କନକ ବ୍ୟୁରୋ : ପୂର୍ବ ଆରଆଇ ପରୀକ୍ଷାରେ ବଡ ବିବାଦ ପରେ ଆଶା କରାଯାଉଥିଲା ଏଥର ଠିକଠାକ୍ ହେବ। କିନ୍ତୁ ସେମିତି ହୋଇପାରିଲା ନାହିଁ । ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିସନ ଦ୍ବାରା ହେଉଥିବା ଆରଆଇ ପରୀକ୍ଷାରେ ଆଜି ପୁଣି ଥରେ ବିଭ୍ରାଟ ଦେଖିବାକୁ ମିଳିଛି । ପରୀକ୍ଷାର୍ଥୀଙ୍କ ଅଭିଯୋଗ କରିଛନ୍ତି, ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ ଥିଲା । ଏଣୁ ସକାଳ ୭ଟା ୩୦ ପ୍ରବେଶ ସମୟ ଥିଲାବେଳେ ୮ଟା ୪୫ରେ ଭିତରକୁ ଛଡା ଯାଇଥିଲା ।
ନୂଆପଡ଼ାରେ ବିଶାଳ ଶୋଭାଯାତ୍ରା କରି ଜୟଙ୍କ ପାଇଁ ଭୋଟ ମାଗିଲେ ମୁଖ୍ୟମନ୍ତ୍ରୀ, ମଞ୍ଚରୁ ନବୀନଙ୍କୁ କଲେ ଟାର୍ଗେଟ୍
ଚଳିତ ବର୍ଷ ୫ଲକ୍ଷରୁ ଅଧିକ ଚାକିରି ଆଶାୟୀ ପରୀକ୍ଷା ଦେଉଛନ୍ତି । ଆୟୋଗଙ୍କ ପକ୍ଷରୁ ଅକ୍ଟୋବର ୮ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ପରୀକ୍ଷା ସମୟ ଧାର୍ଯ୍ୟ କରାଯାଇଛି । ପ୍ରତିଦିନ ୩ଟି ଫେଜରେ ପରୀକ୍ଷା ହେଉଛି । ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ ହେବା ଓ ପରୀକ୍ଷା ବିଳମ୍ବ ହେବା; ପରିଚାଳନା କରୁଥିବା ସଂସ୍ଥାର ଖାମଖିଆଲ ମନୋଭାବକୁ ପଦାରେ ପକାଇଛି । ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଟିସିଏସର ପ୍ରତିକ୍ରିୟା ମିଳିପାରିନି ।
ଉଦଘାଟନ ପରଠାରୁ ଗୋଶାଳା ଗେଟରୁ ଫିଟୁନି ତାଲା, ସହର ଭିତରେ ହାଉଯାଉ ଗାଈଗୋରୁ
ନିଯୁକ୍ତି ପରୀକ୍ଷାରେ ବାରମ୍ବାର ବିଭ୍ରାଟ ହେବା ଲକ୍ଷ ଲକ୍ଷ ଚାକିରି ଆଶାୟୀଙ୍କୁ ଶକ୍ତ ଆଘାତ ଦେଉଛି। ହେଲେ ଚେତୁନାହାନ୍ତି ନିଯୁକ୍ତି ଦାୟିତ୍ବରେ ଥିବା ଆୟୋଗ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/06/exam-2025-11-06-20-20-25.jpg)