କନକ ବ୍ୟୁରୋ : ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ମଦ ପିଆଇଦେଲେ ଅଷ୍ଟମ ଶ୍ରେଣୀ ଛାତ୍ର । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ପୁଡୁଗେଶ୍ବରପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ  ଆଲୋଡନ ସୃଷ୍ଟି କରିଛି । ଗୁରୁତର ଅବସ୍ଥାରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ଛାତ୍ରଙ୍କ ଜଣକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

Advertisment

ଅଧିକ ପଢ଼ନ୍ତୁ..ବିକ୍ରମଙ୍କ ପାଇଁ ବାହାରିଲେ ବ୍ରହ୍ମପୁର ଓକିଲ । ପୀତବାସ ମାମଲାରେ କେସ୍ ଲଢ଼ିବେ ୪୪ ଆଇନଜୀବୀ, ବିକ୍ରମ, ମଦନ ଓ ମଳୟଙ୍କୁ ମିଳିବ କି ଜାମିନ୍?

ମିଳିଥିବା ସୂଚନା ମୁତାବକ, ବିଦ୍ୟାଳୟର ୫ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ମଧ୍ୟରୁ ୩ ଜଣ ସୁରଭି କାର୍ଯ୍ୟକ୍ରମକୁ ଯାଇଥିଲେ । ଏହି ସମୟରେ କ୍ଲାସରୁମରୁ ବାହାରି ଅଷ୍ଟମ ଶ୍ରେଣୀ ଛାତ୍ର ସ୍କୁଲ ଛାତରେ ପଡ଼ିଥିବା ଜରି ପ୍ୟାକେଟରେ ଥିବା ନିଶା ପାନୀୟ ଆଣି ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ପିଆଇଥିଲେ । ପରେ ଛାତ୍ର ଜଣକ ଅସୁସ୍ଥ ହୋଇପଡିଥିଲେ । ଏ ନେଇ ଅସୁସ୍ଥ ଛାତ୍ରଙ୍କ ବାପା ଏ ବାବଦରେ ବିଇଓଙ୍କୁ ଜଣାଇଛି ଏବଂ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଜଣାଇ ଅଭିଯୋଗ କରିଛି । ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଦାୟିତ୍ବହୀନତା ଯୋଗୁଁ  ଆଜି ଏଭଳି ଘଟଣା ଘଟିଥିବା କହି ଅଭିଭାବକ କ୍ଷୋଭ ପ୍ରକାଶ କରିଛନ୍ତି ।