କନକ ବ୍ୟୁରୋ : ରେଭେନ୍ସା ମହାବିଦ୍ୟାଳୟ ରେ ନିୟୁ ପିଜି , ଧର୍ମପଦ ହଷ୍ଟେଲର ୪୯ ଜଣ ଛାତ୍ର ଏବଂ ପରିଜା ବାଳିକା ହଷ୍ଟେଲର ଜଣେ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ପରିଜା ବାଳିକା ହଷ୍ଟେଲର ଜଣେ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଉଳିଆଗଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।
ଦିନକ ପୂର୍ବରୁ ହଷ୍ଟେଲରେ ପିଲାମାନେ ଦ୍ୱିପ୍ରହର ଖାଇବାରେ ମାଛ,ପନିର ଖାଇଥିଲେ । ରାତିରେ ଭାତ, ରୁଟି, ବନ୍ଧାକୋବି ତରକାରି ଖାଇଥିଲେ। ତା ’ ପରେ ସେମାନଙ୍କର ଝାଡ଼ାବାନ୍ତି ହୋଇଥିଲା । ଏବେ ସବୁ ପିଲାମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଆଜି ହଷ୍ଟେଲର ପାନୀୟ ଜଳର ମାନ ପରୀକ୍ଷା ହେବ ବୋଲି କହିଛନ୍ତି କଟକ CDMO ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/07/13/34-2025-07-13-12-02-29.jpg)