କନକ ବ୍ୟୁରୋ :ଜେଏନୟୁ ଛାତ୍ରସଂଘ ନିର୍ବାଚନରେ ବାଜିମାତ କଲା ବାମ ଦଳ ସମର୍ଥିତ ଛାତ୍ର ସଙ୍ଗଠନ। ସମସ୍ତ ୪ଟି ପଦବୀରେ ବାମ ଦଳ ସମର୍ଥିତ ଛାତ୍ର ସଙ୍ଗଠନର ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଛାତ୍ରସଂଘ ସଭାପତି ଭାବେ ବିଜୟୀ ହୋଇଛନ୍ତି ଏଆଇଏସଏର ଅଦିତି ମିଶ୍ରା । ଏବିଭିପି ପ୍ରାର୍ଥୀ ବିକାଶ ପଟେଲଙ୍କୁ ପରାଜିତ କରି ସଭାପତି ଭାବେ ଜିତିଛନ୍ତି ଅଦିତି । ଉପସଭାପତି, ସାଧାରଣ ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ପଦରେ ମଧ୍ୟ ବିଜୟଧ୍ବଜା ଉଡାଇଛି ବାମ ଦଳ ସମର୍ଥିତ ଛାତ୍ର ସଙ୍ଗଠନ । କଡା ଟକ୍କର ଦେଇଥିଲେ ଏବିଭିପି ପ୍ରାର୍ଥୀ । ଛାତ୍ରସଂଘ ସଭାପତି ହୋଇଥିବା ଅଦିତିଙ୍କ ଘର ଉତ୍ତରପ୍ରଦେଶରେ ହୋଇଥିବା ବେଳେ ଏବେ ଜେଏନୟୁରେ ପିଏଚଡି କରୁଛନ୍ତି।  ଗତବର୍ଷ କେବଳ ଗୋଟିଏ ପଦବୀକୁ ଛାଡି ଅନ୍ୟ ପଦବୀରେ ଜେଏନୟୁରେ ଲାଲ ଧ୍ବଜା ଉଡାଇଥିଲା ଏଆଇଏସଏ ଓ ଏସଏଫଆଇ । 

Advertisment

ଫିଲିପାଇନ୍ସକୁ ଛାରଖାର କଲା ଘୂର୍ଣ୍ଣିଝଡ଼, ୨୪୧ ଜଣଙ୍କ ମୃତ୍ୟୁ, ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଜେଏନୟୁ ଛାତ୍ର ସଂଘ ନିର୍ବାଚନରେ ମୋଟ ୯,୦୪୩ ଛାତ୍ରଙ୍କ ମଧ୍ୟରୁ ୬୭ ପ୍ରତିଶତ ମତଦାନ ହୋଇଥିଲା । ମୁଖ୍ୟତଃ ସଭାପତି ପଦ ପାଇଁ ଏବିଭିପି ତରଫରୁ ବିକାଶ ପଟେଲ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ୧୪୪୭ ଭୋଟ ମିଳିଥଥିଲା । ତାଙ୍କୁ ବାମ ଛାତ୍ର ସଂଗଠନର ଅଦିତି ମିଶ୍ରା ୧୮ ଶହ ଭୋଟରେ ପରାଜିତ କରିଛନ୍ତି । ସେହିଭଳି ଉପସଭାପତି ପଦରେ ଗୋପିକା ବାବୁ ଓ ସାଧାରଣ ସମ୍ପାଦକ ପଦରେ ସୁନିଲ ଯାଦବ ବିଜୟୀ ହୋଇଛନ୍ତି । ଯୁଗ୍ମ ସମ୍ପାଦକ ପଦରେ ଦାନିଶ ଅଲ୍ଲୀ ବିଜୟୀ ହୋଇଛନ୍ତି । 

ଏସଆଇ ପରୀକ୍ଷା ପରେ ଆଜି ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ, ସର୍ଭର ଡାଉନ୍ ଯୋଗୁଁ ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେଲା ପରୀକ୍ଷା

 ସଭାପତି ପଦରେ ବିଜୟୀ ହୋଇଥିବା ଅଦିତି ଉତ୍ତରପ୍ରଦେଶ ବନାରସର ବାସିନ୍ଦା । ସେ ବିହାରରେ ସ୍କୁଲ ଶିକ୍ଷା ସମାପ୍ତ ପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଗ୍ରାଜୁଏସନ କରିଛନ୍ତି । ଗ୍ରାଜୁଏସନ ପରେ ଅଦିତି ପୁଡୁଚେରୀ ବିଶ୍ୱବିଦ୍ୟାଳୟରୁ ସାଉଥ୍ ଏସିଆନ ଷ୍ଟଡିଜରେ ମାଷ୍ଟର୍ସ କରିଛନ୍ତି । ଏବେ ସେ ଜେଏନୟୁରେ ସେଣ୍ଟର ଫର କମ୍ପରେଟିଭ୍ ପଲିଟିକ୍ସ ଆଣ୍ଡ ପଲିଟିକାଲ ଥିଓରୀରେ ପିଏଚଡି କରୁଛନ୍ତି ।