Water Problem Photograph: (KanakNews)
କନକ ବ୍ୟୁରୋ: ଭଲ ପାଣି ଟୋପେ ବି ସହରବାସୀଙ୍କ ଭାଗ୍ୟରେ ନାହିଁ । ଭରସାରେ ପିଉଛନ୍ତି ପାଇପ୍ ପାଣି । କିନ୍ତୁ ସେ ପାଣି ଯେ ରୋଗକୁ ଡାକି ଆଣିବ ତାହା ଜାଣନ୍ତିନି । ଏହା ବନ୍ୟା ଜଳ କି କାଦୁଅ ପାଣି ନୁହେଁ । ୱାଟ୍କୋ ଯୋଗାଉଥିବା ପାନୀୟ ଜଳ। ଲୋକଙ୍କ ପିଇବା ପାଇଁ ୱାଟ୍କୋ ଏହି ପାଣି ଯୋଗାଉଛି । ଏହି ପାନୀୟ ଜଳରେ ଡ୍ରେନ ପାଣି ମିଶୁଛି । ଏହି ପାଣି ପିଇଲେ ରୋଗ ସୁନିଶ୍ଚିତ। ସମ୍ବଲପୁରର ସାକ୍ଷୀପଡ଼ାରେ ଶହ ଶହ ଘରକୁ କିଛି ଦିନ ହେବ ଏଭଳି ପାଣି ଯୋଗାଇ ଦିଆଯାଉଛି ।
ଅଧିକ ପଢନ୍ତୁ : ଢେଙ୍କାନାଳର ଅଭିଶପ୍ତ ମଝିକା ଗାଁ, ନା ପାନୀୟ ଜଳ, ନା ମୋବାଇଲ ନେଟୱର୍କ, ଏମାନଙ୍କ ପାଇଁ ଯୋଜନ ଯୋଜନ ଦୂରରେ ଯୋଜନା
ପୁଣି ନିୟମିତ ପାଣି ଯୋଗାଣ ହେଉନଥିବାରୁ ସ୍ଥାନୀୟ ଲୋକଙ୍କର ଅବସ୍ଥା ଖରାପ । ଏଥିପାଇଁ ଗୁରୁବାର ରାସ୍ତାରୋକ ମଧ୍ୟ କରିଥିଲେ ସାକ୍ଷୀପଡ଼ାବାସୀ । କିନ୍ତୁ ଫଳ ଶୂନ। ଆଜି ମଧ୍ୟ ଏମିତି ଡ୍ରେନ୍ ପାଣି ଯୋଗାଇ ଦେଇଛି ୱାଟ୍କୋ । ଗ୍ୟାସ୍ ପାଇପ୍ ଲାଇନ୍ ବିଛାଯାଉଥିବାରୁ ବିଭିନ୍ନ ସ୍ଥାନରେ ରାସ୍ତା ଖୋଳାଯାଇଛି । ଫଳରେ ୱାଟକୋର ଶସ୍ତା ପାଇପ୍ ଫାଟି ଅପମିଶ୍ରିତ ପାଣି ଯୋଗାଣ ହେଉଛି। ସପ୍ତାହେରୁ ଅଧିକ ସମୟ ହେଲା ଏଭଳି ସ୍ଥିତି ଲାଗିରହିଥିଲେ ମଧ୍ୟ ବାବୁମାନଙ୍କର ନିଦ ଭାଙ୍ଗୁନି। ସମ୍ବଲପୁରବାସୀ ପୂର୍ବରୁ ଜଣ୍ଡିସ ରୋଗର କରାଳ ରୂପ ଦେଖିସାରିଛନ୍ତି। ଏଭଳି ସ୍ଥିତିରେ ପାନୀୟ ଜଳ ନାଁରେ ଘରକୁ ଘର ଡ୍ରେନ୍ ପାଣି ଯିବା ଲୋକଙ୍କ ଚିନ୍ତା ବଢ଼ାଇଛି ।
Follow Us