କନକ ବ୍ୟୁରୋ : ୨୨୦ କୋଟି ଟଙ୍କାରେ କାର୍ଯ୍ୟକାରୀ ହେବ ମହାନଦୀ ରିଭରଫ୍ରଣ୍ଟ ଯୋଜନା । ଖୁବ୍ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ । ନେତାଜୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ବାସୀଙ୍କ ପାଇଁ ଏ ବଡ଼ ଘୋଷଣା କରିଛନ୍ତି । ଆଉ କିଛି ମାସ ଭିତରେ କଟକ ଚଣ୍ଡୀ ମନ୍ଦିରର କାମ ଶେଷ ହେବ । ନୂଆ ରୂପ ପାଇବ କଟକ ଶିଶୁ ଭବନ । ମୁଖ୍ୟମନ୍ତ୍ରୀ ଏ ନେଇ ଘୋଷଣା କରିବା ସହ ଓଡ଼ିଶା ଏବେ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ୁଥିବା କହିଛନ୍ତି ।
ଅଧିକ ପଢ଼ନ୍ତୁ : ନେତାଜୀଙ୍କ ୧୨୯ ତମ ଜନ୍ମ ଜୟନ୍ତୀ; କଟକରେ ବଡ଼ କାର୍ଯ୍ୟକ୍ରମ, ଆସୁଛନ୍ତି ଉପରାଷ୍ଟ୍ରପତି
ଆଜି ମହାନ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜୟନ୍ତୀ । କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରାହଳୟରେ ପାଳିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ପରାକ୍ରମ ଦିବସ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଆସି ପରିଦର୍ଶନ କରିବା ସହ ସାଂସ୍କୃତିକ ଭବନର ଉଦଘାଟନ କରିଛନ୍ତି । ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଉପରାଷ୍ଟ୍ରପତି ନେତାଜୀ ମ୍ୟୁଜିୟମରେ ରହିଥିଲେ । ତାଙ୍କ ସହ ଥିଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କଟକ ସାଂସଦ ଭର୍ତ୍ତୃହରି ମହତାବ, ମେୟର ଓ ସ୍ଥାନୀୟ ବିଧାୟକ ଉପସ୍ଥିତ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)