କନକ ବ୍ୟୁରୋ: ଢେଙ୍କାନାଳରେ ପ୍ରତିଷ୍ଠା ହେବାକୁ ଯାଉଛି ୱାରି ସୋଲାର ଏନର୍ଜୀ କାରଖାନା । ଢେଙ୍କାନାଳର ନେଉଳପୋଇରେ ପଚିଶ ହଜାର କୋଟିର ସୋଲାର ପାୱାର କଂପାନୀ ହେବାକୁ ଯାଉଛି । ସୋଲାର ପାୱାର ପ୍ଲାଣ୍ଟର ଭୂମି ପୂଜନ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର କ୍ଷ ଏହି ଅବସରରେ ସେ କହିଛନ୍ତି ୯ ମାସ ପରେ ୨୫ ହଜାର ସ୍ଥାନୀୟ ନିଯୁକ୍ତି ମିଳିବ । ସୋଲାର ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ନିଯୁକ୍ତି ସାଙ୍ଗକୁ ଅଂଚଳର ଉନ୍ନତି ଓ ଜିଲ୍ଲାର ବିକାଶ ହୋଇପାରିବ । ସଦର ବ୍ଲକ୍ ନେଉଳପୋଇ ଠାରେ ୫୯୫ ଏକର ଜାଗାରେ ହେବାକୁ ଥିବା ୱାରି ସୌରଶକ୍ତି କାରଖାନା ୨୫ହଜାର କୋଟି ଟଙ୍କା ନିବେଶ କରିବ। ୬ ଗିଗା ୱାଟ ସୌର ଶକ୍ତି ଉତ୍ପାଦନ କରିବା ସହିତ ସୋଲାର ପ୍ୟାନେଲ, ମଡ୍ୟୁଲ ଆଦି ସୋଲାର ସାମଗ୍ରୀ ପ୍ରସ୍ତୁତ କରିବ ଏହି କାରଖାନା। ଫଳରେ କାର ଖାନାରେ ସିଧାସଳଖ ୧୪ହଜାର କର୍ମଚାରୀ ନିଯୁକ୍ତି ହେବେ। ଆସନ୍ତା ୯ମାସ ମଧ୍ୟରେ କମ୍ପାନୀ ଉତ୍ପାଦନ ଆରମ୍ଭ କରିବ ବୋଲି କାରଖାନାର ନିର୍ଦେଶକ ହିତେଶ ମେହେଟା କହିଛନ୍ତି। କାର୍ୟ୍ୟକ୍ରମରେ ଜିଲ୍ଲାପାଳ, ଏସପିଙ୍କ ସମେତ ସ୍ଥାନୀୟ ଅଞ୍ଚଳର ୱହୁ ଲୋକ ସାମିଲ ହୋଇଥିଲେ ।
ପ୍ରତିଷ୍ଠା ହେବ ସୌର ଶକ୍ତି କାରଖାନା । ନିଯୁକ୍ତି ବଢ଼ିବା ସହିତ ଉତ୍ପାଦନ ହେବ ୬ ଗିଗା ୱାଟ ସୌର ଶକ୍ତି
ଢେଙ୍କାନାଳର ନେଉଳପୋଇରେ ପଚିଶ ହଜାର କୋଟିର ସୋଲାର ପାୱାର କଂପାନୀ ହେବାକୁ ଯାଉଛି । ସୋଲାର ପାୱାର ପ୍ଲାଣ୍ଟର ଭୂମି ପୂଜନ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।
/kanak/media/media_files/2024/12/16/TBiWkO8APofX6pU59Szp.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)