାଇଁ ବଡ଼ ଘୋଷଣା; ନୂଆ ରୂପ ପାଇବ କଟକ ଶିଶୁଭବନ

Advertisment

ନେତାଜୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ବାସୀଙ୍କ ପାଇଁ ଏ ବଡ଼ ଘୋଷଣା କରିଛନ୍ତି । ଆଉ କିଛି ମାସ ଭିତରେ କଟକ ଚଣ୍ଡୀ ମନ୍ଦିରର କାମ ଶେଷ ହେବ ।

ନେତାଜୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ବାସୀଙ୍କ ପାଇଁ ଏ ବଡ଼ ଘୋଷଣା କରିଛନ୍ତି । ଆଉ କିଛି ମାସ ଭିତରେ କଟକ ଚଣ୍ଡୀ ମନ୍ଦିରର କାମ ଶେଷ ହେବ ।

CM Mohan Majhi Pic

କନକ ବ୍ୟୁରୋ : ୨୨୦ କୋଟି ଟଙ୍କାରେ କାର୍ଯ୍ୟକାରୀ ହେବ ମହାନଦୀ ରିଭରଫ୍ରଣ୍ଟ ଯୋଜନା । ଖୁବ୍‌ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ । ନେତାଜୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ବାସୀଙ୍କ ପାଇଁ ଏ ବଡ଼ ଘୋଷଣା କରିଛନ୍ତି । ଆଉ କିଛି ମାସ ଭିତରେ କଟକ ଚଣ୍ଡୀ ମନ୍ଦିରର କାମ ଶେଷ ହେବ । ନୂଆ ରୂପ ପାଇବ କଟକ ଶିଶୁ ଭବନ । ମୁଖ୍ୟମନ୍ତ୍ରୀ ଏ ନେଇ ଘୋଷଣା କରିବା ସହ ଓଡ଼ିଶା ଏବେ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ୁଥିବା କହିଛନ୍ତି ।

ଅଧିକ ପଢ଼ନ୍ତୁ : ନେତାଜୀଙ୍କ ୧୨୯ ତମ ଜନ୍ମ ଜୟନ୍ତୀ; କଟକରେ ବଡ଼ କାର୍ଯ୍ୟକ୍ରମ, ଆସୁଛନ୍ତି ଉପରାଷ୍ଟ୍ରପତି

ଆଜି ମହାନ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜୟନ୍ତୀ । କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରାହଳୟରେ ପାଳିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ପରାକ୍ରମ ଦିବସ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଆସି ପରିଦର୍ଶନ କରିବା ସହ ସାଂସ୍କୃତିକ ଭବନର ଉଦଘାଟନ କରିଛନ୍ତି । ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଉପରାଷ୍ଟ୍ରପତି ନେତାଜୀ ମ୍ୟୁଜିୟମରେ ରହିଥିଲେ । ତାଙ୍କ ସହ ଥିଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କଟକ ସାଂସଦ ଭର୍ତ୍ତୃହରି ମହତାବ, ମେୟର ଓ ସ୍ଥାନୀୟ ବିଧାୟକ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe