କନକ ବ୍ୟୁରୋ: ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ଲଢ଼ିବେ ୪୪ ଓକିଲ । ଏନେଇ କୋର୍ଟରେ ଓକିଲାତିନାମା ଦାଖଲ କରିଛନ୍ତି ୪୪ ଜଣ ଆଇନଜୀବୀ । ବିକ୍ରମ ପଣ୍ଡାଙ୍କ ସମେତ ମଳୟ ବିଷୋୟୀ ଓ ମଦନ ଦଳେଇଙ୍କ ପାଇଁ ମଧ୍ୟ ଏହି ୪୪ ଓକିଲ ଲଢ଼ିବେ ।
ବଡ଼କଥା ହେଉଛି ପୀତବାସ ପଣ୍ଡା ହତ୍ୟା ମାମଲା ଏବେ ରାଜନୈତିକ ମୋଡ଼ ନେଇଛି । ଏହି ଘଟଣାରେ ପୁଲିସ ବ୍ରହ୍ମପୁର ପୂର୍ବତନ ବିଧାୟକ ତଥା ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ କୁମାର ପଣ୍ଡା, କର୍ପୋରେଟର ମଳୟ କୁମାର ବିଷୋୟୀ ଓ ବିଜେଡି ନେତା ମଦନ ଦଳେଇଙ୍କ ସମେତ ୧୨ଜଣଙ୍କୁ ଗତକାଲି କୋର୍ଟଚାଲାଣ କରିଥିଲା । ସେମାନେ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଜଣେ ଆଇନଜୀବୀଙ୍କୁ ହତ୍ୟା ହୋଇଥିବାରୁ କୌଣସି ଓକିଲ ଅଭିଯୁକ୍ତଙ୍କ ପାଇଁ କେସ୍ ଲଢ଼ିବେ ନାହିଁ ବୋଲି ଆଗରୁ ନିର୍ଦ୍ଧାରିତ ହୋଇଥିଲା । ହେଲେ ବିକ୍ରମଙ୍କୁ ଗିରଫ କରାଯିବା ପରେ ଏବେ ତାଙ୍କ ସପକ୍ଷରେ ୪୪ ଜଣ ଆଇନଜୀବୀ ୱକାଲତନାମା ଦାଖଲ କରିଛନ୍ତି । ବିକ୍ରମ ପଣ୍ଡା, ମଳୟ ବିଷୋୟୀ ଓ ମଦନ ଦଳେଇ ସମସ୍ତେ ଆଇନଜୀବୀ । ତେଣୁ ପ୍ରାଥମିକ ଭାବେ ସେମାନଙ୍କ ପାଇଁ ବହୁ ଆଇନଜୀବୀ ୱାକାଲତନାମା ଦାଖଲ କରିଛନ୍ତି ।
ଅଧିକ ପଢ଼ନ୍ତୁ--- IMDର ବଡ଼ ସୂଚନା; ୨୭ ସକାଳେ ବଙ୍ଗୋପସାଗରରେ ବାତ୍ୟା
ସପେଟେ ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନ ଦାସକୁ ପୁଲିସ ପଚରାଉଚରା କରି ଛାଡ଼ିଦେଇଛି । ଗୁରୁବାର ଦିନ ବୈଦ୍ୟନାଥପୁର ଥାନାରେ ଆତ୍ମସମର୍ପଣ କରିଥିଲେ ସୁଦର୍ଶନ । ସେ ତଦନ୍ତରେ ସହଯୋଗ କରୁଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଘଟଣାରେ ଗିରଫ ପିଣ୍ଟୁ ଦାସଙ୍କ ଜୀବନ ପ୍ରତି ରହିଛି ବିପଦ । ଏପରି ଆଶଙ୍କା କରିଛନ୍ତି ବ୍ରହ୍ମପୁର ମଣ୍ଡଳ କାରାଗାର ଜେଲର । ତେଣୁ ତାଙ୍କୁ ବ୍ରହ୍ମପୁର ଜେଲରୁ ଫୁଲବାଣୀ ଜେଲ୍କୁ ସ୍ଥାନାନ୍ତର ପାଇଁ ସେ ଏସଡିଜେଏମ କୋର୍ଟରେ ଆବେଦନ କରିଛନ୍ତି । ପିଣ୍ଟୁ ଦାସଙ୍କ ଘନିଷ୍ଠ ସହଯୋଗୀ ଶାନ୍ତି ମିଶ୍ର ହତ୍ୟା ମାମଲାର ଅଭିଯୁକ୍ତମାନେ ବି ଏହି ଜେଲ୍ରେ ଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ଜେଲର ଦର୍ଶାଇଛନ୍ତି ।
ବଡ଼ କଥା ହେଉଛି, ବିକ୍ରମ, ମଳୟ ଓ ମଦନ ବାର୍ କାଉନସିଲ୍ ସଦସ୍ୟା ହୋଇଥିବାରୁ ବ୍ରହ୍ମପୁର ଓକିଲ ସଂଘ ଏମାନଙ୍କ ସପକ୍ଷରେ ବାହାରିଛନ୍ତି । ଏବେ କୋର୍ଟ ଏମାନଙ୍କୁ ବେଲ୍ ଦେବେ ନା ୱକାଲତନାମା ଖାରଜ କରିବେ ତାହା ଉପରେ ରହିଛି ସମସ୍ତଙ୍କ ନଜର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/10/23/crime-2025-10-23-19-20-03.jpg)