Photograph: (kanaknews)
କନକବ୍ୟୁରୋ : ମାଲକାନଗିରି ଜିଲ୍ଲା ମାଥିଲିର ସଫେଇ ଯୋଦ୍ଧା । ସଫେଇ କାର୍ଯ୍ୟରେ ନିୟୋଜିତ ହୋଇ ଆତ୍ମନିର୍ଭରଶୀଳ ହେବା ସହ ସହରକୁ ସଫା କରିବାର ଗୁରୁ ଦାୟିତ୍ବ ନେଇଛନ୍ତି ୨ ଆଦିବାସୀ ମହିଳା । ପ୍ରତିଦିନ ଇ-ଯାନରେ ଆବର୍ଜନା ଉଠାଇ ସ୍ବଚ୍ଛ ଭାରତର ବାର୍ତ୍ତା ବାଣ୍ଟୁଛନ୍ତି
ଉଦ୍ଘାଟନରେ ଅଟକିଛି ମଣ୍ଡି : ହୋଇପାରୁନି ଧାନ କିଣାବିକା
ଦିନେ ଘର ଚୁଲି ମୁଣ୍ଡରେ ବିତୁଥିଲା ଜୀବନ । ଏବେ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛନ୍ତି ପ୍ରଶାସନ । ସ୍ବଚ୍ଛ ଭାରତ ମିଶନ ଜରିଆରେ ନିଯୁକ୍ତି ପାଇ ସ୍ବଚ୍ଛତାର ବାର୍ତ୍ତା ବାଣ୍ଟୁଛନ୍ତି ମାଲକାନଗିରି ମାଥିଲି ସଦରର ୨ ଆଦିବାସୀ ମହିଳା। ନାଁ ବିଦେଶୀ ଗଣ୍ତା ଓ ସୁନ୍ଦରୀ ମାଡ଼ିଆ। ପୂର୍ବରୁ ଘର ବାହାରକୁ ବାହାରି ପାରୁନଥିଲେ । ଗରିବ ଶ୍ରେଣୀରୁ ହୋଇଥିବାରୁ ରୋଜଗାର ମଧ୍ୟ ନଥିଲା ।
ଏବେ ସ୍ବଚ୍ଛତା ପାଇଁ ୨ ମହିଳାଙ୍କୁ ନିଯୁକ୍ତି ଦେଇଛି ମାଥିଲି ପଞ୍ଚାୟତ । ମାସିକ ଦରମା ୬ ହଜାର ଟଙ୍କା ଦେଉଛି। ପ୍ରତିଦିନ ସକାଳୁ ଆସି ମାଥିଲି ଠାରୁ ବଳଦିଆଗୁଡା ଯାଏଁ ଇ - ଯାନରେ ବୁଲି ଆବର୍ଜନା ଉଠାଉଛନ୍ତି ବିଦେଶୀ ଓ ସୁନ୍ଦରୀ । ଖାଲି ଯେ ସଫେଇ କରୁଛନ୍ତି ତା’ ନୁହେଁ, ନିର୍ମଳ ଏବଂ ସ୍ବଚ୍ଛ ପରିବେଶ ନେଇ ଲୋକଙ୍କୁ ସଚେତନ ବି କରାଉଛନ୍ତି । ପ୍ଲାଷ୍ଟିକ ବୋତଲ, ପଲିଥିନ ଏବଂ ଆବର୍ଜନାକୁ ଇ-ଯାନରେ ଭର୍ତ୍ତି କରି ସଦର ଠାରୁ ଗୋଟେ କିଲୋମିଟରରେ ଥିବା ଆବର୍ଜନା କେନ୍ଦ୍ରରେ ନେଇ ଫିଙ୍ଗୁଛନ୍ତି ଏହି ୨ ମହିଳା ।
ଆମ ଆଖପାଖ ପରିବେଶ ସଫା ରହିଲେ, ଶରୀର ବି ସୁସ୍ଥ ରହିବ। ଗରିବ ପରିବାର ହୋଇଥିଲେ ଏକଥାକୁ ମର୍ମେ ଉପଲବ୍ଧି କରିଛନ୍ତି ଏହି ୨ ଆଦିବାସୀ ମହିଳା। ଯାହାକୁ ପ୍ରଂଶସା କରିଛନ୍ତି ସ୍ଥାନୀୟ ଲୋକ ।
Follow Us