punascha pruthibi Photograph: (Kanaknews)
କନକ ବ୍ୟୁରୋ: ଅଙ୍ଗାରକାମ୍ଳ ନିର୍ଗମନକୁ କମାଇ ଅକ୍ଷୟ ଶକ୍ତିର ଅଧିକ ବ୍ୟବହାର କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ପ୍ରାୟ ୧ ଲକ୍ଷ ମେଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନର କ୍ଷମତା ଥିବା ଆକଳନ କରାଯାଇଛି । ସୌର ଶକ୍ତି, ପବନ ଶକ୍ତି, ଜଳବିଦ୍ୟୁତ ଶକ୍ତି ଏବଂ ଜୈବ ଶକ୍ତି କ୍ଷେତ୍ରରେ ଅନେକ ସୁଯୋଗ ରହିଛି । ରାଜ୍ୟରେ ୨୦୩୦ ସୁଦ୍ଧା ୧୦,୯୬୦ ମେଗାୱାଟ୍ ସବୁଜ ଶକ୍ତି ପ୍ରକଳ୍ପ ସ୍ଥାପନ ନିମନ୍ତେ ନିଷ୍ପତ୍ତି ହୋଇଛି ।
ଅଧିକ ପଢନ୍ତୁ; ଚାଳକବିହୀନ ବସ୍ ତିଆରି ତିଆରି କଲେ କିଛି ଭାରତୀୟ ଛାତ୍ର ! ସୌର ଶକ୍ତିରେ ଚାଲିବ ଏବଂ ମୂଲ୍ୟ ମାତ୍ର ୧୫ ଲକ୍ଷ
ଏଥିରୁ ୭,୫୦୦ ମେଗାୱାଟ୍ର ସୌର ଶକ୍ତି, ୨୦୦୦ ମେଗାୱାଟ୍ର ପବନ ଶକ୍ତି, ୧୨୦୦ ମେଗାୱାଟ୍ର ପମ୍ପ୍ ଷ୍ଟୋରେଜ୍ ଏବଂ ୨୬୦ ମେଗାୱାଟ୍ର କ୍ଷୁଦ୍ର ଜଳ ବିଦ୍ୟୁତ ଶକ୍ତି । ୨୦୪୭ ବେଳକୁ ରାଜ୍ୟରେ ୮୫ ପ୍ରତିଶତ ଅକ୍ଷୟ ଶକ୍ତି ବ୍ୟବହାର ପାଇଁ ଲକ୍ଷ୍ୟ ଥିବା ବେଳେ ରୁଫ ଟପ୍ ସୋଲାର, ଫ୍ଲୋଟିଂ ସୋଲାର, ଓ୍ବିଣ୍ଡ ସୋଲାର ଓ ଆଗ୍ରୋ ପିଭି ଜରିଆରେ କାର୍ଯ୍ୟ ଆରମ୍ଭ ହୋଇଛି । ଓୟୁଏଟି ଆଗ୍ରୋ ପିଭିକୁ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ କରିଥିବାବେଳେ ଅନେକ ଶିକ୍ଷାନୁଷ୍ଠାନ ସୋଲାର ପ୍ୟାନେଲ ଲଗାଇବାକୁ ଗୁରୁତ୍ୱ ଦେଇଛନ୍ତି । ହେଲେ ସୌର ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ କୌଣସି ଜମି ନୀତି ନାହିଁ, ଫଳରେ ଅନେକ ସ୍ଥାନରେ ପ୍ରକଳ୍ପ ଆଗେଇ ପାରୁନି। ଖୁବ ଶୀଘ୍ର ଜମି ନୀତି ଆସିବାର ଅଛି ବୋଲି ସୂଚନା ଦେଇଛନ୍ତି ଗ୍ରୀଡକୋ କର୍ତ୍ତୃପକ୍ଷ । ଓଡ଼ିଶାର ସୌର ଶକ୍ତିର ସ୍ଥିତି ନେଇ ଆଇ ଫରେଷ୍ଟ ଓ ଗ୍ରୀଡକୋ ପକ୍ଷରୁ ଭୁବନେଶ୍ୱରରେ ଆଲୋଚନା କରାଯାଇଛି । ପ୍ରଦୂଷଣ କମାଇବା ସହ ପରିବେଶର ସୁରକ୍ଷା ପାଇଁ ଅକ୍ଷୟ ଶକ୍ତି ବଡ ବିକଳ୍ପ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।
Follow Us