Photograph: (KANAKNEWS)
କନକ ବ୍ୟୁରୋ : ଶୀତରେ ପୋଷାକ ଅଧିକ ମଇଳା ହୋଇଥାଏ । ସଫା ବି କରିବାକୁ ପଡ଼େ । କିନ୍ତୁ ଶୁଖାଇବା ଭାରି କଷ୍ଟ । ଥଣ୍ଡା ପବନ , କମ୍ ଖରା, ବାୟୁମଣ୍ଡଳରେ ଆର୍ଦତା ଏସବୁ କାରଣରୁ ଶୀଘ୍ର କପଡ଼ା ଶୁଖେନି । ଭଲଭାବେ ଶୁଖିବାକୁ ୨ /୩ ଦିନ ବି ଳାଗିଯାଏ । ଫଳରେ ସେଥିରୁ ଅଲଗା ପ୍ରକାର ଦୁର୍ଗନ୍ଧ ବି ବାହାରେ । ପିନ୍ଧିବାକୁ ସନ୍ତସନ୍ତିଆ ଲାଗେ । ବିଶେଷ କରି ଛୋଟ ପିଲାଙ୍କ ସ୍କୁଲ, କି ବଡ଼ଙ୍କ ଅଫିସ ପୋଷାକ ଚିନ୍ତାରେ ପକାଏ । ଅନେକ ସମୟରେ ଆମେ ଆଇରନ୍ କରି ପୋଷାକ ପିନ୍ଧିବାକୁ ବାଧ୍ୟ ହେଉ ।
କିନ୍ତୁ କିଛି ଟ୍ରିକ୍ସ ଅଛି ଯାହାଦ୍ବାରା ପୋଷାକକୁ ସାମାନ୍ୟ ଭାବେ ଶୁଖାଇହେବ । ଟିକେ ବୁଦ୍ଧି ଖଟାଇଲେ , କିଛି ଘରୋଇ ଓ ସହଜ ଉପାୟରେ ପୋଷାକକୁ ଶୁଖାଇହେବ । ଏଥିପାଇଁ ନା ବେଶୀ ପରିଶ୍ରମ ଦରକାର ନା ମହଙ୍ଗା ଜିନିଷ ଦରକାର । କପଡ଼ା ଧୋଇବା ପରେ ସେଗୁଡ଼ିକୁ ସର୍ବାଧିକ ସ୍ପିନ୍ ଗତିରେ ୱାସିଂମେସିନକୁ ଚଲାନ୍ତୁ । ଏହା ପୋଷାକରୁ ଅଧିକାଂଶ ପାଣି ବାହାର କରିଦିଏ । ଏବଂ ଏହାଦ୍ବାରା ଶୁଖିବାକୁ ଅଧା ସମୟ ଲାଗେ । କପଡ଼ା ଶୁଖାଇବାକୁ ପବନ ନିହାତି ଦରକାର । କପଡ଼ାକୁ ଫ୍ୟାନ୍ , ହିଟର, ଝରକା, କିମ୍ବା ସାମାନ୍ୟ ପବନ ଆସୁଥିବା ଯେକୌଣସି ସ୍ଥାନରେ ରଖନ୍ତୁ ।
ଅଷ୍ଟମ ବେତନ କମିସନ : କେତେ ବଢ଼ିବ ଚାକିରିଆଙ୍କ ଦରମା?
ହାଲକା ପବନ ହେଉପଛେ କପଡ଼ାରେ ବାଜିଲେ କପଡ଼ା ଶୀଘ୍ର ଶୁଖେ । ବହଳ କପଡ଼ା ଯେମିତିକି ଜ୍ୟାକେଟ୍, ଜିନ୍ସ, କିମ୍ବା ସ୍ବେଟର ଭଳି ପୋଷାକ ସଫା କରିବା ପରେ ଏକ ଶୁଖିଲା ଟାୱେଲ ବିଛାଇ ଏଡା ଉପରେ ଏସବୁ ପୋଷାକକୁ ରଖି ଭଲଭାବେ ଚିପୁଡ଼ିଦିଅନ୍ତୁ । ଏପରି କରିବା ଦ୍ବାରା ଭାରି ପୋଷାକରୁ ଭଲଭାବେ ପାଣି ଛାଡ଼ିଯାଏ , ଏବଂ ଶୁଖିବାରେ ସୁବିଧା ହୁଏ । ପୋଷାକ ଶୁଖାଇବା ବେଳେ ଛାଡ଼ିଛାଡ଼ି ଶୁଖାନ୍ତୁ । ଫଳରେ କପଡ଼ା ଶୀଘ୍ର ଶୁଖିଯିବ । ପୋଷାକକୁ ସଫା କରିବା ପରେ ଏହାକୁ ଓଲଟା ଶୁଖାନ୍ତୁ । ଏହାଦ୍ବାରା ପୋଷାକରୁ ଦୁର୍ଗନ୍ଧ କଟିଯିବ । ପୋଷାକକୁ ସବୁବେଳେ ହ୍ୟାଙ୍ଗରରେ ଟାଙ୍ଗନ୍ତୁ । ଏପରି କରିବା ଦ୍ବାରା ପୁରା କପଡ଼ାରେ ପବନ ବାଜେ । ଶୀଘ୍ର ବି ଶୁଖିଯାଏ । ଯଦି ଘର ଭିତରେ କପଡ଼ା ଶୁଖାଇବାକୁ ପଡ଼ୁଛି ତାହେଲେ ରୁମ୍ ହିଟର ବା ଫ୍ୟାନ୍ ପାଖରେ ଶୁଖାନ୍ତୁ ।
ଆଉ ଯଦି ବାଥରୁମରେ କପଡ଼ା ଶୁଖାଇବାକୁ ପଡ଼ୁଛି ତାହେଲେ ଏକଜଷ୍ଟ ଫ୍ୟାନ୍ ନିଶ୍ଚୟ ଲଗାନ୍ତୁ ଏହାଦ୍ବାର ପୋଷାକ ଶୀଘ୍ର ଶୁଖିବା ବାଥରୁମର ଦୁର୍ଗନ୍ଧ କଟିଯାଏ । ଶୀତରେ ବାୟୁମଣ୍ଡଳରେ ଆର୍ଦତା ଥାଏ । କିନ୍ତୁ ଯଦି ଆପଣଙ୍କ ପାଖରେ ଡି ହ୍ୟୁମିଡି ଫାୟାର ଥାଏ ତେବେ ଏହାକୁ ବ୍ୟବହାର କରନ୍ତୁ । ଏହା ପୋଷାକରୁ ଆର୍ଦତା ଟାଣିନିଏ । କପଡ଼ା ଶୀଘ୍ର ଶୁଖିଯାଏ । ଯଦି କପଡ଼ାକୁ ହାଲକା ଖରାରେ ଶୁଖାଇଛନ୍ତି ତାହେଲେ ୨/୩ ଘଣ୍ଟା ଅନ୍ତରରେ ଏହାକୁ ଓଲଟାପାଲଟା କରନ୍ତୁ । ଶୀଘ୍ର ଶୁଖିଯିବ ।
Follow Us